ପାକିସ୍ତାନରେ ମୁଫ୍‌ତି ଶାହ ମୀରକୁ ଗୁଳି କରି ହତ୍ୟା, କୁଳଭୂଷଣ ଯାଦବଙ୍କ ଅପହରଣରେ ଥିଲା ସାମିଲ

ଇସଲାମାବାଦ: ପାକିସ୍ତାନର ବଲୁଚିସ୍ତାନ ପ୍ରଦେଶରେ ଜଣେ ଧାର୍ମିକ ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ପାକିସ୍ତାନୀ ଗଣମାଧ୍ୟମ ଅନୁସାରେ, ଶୁକ୍ରବାର କେଚ୍‌ର ତୁର୍‌ବତ ସହରରେ ରାତି ନମାଜ ପରେ ଏକ ମସଜିଦରୁ ବାହାରକୁ ଆସିବା ସମୟରେ ଧାର୍ମିକ ନେତା ମୁଫ୍‌ତି ଶାହ ମୀରକୁ ଆକ୍ରମଣ କରାଯାଇଥିଲା। ପୁଲିସ କହିବାନୁସାରେ, ବାଇକ ଆରୋହୀ ସଶସ୍ତ୍ର ଲୋକମାନେ ମୁଫ୍‌ତି ଶାହକୁ ଟାର୍ଗେଟ କରି ଆଖି ବୁଜା ଗୁଳି ଚାଳନା କରିଥିଲେ। ଏଥିରେ ମୁଫ୍‌ତି ଶାହ ମୀର ଗୁରୁତର ଭାବେ ଆହତ […]

ପାକିସ୍ତାନରେ ମୁଫ୍‌ତି ଶାହ ମୀରକୁ ଗୁଳି କରି ହତ୍ୟା, କୁଳଭୂଷଣ ଯାଦବଙ୍କ ଅପହରଣରେ ଥିଲା ସାମିଲ

ଇସଲାମାବାଦ: ପାକିସ୍ତାନର ବଲୁଚିସ୍ତାନ ପ୍ରଦେଶରେ ଜଣେ ଧାର୍ମିକ ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ପାକିସ୍ତାନୀ ଗଣମାଧ୍ୟମ ଅନୁସାରେ, ଶୁକ୍ରବାର କେଚ୍‌ର ତୁର୍‌ବତ ସହରରେ ରାତି ନମାଜ ପରେ ଏକ ମସଜିଦରୁ ବାହାରକୁ ଆସିବା ସମୟରେ ଧାର୍ମିକ ନେତା ମୁଫ୍‌ତି ଶାହ ମୀରକୁ ଆକ୍ରମଣ କରାଯାଇଥିଲା। ପୁଲିସ କହିବାନୁସାରେ, ବାଇକ ଆରୋହୀ ସଶସ୍ତ୍ର ଲୋକମାନେ ମୁଫ୍‌ତି ଶାହକୁ ଟାର୍ଗେଟ କରି ଆଖି ବୁଜା ଗୁଳି ଚାଳନା କରିଥିଲେ। ଏଥିରେ ମୁଫ୍‌ତି ଶାହ ମୀର ଗୁରୁତର ଭାବେ ଆହତ ହୋଇଥିଲା। ଏହାପରେ ତୁରନ୍ତ ତାକୁ ଡାକ୍ତରଖାନା ନିଆଯାଇଥିଲା ଏବଂ ସେଠାରେ ତା’ର ମୃତ୍ୟୁ ଘଟିଥିବା ପୁଲିସ ସୂଚନା ଦେଇଛି।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ମୃତ ମୁଫତି ଭାରତୀୟ ନୌସେନାର ପୂର୍ବତନ କର୍ମଚାରୀ କୁଳଭୂଷଣ ଯାଦବଙ୍କ ଅପହରଣରେ ସାମିଲ ଥିଲା। ଏଥିସହ ଦାବି କରାଯାଉଛି ଯେ, ମୁଫତିର ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ସହିତ ମଧ୍ୟ ସମ୍ପର୍କ ଥିଲା। ଏହା ବ୍ୟତୀତ ବହୁ ବଲୁଚି ଯୁବକଙ୍କୁ ଅପହରଣ ଏବଂ ନ୍ୟାୟିକ ହେପାଜତରେ ସେମାନଙ୍କ ହତ୍ୟାରେ ମଧ୍ୟ ତା’ର ସମ୍ପୃକ୍ତି ଥିବା ଅଭିଯୋଗ ହୋଇଥିଲା।