ପାକିସ୍ତାନରେ ସୋସିଆଲ ମିଡିଆରେ ଲାଗିବ କଟକଣା, ଉଲ୍ଲଂଘନ କଲେ ଜେଲଦଣ୍ଡ ଓ ଜୋରିମାନା
ନୂଆଦିଲ୍ଲୀ: ପାକିସ୍ତାନ ନାଗରକିଙ୍କ ଠାରୁ ଛଡ଼ାଇ ନିଆଯିବ ବାକ୍ ସ୍ୱାଧୀନତା। ସୋସିଆଲ ମିଡିଆରେ ଲାଗିବ କଟକଣା। ଉଲ୍ଲଂଘନ କଲେ ଜେଲଦଣ୍ଡ ଓ ଜୋରିମାନା। ପାକିସ୍ତାନ ସଂସଦର ଉଚ୍ଚ ସଦନରେ ପାସ୍ ହୋଇଛି ଏକ ବିବାଦୀୟ ବିଲ୍। ଶିଳ୍ପ ଏବଂ ଉତ୍ପାଦନ ମନ୍ତ୍ରୀ ରାଣା ତନବୀର ହୁସେନଙ୍କ ଦ୍ୱାରା ଇଲେକ୍ଟ୍ରୋନିକ୍ ଅପରାଧ ନିବାରଣ (ସଂଶୋଧନ) ବିଲ୍- 2025 ବା PECA ଆଇନ ଆଗତ କରାଯାଇଥିଲା। ଏହି ବିଲ୍ ସରକାରଙ୍କୁ ଭୁଲ ସୂଚନା ପ୍ରସାରଣ ପାଇଁ ମୋଟା ଜୋରିମାନା ଏବଂ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ଜେଲଦଣ୍ଡ ଦେବାର ବ୍ୟାପକ କ୍ଷମତା ଦେଇଛି। ବ୍ୟକ୍ତିର ସ୍ୱାଧୀନତାକୁ ଦମନ କରିବା ପାଇଁ ଡିଜାଇନ୍ କରାଯାଇଥିବା ପାକିସ୍ତାନ ନାଗରିକ କହିଛନ୍ତି।ମଙ୍ଗଳବାର ସିନେଟ୍ରେ ଅନୁମୋଦନ ପାଇବା ପରେ, ବିଲ୍କୁ ନେଇ ଥିବା ଶେଷ ପ୍ରତିବନ୍ଧକ ମଧ୍ୟ ଦୂର ହୋଇଛି। ଏହାକୁ ଏବେ ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦ୍ଦାରୀଙ୍କ ନିକଟକୁ ପଠାଯିବ। ସେ ଖୁବ୍ ଶୀଘ୍ର ଏଥିରେ ସ୍ୱାକ୍ଷର କରିବେ ବୋଲି ଜଣାପଡିଛି। ଏହି ବିଲ୍ ଅନୁଯାୟୀ, କର୍ତ୍ତୃପକ୍ଷ ଡିଜିଟାଲ୍ ରାଇଟ୍ସ ପ୍ରୋଟେକ୍ସନ୍ ଅଥରିଟି (DRPA) ନାମକ ଏକ ଏଜେନ୍ସି ତିଆରି କରିବେ, ଯାହା ସୋସିଆଲ ମିଡିଆରେ "ଅବୈଧ ଏବଂ ଆପତ୍ତିଜନକ" ବିବେଚିତ ବିଷୟବସ୍ତୁକୁ ତୁରନ୍ତ ରିପୋର୍ଟ ଓ ବ୍ଲକ୍ କରିବାକୁ ନିର୍ଦ୍ଦେଶ ଦେବାର କ୍ଷମତା ରଖିବ।ବିଚାରପତି, ସଶସ୍ତ୍ର ବାହିନୀ, ସଂସଦ କିମ୍ବା ପ୍ରାଦେଶିକ ସଭାଗୁଡ଼ିକୁ ସମାଲୋଚନା କ
ନୂଆଦିଲ୍ଲୀ: ପାକିସ୍ତାନ ନାଗରକିଙ୍କ ଠାରୁ ଛଡ଼ାଇ ନିଆଯିବ ବାକ୍ ସ୍ୱାଧୀନତା। ସୋସିଆଲ ମିଡିଆରେ ଲାଗିବ କଟକଣା। ଉଲ୍ଲଂଘନ କଲେ ଜେଲଦଣ୍ଡ ଓ ଜୋରିମାନା। ପାକିସ୍ତାନ ସଂସଦର ଉଚ୍ଚ ସଦନରେ ପାସ୍ ହୋଇଛି ଏକ ବିବାଦୀୟ ବିଲ୍। ଶିଳ୍ପ ଏବଂ ଉତ୍ପାଦନ ମନ୍ତ୍ରୀ ରାଣା ତନବୀର ହୁସେନଙ୍କ ଦ୍ୱାରା ଇଲେକ୍ଟ୍ରୋନିକ୍ ଅପରାଧ ନିବାରଣ (ସଂଶୋଧନ) ବିଲ୍- 2025 ବା PECA ଆଇନ ଆଗତ କରାଯାଇଥିଲା। ଏହି