ପାକିସ୍ତାନରେ ଭୟଙ୍କର ବନ୍ୟା ସ୍ଥିତି; ଏପର୍ଯ୍ୟନ୍ତ ଗଲାଣି ୨୦୦ ଜୀବନ, ଚାଲିଛି ଉଦ୍ଧାରକାର୍ଯ୍ୟ
ନୂଆଦିଲ୍ଲୀ ୨୩।୦୭; ପାକିସ୍ତାନରେ ଜଳ ପ୍ରଳୟ। ଦେଖିବାକୁ ମିଳିଛି ବନ୍ୟାର କରାଳ ରୂପ। ଏପର୍ଯ୍ୟନ୍ତ ଗଲାଣି ୨୦୦ରୁ ଅଧିକ ଲୋକ ଜୀବନ । ସବୁଠି ପାଣି ହିଁ ପାଣି। ମୌସୁମୀ ଜନିତ ଲଗାଣ ବର୍ଷା ଯୋଗୁଁ ପାକିସ୍ତାନର ଅନେକ ଅଞ୍ଚଳରେ ଜୀବନଯାତ୍ରା ବ୍ୟାହତ ହୋଇଛି । ବିଶେଷକରି ପଞ୍ଜାବର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଲୋକେ । ସ୍ଥିତି ଏଭଳି ହେଲାଣି ଯେ ଏପର୍ଯ୍ୟନ୍ତ ବନ୍ୟା ପ୍ରଭାବରେ ମୃତ୍ୟୁବରଣ କଲେଣି ୨୦୦ରୁ ଅଧିକ ଲୋକ । ୫୬୦ ଅଧିକ ଆହତ ହୋଇଛନ୍ତି।ଅନେକ ଅଞ୍ଚଳରେ ଜରୁରୀରିକାଳୀନ ସ୍ଥିତି ଜାରି କରାଯାଇଛି ।ପାକିସ୍ତାନର ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ବା NDMA ପକ୍ଷରୁ ସୂଚନା ଦିଆଯାଇଛି, ବର୍ଷା ଯୋଗୁଁ ଏପର୍ଯ୍ୟନ୍ତ ପାକିସ୍ତାନରେ ୨୦୦ ଜଣଙ୍କ ଜୀବନ ଯାଇଛି । ମୃତକଙ୍କ ମଧ୍ୟରେ ୯୬ ଜଣ ଶିଶୁ ମଧ୍ୟ ଅଛନ୍ତି । ପଞ୍ଜାବ ପ୍ରଦେଶରେ ସର୍ବାଧିକ ୧୨୩ ଜଣଙ୍କ ମୃତ୍ୟୁ ଘଟିଛି। ସେପଟେ ପଞ୍ଜାବ ପରେ ଖାଇବର ପଖତୁନଖ୍ୱାରେ ୪୦ ଜଣ, ସିନ୍ଧରେ ୨୧ ଜଣ, ବେଲୁଚିସ୍ତାନରେ ୧୬ ଜଣଙ୍କ ଜୀବନ ଯାଇଛି ।ସେହିଭଳି ଇସଲାମାବାଦ ଏବଂ ପିଓକେରେ ଜଣେ ଲେଖାଏଁ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା NDMA ଜଣାଇଛି । ତେବେ ପ୍ରବଳ ବର୍ଷା ପରେ ଏତେସଂଖ୍ୟକ ଲୋକଙ୍କ ମୃତ୍ୟୁ ଏବେ ସମସସ୍ତଙ୍କୁ ଚକିତ କରିଛି । ବନ୍ୟା ଯୋଗୁଁ ପାଖାପାଖି ୩୦ଜଣଙ୍କ ଜୀବନ ଯାଇଥିବା ବେଳେ ଭୁଶୁଡ଼ି ପଡ଼ିଥିବା କୋଠାଗୁଡ଼ିକର
ନୂଆଦିଲ୍ଲୀ ୨୩।୦୭; ପାକିସ୍ତାନରେ ଜଳ ପ୍ରଳୟ। ଦେଖିବାକୁ ମିଳିଛି ବନ୍ୟାର କରାଳ ରୂପ। ଏପର୍ଯ୍ୟନ୍ତ ଗଲାଣି ୨୦୦ରୁ ଅଧିକ ଲୋକ ଜୀବନ । ସବୁଠି ପାଣି ହିଁ ପାଣି। ମୌସୁମୀ ଜନିତ ଲଗାଣ ବର୍ଷା ଯୋଗୁଁ ପାକିସ୍ତାନର ଅନେକ ଅଞ୍ଚଳରେ ଜୀବନଯାତ୍ରା ବ୍ୟାହତ ହୋଇଛି । ବିଶେଷକରି ପଞ୍ଜାବର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଲୋକେ । ସ୍ଥିତି ଏଭଳି ହେଲାଣି ଯେ ଏପର୍ଯ୍ୟନ୍ତ ବନ୍ୟା ପ୍ରଭାବରେ ମୃତ୍ୟୁବରଣ କଲେଣି ୨୦୦ରୁ ଅଧିକ ଲୋକ । ୫୬୦ ଅଧିକ ଆହତ ହୋଇଛନ୍ତି।ଅନେକ ଅଞ୍ଚଳରେ ଜରୁରୀରିକାଳୀନ ସ୍ଥିତି ଜାରି କରାଯାଇଛି ।
