ପାକିସ୍ତାନରେ ମରୁଡ଼ି କରାଇବ ଭାରତ

ନନ୍ଦିଘୋଷ ବ୍ୟୁରୋ: ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ଘଟଣାରେ କଡ଼ା ପଦକ୍ଷେପ ସ୍ଵରୂପ ସିନ୍ଧୁ ଜଳ ଚୁକ୍ତିକୁ ବାତିଲ କରିଛି ଭାରତ।... The post ପାକିସ୍ତାନରେ ମରୁଡ଼ି କରାଇବ ଭାରତ appeared first on .

ନନ୍ଦିଘୋଷ ବ୍ୟୁରୋ: ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ଘଟଣାରେ କଡ଼ା ପଦକ୍ଷେପ ସ୍ଵରୂପ ସିନ୍ଧୁ ଜଳ ଚୁକ୍ତିକୁ ବାତିଲ କରିଛି ଭାରତ। ତେବେ କଣ ଏହି ସିନ୍ଧୁ ଜଳ ଚୁକ୍ତି ଓ ଏହାର ଗୁରୁତ୍ଵ କଣ। ୧୯୬୦ ମସିହା ସେପଟେମ୍ଵର ୧୯ ତାରିଖରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିଶ୍ଵ ବ୍ୟାଙ୍କର ମଧ୍ୟସ୍ଥତାରେ ସିନ୍ଧୁ ନଦୀ ଓ ଏହାର ଶାଖା ନଦୀଗୁଡ଼ିକର ଜଳ-ବଣ୍ଟନ ପାଇଁ ଏହି ଚୁକ୍ତି ହୋଇଥିଲା। ତତକାଳୀନ ଭାରତର ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏବଂ ତତ୍କାଳୀନ ପାକିସ୍ତାନୀ ରାଷ୍ଟ୍ରପତି ଫିଲ୍ଡ ମାର୍ଶାଲ ଆୟୁବ ଖାନଙ୍କ ଦ୍ୱାରା ସ୍ୱାକ୍ଷରିତ ହୋଇଥିଲା ଏହି ଚୁକ୍ତି। ଏହି ଚୁକ୍ତି ଅନୁସାରେ ପୂର୍ବ ଦିଗକୁ ପ୍ରବାହିତ ହେଉଥିବା ବ୍ୟାସ, ରବି ଏବଂ ସତଲେଜର ପାଣି ଭାରତ ବ୍ୟବହାର କରିବ। ଏହି ତିନି ନଦୀରେ ବାର୍ଷିକ ହାରାହାରି ୪୧ ବିଲିୟନ ଘନମିଟର ପାଣି ମିଳିଥାଏ।

ସେହିପରି ପଶ୍ଚିମ ଦିଗକୁ ପ୍ରବାହିତ ହେଉଥିବା ସିନ୍ଧୁ, ଚେନାବ ଏବଂ ଝେଲମର ପାଣି ବ୍ୟବହାର କରିଥାଏ ପାକିସ୍ତାନ। ଏହା ଦ୍ଵାରା ପାକିସ୍ତାନକୁ ମିଳିଥାଏ ବାର୍ଷିକ ହାରାହାରି ୯୯ ବିଲିୟନ ଘନମିଟର ପାଣି। ଭାରତରେ ଅବସ୍ଥିତ ସିନ୍ଧୁ ନଦୀ ପ୍ରଣାଳୀର ମୋଟ ପାଣିର ମାତ୍ର ୩୦ ପ୍ରତିଶତ ଭାରତ ବ୍ୟବହାର କରୁଥିବା ବେଳେ ବାକି ୭୦ ପ୍ରତିଶତ ବ୍ୟବହାର କରୁଥିଲା ପାକିସ୍ତାନ। ଯଦିଓ ଭାରତ ପାଖରେ ଅଧିକାର ଥିଲା ଅଧିକ ପାଣି ବ୍ୟବହାର କରିବାର ଓ ପୁରା ସିନ୍ଧୁ ନଦୀ ପ୍ରଣାଳୀ ଉପରେ ଭାରତର ନିୟନ୍ତ୍ରଣ ଥିଲା, ତେବେ ସଦଭାବନା ଦୃଷ୍ଟିରୁ ପାକିସ୍ତାନକୁ ଦିଆଯାଉଥିଲା ଅଧିକ ପାଣି। ଯଦି ଭାରତ ଚାହିଁବ ଏହି ନଦୀ ଦ୍ଵାରା ପାକିସ୍ତାନର ଉଭୟ ମରୁଡ଼ି ଓ ବନ୍ୟା ବି କରିପାରିବ। ପାକିସ୍ତାନ ଅନେକ ବଦମାସି କରିବା ସତ୍ତ୍ଵେ , ଭାରତରେ ଆତଙ୍କବାଦୀ ଆକ୍ରମଣ କରିବା ସତ୍ତ୍ଵେ ଆଜି ପର୍ଯ୍ୟନ୍ତ ଭାରତ ଏହାକୁ ଅସ୍ତ୍ର ଭାବେ ବ୍ୟବହାର କରିନଥିଲା ଏବଂ ଚୁକ୍ତିକୁ ସମ୍ମାନ ଦେଇଥିଲା। କିନ୍ତୁ ଏଥର ଭାରତର ଧୈର୍ଯ୍ୟର ବନ୍ଧ ଭାଙ୍ଗିଛି । ତା’ ସହିତ ଭାଙ୍ଗିଛି ସିନ୍ଦୁ ନଦୀ ଚୁକ୍ତି। ଏବେ ଆଉ ସିନ୍ଧୁ, ଝେଲମ, ଚେନାବ, ରବି, ବ୍ୟାସ୍ ଓ ସତଲେଜ ନଦୀର ଆଦୌ ପାଣି ପାଇବ ନାହିଁ ପାକିସ୍ତାନ। ପାକିସ୍ତାନରେ ମରୁଡ଼ି ଭଳି ପରିସ୍ଥିତି ସୃଷ୍ଟି ହେବ।

The post ପାକିସ୍ତାନରେ ମରୁଡ଼ି କରାଇବ ଭାରତ appeared first on .