ପାକିସ୍ତାନରେ ଭାରତର ଆଉ ଜଣେ ଶତ୍ରୁଙ୍କୁ ଗୁଳି କରି ହତ୍ୟା, କୁଳଭୂଷଣ ଯାଦବଙ୍କୁ ISIକୁ ହସ୍ତାନ୍ତର କରିଥିଲେ
ଇସଲାମାବାଦ,୯।୩: ପାକିସ୍ତାନରେ ଭାରତର ଆଉ ଜଣେ ଶତ୍ରୁ ନିହତ ହୋଇଛି। ପାକିସ୍ତାନର ବେଲୁଚିସ୍ତାନରେ ଅଜ୍ଞାତ ଆକ୍ରମଣକାରୀଙ୍କ ଗୁଳିରେ ପ୍ରମୁଖ ଧାର୍ମିକ ନେତା ମୁଫ୍ତି ଶାହ ମୀରଙ୍କୁ ହତ୍ୟା କରାଯାଇଛି। ମୁଫତି ଶାହ ମୀର ହେଉଛନ୍ତି ସେହି ବ୍ୟକ୍ତି ଯିଏ ଭାରତର କୁଳଭୂଷଣ ଜାଦବଙ୍କୁ ISIକୁ ହସ୍ତାନ୍ତର କରିଥିଲେ। ମୁଫତି ଶାହ ମୀରଙ୍କ ଉପରେ ପୂର୍ବରୁ ଦୁଇଥର ଆକ୍ରମଣ ହୋଇଥିଲା, କିନ୍ତୁ ସେ ସେଥିରୁ ବର୍ତ୍ତି ଯାଇଥିଲେ। ପାକିସ୍ତାନୀ ଖବରକାଗଜ ଡନ ରିପୋର୍ଟ କରିଛି ଯେ ଶୁକ୍ରବାର କେଚର […] The post ପାକିସ୍ତାନରେ ଭାରତର ଆଉ ଜଣେ ଶତ୍ରୁଙ୍କୁ ଗୁଳି କରି ହତ୍ୟା, କୁଳଭୂଷଣ ଯାଦବଙ୍କୁ ISIକୁ ହସ୍ତାନ୍ତର କରିଥିଲେ appeared first on Dharitri Odia News.
ଇସଲାମାବାଦ,୯।୩: ପାକିସ୍ତାନରେ ଭାରତର ଆଉ ଜଣେ ଶତ୍ରୁ ନିହତ ହୋଇଛି। ପାକିସ୍ତାନର ବେଲୁଚିସ୍ତାନରେ ଅଜ୍ଞାତ ଆକ୍ରମଣକାରୀଙ୍କ ଗୁଳିରେ ପ୍ରମୁଖ ଧାର୍ମିକ ନେତା ମୁଫ୍ତି ଶାହ ମୀରଙ୍କୁ ହତ୍ୟା କରାଯାଇଛି। ମୁଫତି ଶାହ ମୀର ହେଉଛନ୍ତି ସେହି ବ୍ୟକ୍ତି ଯିଏ ଭାରତର କୁଳଭୂଷଣ ଜାଦବଙ୍କୁ ISIକୁ ହସ୍ତାନ୍ତର କରିଥିଲେ। ମୁଫତି ଶାହ ମୀରଙ୍କ ଉପରେ ପୂର୍ବରୁ ଦୁଇଥର ଆକ୍ରମଣ ହୋଇଥିଲା, କିନ୍ତୁ ସେ ସେଥିରୁ ବର୍ତ୍ତି ଯାଇଥିଲେ।
ପାକିସ୍ତାନୀ ଖବରକାଗଜ ଡନ ରିପୋର୍ଟ କରିଛି ଯେ ଶୁକ୍ରବାର କେଚର ତୁରବତ ସହରରେ ମୁଫତି ଶାହ ମୀର ରାତିର ନମାଜ ପରେ ଏକ ମସଜିଦରୁ ବାହାରୁଥିବା ବେଳେ ତାଙ୍କୁ ଟାର୍ଗେଟ କରାଯାଇଥିଲା। ମୋଟରସାଇକେଲରେ ଆସିଥିବା ସଶସ୍ତ୍ର ଅପରାଧୀମାନେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଏଥିରେ ସେ ଗୁରୁତର ଆହତ ହୋଇଥିଲେ। ମୀରଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା, ଯେଉଁଠାରେ ତାଙ୍କର ମୃତ୍ୟୁ ହୋଇଛି।
ତେବେ ଭାରତୀୟ ବ୍ୟବସାୟୀ ତଥା ପୂର୍ବତନ ଭାରତୀୟ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କୁ ଏହି ମୁଫତି ଶାହ ମୀର ହିଁ ଇରାନରୁ ଅପହରଣ କରିବାରେ ପାକିସ୍ତାନର ISIକୁ ସାହାଯ୍ୟ କରିଥିଲେ। କୁଳଭୂଷଣ ବର୍ତ୍ତମାନ ପାକିସ୍ତାନ ଜେଲରେ ବନ୍ଦୀ ଅଛନ୍ତି। ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି, କିନ୍ତୁ ଭାରତ ଅନ୍ତର୍ଜାତୀୟ ନ୍ୟାୟାଳୟରୁ ଏହା ଉପରେ ସ୍ଥଗିତାଦେଶ ପାଇଛି।
ମୀର ଜଣେ ମାନବ ଏବଂ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣକାରୀ, ଜଣେ ମୁଫ୍ତି ଏବଂ ଇସଲାମିକ ମୌଳବାଦୀ ରାଜନୈତିକ ଦଳ ଜାମିଆତ ଉଲେମା-ଏ-ଇସଲାମର ସଦସ୍ୟଙ୍କ ଛଦ୍ମବେଶରେ କାର୍ଯ୍ୟ କରୁଥିଲେ। ସୂତ୍ର ଅନୁଯାୟୀ ସେ ଆଇଏସଆଇ ନେତୃତ୍ୱାଧୀନ ଡେଥ ସ୍କ୍ବାଡ ସହିତ ଜଡିତ ଏକ ଗୁରୁତ୍ୱପୂର୍ଣ୍ଣ ଚ୍ୟାନେଲ ଥିଲେ ଏବଂ ଅନେକ ବେଲୁଚ ଯୁବକଙ୍କୁ ଅପହରଣ ଏବଂ ହତ୍ୟା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେ ବେଲୁଚିସ୍ତାନରେ ଧାର୍ମିକ ଉଗ୍ରବାଦ ବିସ୍ତାର କରିବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।
The post ପାକିସ୍ତାନରେ ଭାରତର ଆଉ ଜଣେ ଶତ୍ରୁଙ୍କୁ ଗୁଳି କରି ହତ୍ୟା, କୁଳଭୂଷଣ ଯାଦବଙ୍କୁ ISIକୁ ହସ୍ତାନ୍ତର କରିଥିଲେ appeared first on Dharitri Odia News.