ପାକିସ୍ତାନରେ ଶକ୍ତିଶାଳୀ ଭୂମିକମ୍ପ; ରିକ୍ଟର ସ୍କେଲରେ ତୀବ୍ରତା ୫.୮ ରେକର୍ଡ

ନୂଆଦିଲ୍ଲୀ: ଶକ୍ତିଶାଳୀ ଭୂମିକମ୍ପରେ ଥରିଲା ପାକିସ୍ତାନ । ଦିନ ୧ଟା ବେଳେ ଭୂକମ୍ପ ଝଟକା ଲାଗିଛି । ଜମ୍ମୁ-କାଶ୍ମୀରକୁ ଲାଗି କରିଥିବା ପ୍ରାନ୍ତରେ କମ୍ପନ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୮ ରେକର୍ଡ କରାଯାଇଛି । ଏହାର କେନ୍ଦ୍ରସ୍ଥଳ ପାକିସ୍ତାନରେ ୩୩.୬୩ ଡିଗ୍ରୀ ଅକ୍ଷାଂଶ ଓ ୭୨.୪୬ ଡିଗ୍ରୀ ପୂର୍ବ-ଦ୍ରାଘୀମାରେ ଭୂପୃଷ୍ଠରୁ ୧୨ କି.ମି ଗଭୀରତାରେ ରହିଛି ।  ଭୂମିକମ୍ପ ପରେ ଭୟଭୀତ ହୋଇଯାଇଛନ୍ତି ସ୍ଥାନୀୟ ବସିନ୍ଦା । ଚିତ୍କାର କରିବା ସହିତ ଘରୁ ବାହାରି ଆସିଛନ୍ତି । ତେବେ ଏହି ଭୂମିକମ୍ପରେ  କ୍ଷୟକ୍ଷତି ନେଇ କୌଣସି ସଠିକ୍ ସୂଚନା ମିଳିପାରିନାହିଁ । ପାକିସ୍ତାନର ଜାତୀୟ ଭୂମିକମ୍ପ ନୀରକ୍ଷଣ କେନ୍ଦ୍ରର ରିପୋର୍ଟ ମୁତାବକ, ମଧ୍ୟାହ୍ଣ ପ୍ରାୟ ୧୨.୩୧ ମିନିଟରେ ଭୂମିକମ୍ପ ଝଟକା ଲାଗିଥିଲା । ଭୂମିକମ୍ପର ଏପି ସେଣ୍ଟର ରାଓଲପିଣ୍ଡିରୁ ୬୦ କି.ମି ଉତ୍ତର-ପଶ୍ଚିମ ଦିଗରେ ରହିଛି । ଭୂ-ପୃଷ୍ଠରେ କମ୍ପନ ପଞ୍ଜାବର ଅଟକ, ଚକଓ୍ବାଲ, ମିୟାଓ୍ବାଲୀ ଓ ଏହାର ଅଖପାଖ ଅଞ୍ଚଳରେ ଅନୁଭୂତ ହୋଇଛି । ଏହାଛଡ଼ା ପେଶଓ୍‌ବାର, ମର୍ଦନ, ମୋହମନ୍ଦ ଏବଂ ଖାଇବର ଅଞ୍ଚଳରେ ଝଟକା ଲାଗିଛି । ପାକିସ୍ତାନରେ ଅଧିକାଂଶ ସମୟରେ ଶକ୍ତିଶାଳୀ ଭୂମିକମ୍ପ ଆସିଥାଏ । ଏହା ପୂର୍ବରୁ ୨୦୦୫ରେ ଆତ୍ମଘାତୀ ଭୂମିକମ୍ପ ଆସିଥିଲା । ଏଥିରେ ୭୪ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା । ସେହିପରି ମିଆଁମାରରେ ଗତ ଶୁକ୍ରବାର ୭.୭ ତୀବ୍ରତାର ବିନାଶ

