ପାକିସ୍ତାନୀ ଗୁପ୍ତଚରଙ୍କୁ ଛଡ଼ାଯିବ ନାହିଁ – ଆଇନ ମନ୍ତ୍ରୀ
ଭୁବନେଶ୍ବର: ପୁରୀରେ ୟୁଟ୍ୟୁବରଙ୍କ ପାକିସ୍ତାନୀ ଗୁପ୍ତଚର ଲିଙ୍କ୍ ନେଇ ଏନ୍ଆଇଏ କରୁଛି ତନାଘନା । ଯାହାର ଲିଙ୍କ୍ ବାହାରିବ ସେ ସମସ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ। କୌଣସି ବି ପରିସ୍ଥିତିରେ ପାକିସ୍ତାନୀ ଗୁପ୍ତଚରଙ୍କୁ ଛଡ଼ାଯିବ ନାହିଁ । ଯେତେ ଯାହାର ଲିଙ୍କ୍ ଥିବ, ସବୁ ବାହାରିବ। ଆଜି ଏଭଳି ବୟାନ ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ପାକିସ୍ତାନ ଗୁପ୍ତଚର ଜ୍ୟୋତି ମଲହୋତ୍ରାଙ୍କ ସହ ପୁରୀର ଝିଅ ପ୍ରିୟଙ୍କା ସେନାପତିଙ୍କ ଲିଙ୍କ୍ ମାମଲାରେ ତଦନ୍ତକୁ ଅଧିକ ଜୋରଦାର କରାଯାଇଛି। […]

ଭୁବନେଶ୍ବର: ପୁରୀରେ ୟୁଟ୍ୟୁବରଙ୍କ ପାକିସ୍ତାନୀ ଗୁପ୍ତଚର ଲିଙ୍କ୍ ନେଇ ଏନ୍ଆଇଏ କରୁଛି ତନାଘନା । ଯାହାର ଲିଙ୍କ୍ ବାହାରିବ ସେ ସମସ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ। କୌଣସି ବି ପରିସ୍ଥିତିରେ ପାକିସ୍ତାନୀ ଗୁପ୍ତଚରଙ୍କୁ ଛଡ଼ାଯିବ ନାହିଁ । ଯେତେ ଯାହାର ଲିଙ୍କ୍ ଥିବ, ସବୁ ବାହାରିବ। ଆଜି ଏଭଳି ବୟାନ ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।
ପାକିସ୍ତାନ ଗୁପ୍ତଚର ଜ୍ୟୋତି ମଲହୋତ୍ରାଙ୍କ ସହ ପୁରୀର ଝିଅ ପ୍ରିୟଙ୍କା ସେନାପତିଙ୍କ ଲିଙ୍କ୍ ମାମଲାରେ ତଦନ୍ତକୁ ଅଧିକ ଜୋରଦାର କରାଯାଇଛି। ମାମଲାର ଅଧିକ ତଦନ୍ତ ପାଇଁ ଖୁବ୍ ଶୀଘ୍ର ପୁରୀ ଯାଇ ତଦନ୍ତ କରିପାରେ ଏନ୍ଆଇଏ । ଏହି ପ୍ରସଙ୍ଗରେ ଆଇନମନ୍ତ୍ରୀ କହିଛନ୍ତି, ମାମଲାରେ ଯେଉଁମାନେ ଦୋଷୀ ସାବ୍ୟସ୍ତ ହେବେ ସେମାନଙ୍କୁ କଠିନ ଦଣ୍ଡରେ ଦଣ୍ଡିତ କରାଯିବ। ଯେଉଁମାନେ ପଡ଼ୋଶୀ ଦେଶ ପାଇଁ ଗୁଇନ୍ଦାଗିରି କରୁଛନ୍ତି ବା ସହାୟତା କରୁଛନ୍ତି, ସେମାନଙ୍କୁ କେବେ ବି ଛଡ଼ା ଯିବନାହିଁ । ସେହିପରି ହରିୟାଣା ପୁଲିସ ମଧ୍ୟ ପୁରୀ ଆସିବାର ସମ୍ଭାବନା ରହିଛି । ପୁରୀର ଯୁବତୀ ପ୍ରିୟଙ୍କା ସେନାପତିଙ୍କୁ ପୁରୀ ନଛାଡ଼ି ଯିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଏବେ ପୁଲିସ ସ୍କାନରରେ ରହିଛି ପ୍ରିୟଙ୍କାଙ୍କ ପୂରା ପରିବାର । ପୁରୀ ଆସିଥିବା ବେଳେ ଜ୍ୟୋତି ଯାଇଥିବା ସ୍ଥାନକୁ ମଧ୍ୟ ସ୍କାନରରେ ରଖିଛି ପୁଲିସ । ପ୍ରିୟଙ୍କାଙ୍କଠାରୁ ତଥ୍ୟ ନେଇ ସେସବୁ ସ୍ଥାନକୁ ଯାଇ ତଦନ୍ତ କରାଯିବ ।