ପାକିସ୍ତାନରେ ସ୍କୁଲ ବସ ଉପରେ ଆତଙ୍କବାଦୀ ଆକ୍ରମଣ : ୪ ଛାତ୍ର ମୃତ

ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନରେ ଏକ ସ୍କୁଲ ବସ୍ ଉପରେ ଆତଙ୍କବାଦୀ ହମଲା। ହମଲାରେ ୫ ଛାତ୍ର ପ୍ରାଣ ହରାଇଥିବାବେଳେ ୪୦ରୁ... The post ପାକିସ୍ତାନରେ ସ୍କୁଲ ବସ ଉପରେ ଆତଙ୍କବାଦୀ ଆକ୍ରମଣ : ୪ ଛାତ୍ର ମୃତ appeared first on .

ପାକିସ୍ତାନରେ ସ୍କୁଲ ବସ ଉପରେ ଆତଙ୍କବାଦୀ ଆକ୍ରମଣ : ୪ ଛାତ୍ର ମୃତ

ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନରେ ଏକ ସ୍କୁଲ ବସ୍ ଉପରେ ଆତଙ୍କବାଦୀ ହମଲା। ହମଲାରେ ୫ ଛାତ୍ର ପ୍ରାଣ ହରାଇଥିବାବେଳେ ୪୦ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ପାକିସ୍ତାନର ଖୁଜଦାରରେ ଘଟିଛି ଆତଙ୍କବାଦୀ ହମଲା। ଦକ୍ଷିଣ ପଶ୍ଚିମ ପାକିସ୍ତାନର ବଲୁଚିସ୍ତାନ ପ୍ରଜାତନ୍ତ୍ରରେ ଘଟିଛି ଆକ୍ରମଣ। ବଲୁଚିସ୍ତାନରେ ବିଚ୍ଛିନ୍ନତାବାଦୀ ସଂଗଠନ ବଲୁଚି ଲିବରେସନ ଆର୍ମିର ଆତଙ୍କରାଜ ଜାରି ରହିଥିବାବେଳେ ଏହି ବସ ଆକ୍ରମଣ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ବସଟି ସ୍କୁଲ ଅଭିମୁଖେ ଯାଉଥିବାବେଳେ ଏକ ଆତ୍ମଘାତୀ କାର ବସକୁ ଧକ୍କା ଦେଇ ବିସ୍ଫୋରଣ ଘଟାଇଥିଲା। ଘଟଣାକୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ନିନ୍ଦା କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଏହି ଆକ୍ରମଣ ଲାଗି କେହି ନିଜକୁ ଦାୟୀ କରିନାହାନ୍ତି।

The post ପାକିସ୍ତାନରେ ସ୍କୁଲ ବସ ଉପରେ ଆତଙ୍କବାଦୀ ଆକ୍ରମଣ : ୪ ଛାତ୍ର ମୃତ appeared first on .