ପାକିସ୍ତାନରେ ଶକ୍ତିଶାଳୀ ଭୂମିକମ୍ପ; ରିକ୍ଟର ସ୍କେଲରେ ତୀବ୍ରତା ୫.୮ ରେକର୍ଡ

ନୂଆଦିଲ୍ଲୀ: ଶକ୍ତିଶାଳୀ ଭୂମିକମ୍ପରେ ଥରିଲା ପାକିସ୍ତାନ । ଦିନ ୧ଟା ବେଳେ ଭୂକମ୍ପ ଝଟକା ଲାଗିଛି । ଜମ୍ମୁ-କାଶ୍ମୀରକୁ ଲାଗି କରିଥିବା ପ୍ରାନ୍ତରେ କମ୍ପନ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୮ ରେକର୍ଡ କରାଯାଇଛି । ଏହାର କେନ୍ଦ୍ରସ୍ଥଳ ପାକିସ୍ତାନରେ ୩୩.୬୩ ଡିଗ୍ରୀ ଅକ୍ଷାଂଶ ଓ ୭୨.୪୬ ଡିଗ୍ରୀ ପୂର୍ବ-ଦ୍ରାଘୀମାରେ ଭୂପୃଷ୍ଠରୁ ୧୨ କି.ମି ଗଭୀରତାରେ ରହିଛି ।  ଭୂମିକମ୍ପ ପରେ ଭୟଭୀତ ହୋଇଯାଇଛନ୍ତି ସ୍ଥାନୀୟ ବସିନ୍ଦା । ଚିତ୍କାର କରିବା ସହିତ ଘରୁ ବାହାରି ଆସିଛନ୍ତି । ତେବେ ଏହି ଭୂମିକମ୍ପରେ  କ୍ଷୟକ୍ଷତି ନେଇ କୌଣସି ସଠିକ୍ ସୂଚନା ମିଳିପାରିନାହିଁ । 

ପାକିସ୍ତାନର ଜାତୀୟ ଭୂମିକମ୍ପ ନୀରକ୍ଷଣ କେନ୍ଦ୍ରର ରିପୋର୍ଟ ମୁତାବକ, ମଧ୍ୟାହ୍ଣ ପ୍ରାୟ ୧୨.୩୧ ମିନିଟରେ ଭୂମିକମ୍ପ ଝଟକା ଲାଗିଥିଲା । ଭୂମିକମ୍ପର ଏପି ସେଣ୍ଟର ରାଓଲପିଣ୍ଡିରୁ ୬୦ କି.ମି ଉତ୍ତର-ପଶ୍ଚିମ ଦିଗରେ ରହିଛି । ଭୂ-ପୃଷ୍ଠରେ କମ୍ପନ ପଞ୍ଜାବର ଅଟକ, ଚକଓ୍ବାଲ, ମିୟାଓ୍ବାଲୀ ଓ ଏହାର ଅଖପାଖ ଅଞ୍ଚଳରେ ଅନୁଭୂତ ହୋଇଛି । ଏହାଛଡ଼ା ପେଶଓ୍‌ବାର, ମର୍ଦନ, ମୋହମନ୍ଦ ଏବଂ ଖାଇବର ଅଞ୍ଚଳରେ ଝଟକା ଲାଗିଛି । ପାକିସ୍ତାନରେ ଅଧିକାଂଶ ସମୟରେ ଶକ୍ତିଶାଳୀ ଭୂମିକମ୍ପ ଆସିଥାଏ । ଏହା ପୂର୍ବରୁ ୨୦୦୫ରେ ଆତ୍ମଘାତୀ ଭୂମିକମ୍ପ ଆସିଥିଲା । ଏଥିରେ ୭୪ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା । 

ସେହିପରି ମିଆଁମାରରେ ଗତ ଶୁକ୍ରବାର ୭.୭ ତୀବ୍ରତାର ବିନାଶକାରୀ ଭୂମିକମ୍ପ ଆସିଥିଲା । ପ୍ରଶାସନ ଅନୁଯାୟୀ, ଭୂମିକମ୍ପରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୩,୦୮୫କୁ ପହଞ୍ଚି ଯାଇଛି । ସେହିପରି ୪,୭୧୫ ଜଣ ଭୂମିକମ୍ପରେ ଆହତ ହୋଇଛନ୍ତି। ୩୪୧ ଜଣଙ୍କ ଏପର୍ଯ୍ୟନ୍ତ ନିଖୋଜ ରହିଛନ୍ତି  ବୋଲି ପ୍ରଶାସନ କହଛି । ...