ବିଲ୍ ସରକାରଙ୍କୁ ଭୁଲ ସୂଚନା ପ୍ରସାରଣ ପାଇଁ ମୋଟା ଜୋରିମାନା ଏବଂ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ଜେଲଦଣ୍ଡ ଦେବାର ବ୍ୟାପକ କ୍ଷମତା ଦେଇଛି। ବ୍ୟକ୍ତିର ସ୍ୱାଧୀନତାକୁ ଦମନ କରିବା ପାଇଁ ଡିଜାଇନ୍ କରାଯାଇଥିବା ପାକିସ୍ତାନ ନାଗରିକ କହିଛନ୍ତି।
ମଙ୍ଗଳବାର ସିନେଟ୍ରେ ଅନୁମୋଦନ ପାଇବା ପରେ, ବିଲ୍କୁ ନେଇ ଥିବା ଶେଷ ପ୍ରତିବନ୍ଧକ ମଧ୍ୟ ଦୂର ହୋଇଛି। ଏହାକୁ ଏବେ ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦ୍ଦାରୀଙ୍କ ନିକଟକୁ ପଠାଯିବ। ସେ ଖୁବ୍ ଶୀଘ୍ର ଏଥିରେ ସ୍ୱାକ୍ଷର କରିବେ ବୋଲି ଜଣାପଡିଛି। ଏହି ବିଲ୍ ଅନୁଯାୟୀ, କର୍ତ୍ତୃପକ୍ଷ ଡିଜିଟାଲ୍ ରାଇଟ୍ସ ପ୍ରୋଟେକ୍ସନ୍ ଅଥରିଟି (DRPA) ନାମକ ଏକ ଏଜେନ୍ସି ତିଆରି କରିବେ, ଯାହା ସୋସିଆଲ ମିଡିଆରେ "ଅବୈଧ ଏବଂ ଆପତ୍ତିଜନକ" ବିବେଚିତ ବିଷୟବସ୍ତୁକୁ ତୁରନ୍ତ ରିପୋର୍ଟ ଓ ବ୍ଲକ୍ କରିବାକୁ ନିର୍ଦ୍ଦେଶ ଦେବାର କ୍ଷମତା ରଖିବ।
ବିଚାରପତି, ସଶସ୍ତ୍ର ବାହିନୀ, ସଂସଦ କିମ୍ବା ପ୍ରାଦେଶିକ ସଭାଗୁଡ଼ିକୁ ସମାଲୋଚନା କରୁଥିବା ବିଷୟବସ୍ତୁ ବା କଣ୍ଟେଣ୍ଟକୁ ମଧ୍ୟ ବ୍ଲକ୍ କରାଯିବ। ଯେଉଁମାନେ ପାଳନ ନ କରନ୍ତି, ସେମାନଙ୍କୁ ଅସ୍ଥାୟୀ କିମ୍ବା ସ୍ଥାୟୀ ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡ଼ିପାରେ। ଏହି ଆଇନ ଭୁଲ ସୂଚନା ପ୍ରସାରଣକୁ ଏକ ଫୌଜଦାରୀ ଅପରାଧ ମଧ୍ୟ କରିଥାଏ, ଯାହା ପାଇଁ ତିନି ବର୍ଷ ପର୍ଯ୍ୟନ୍ତ ଜେଲ୍ ଏବଂ ୨୦ ଲକ୍ଷ ଟଙ୍କା (7,150 ଆମେରିକୀୟ ଡଲାର) ପର୍ଯ୍ୟନ୍ତ ଜୋରିମାନା କିମ୍ବା ଉଭୟ ଦଣ୍ଡନୀୟ ହୋଇପାରେ।
ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ମୁଖପାତ୍ର ଜୁଲଫିକର ବୁଖାରୀ କହିଛନ୍ତି ଯେ ତେହେରିକ୍-ଏ-ଇନସାଫ ପାର୍ଟି (ପିଟିଆଇ) ଏହି ବିଲ୍କୁ କୋର୍ଟରେ ଚ୍ୟାଲେଞ୍ଜ କରିବ ତାଙ୍କ ଦଳ। "ଫେକ୍ ନ୍ୟୁଜ୍ ବିରୋଧରେ ଲଢ଼ିବା ନାମରେ, ସଂସଦର ଉଭୟ ଗୃହ ଦ୍ୱାରା ବ୍ୟକ୍ତି ସ୍ୱାଧୀନତାକୁ ଦମନ କରିବା ପାଇଁ ଏକ ବିଲ୍ ପାସ୍ କରାଯାଇଛି। କୌଣସି ଗଣତନ୍ତ୍ର ପ୍ରେମୀ ବ୍ୟକ୍ତି ଏହାକୁ ସମର୍ଥନ କରିପାରିବେ ନାହିଁ।