ପାକିସ୍ତାନର ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ବା NDMA ପକ୍ଷରୁ ସୂଚନା ଦିଆଯାଇଛି, ବର୍ଷା ଯୋଗୁଁ ଏପର୍ଯ୍ୟନ୍ତ ପାକିସ୍ତାନରେ ୨୦୦ ଜଣଙ୍କ ଜୀବନ ଯାଇଛି । ମୃତକଙ୍କ ମଧ୍ୟରେ ୯୬ ଜଣ ଶିଶୁ ମଧ୍ୟ ଅଛନ୍ତି । ପଞ୍ଜାବ ପ୍ରଦେଶରେ ସର୍ବାଧିକ ୧୨୩ ଜଣଙ୍କ ମୃତ୍ୟୁ ଘଟିଛି। ସେପଟେ ପଞ୍ଜାବ ପରେ ଖାଇବର ପଖତୁନଖ୍ୱାରେ ୪୦ ଜଣ, ସିନ୍ଧରେ ୨୧ ଜଣ, ବେଲୁଚିସ୍ତାନରେ ୧୬ ଜଣଙ୍କ ଜୀବନ ଯାଇଛି ।
ସେହିଭଳି ଇସଲାମାବାଦ ଏବଂ ପିଓକେରେ ଜଣେ ଲେଖାଏଁ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା NDMA ଜଣାଇଛି । ତେବେ ପ୍ରବଳ ବର୍ଷା ପରେ ଏତେସଂଖ୍ୟକ ଲୋକଙ୍କ ମୃତ୍ୟୁ ଏବେ ସମସସ୍ତଙ୍କୁ ଚକିତ କରିଛି । ବନ୍ୟା ଯୋଗୁଁ ପାଖାପାଖି ୩୦ଜଣଙ୍କ ଜୀବନ ଯାଇଥିବା ବେଳେ ଭୁଶୁଡ଼ି ପଡ଼ିଥିବା କୋଠାଗୁଡ଼ିକର ଭଗ୍ନାବଶେଷ ତଳେ ଚାପି ହୋଇ ମୋଟ ୧୧୮ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । କେବଳ ବନ୍ୟା ନୁହେଁ ବରଂ କୋଠା ଭୁଶୁଡ଼ିବା, ବିଦ୍ୟୁତ ଆଘାତ ଲାଗିବା, ବଜ୍ରପାତ ଓ ଭୂସ୍ଖଳନ କାରଣରୁ ମଧ୍ୟ ଅନେକ ଲୋକଙ୍କ ଜୀବନ ଯାଇଛି ।
ସେପଟେ ପାକିସ୍ତାନରେ ମୌସୁମୀ ବର୍ଷା ଭୟଙ୍କର କ୍ଷୟକ୍ଷତି ଘଟାଇଛି । ମୁଷଳଧାରାରେ ବର୍ଷା ଯୋଗୁଁ, ପଞ୍ଜାବର ମରିୟମ ନୱାଜ ସରକାର ଅନେକ ଅଞ୍ଚଳରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି । ଖାଇବର ପଖତୁନଖ୍ୱା, ପଞ୍ଜାବ, ସିନ୍ଧ ଏବଂ ଇସଲାମାବାଦର ଅନେକ ଜିଲ୍ଲା ଏବେ ହାଇ ଆଲର୍ଟର ଅଛନ୍ତି। ଦେଶର ଅନେକ ସ୍ଥାନରେ ଡ୍ରେନ୍ ଅବରୋଧ ହେବା ଯୋଗୁଁ ଜଳବନ୍ଦୀ ସମସ୍ୟା ଗମ୍ଭୀର ହୋଇପଡ଼ିଛି, ଯାହା ସାଧାରଣ ଜୀବନକୁ ପ୍ରଭାବିତ କରିଛି । ତେବେ ସ୍ଥାନୀୟ ପ୍ରଶାସନକୁ ଡ୍ରେନ୍ ସଫା କରିବା ଏବଂ ଜରୁରୀକାଳୀନ ଦଳଗୁଡ଼ିକୁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।