ପାକିସ୍ତାନୀ ଜାଭେଲିନ୍ ଆଥଲେଟ୍‌ ଅରଶଦଙ୍କ କୋଚ୍‌ଙ୍କ ଦରମା କେତେ ? ଜାଣିଲେ ହେବେ ଆଶ୍ଚର୍ଯ୍ୟ ?

ନୂଆଦିଲ୍ଲୀ ୦୮।୦୮: ପାକିସ୍ତାନ ଆଥଲେଟ୍ ଅରଶଦ ନାଦିମ । ପ୍ୟାରିସ ଅଲିମ୍ପିକ୍ସରେ ଅରଶଦ ପଦକ ଜିତିବା ନେଇ ଆଶା ଲଗାଇ ବସିଛି ପୁରା ପାକିସ୍ତାନ ।  କିନ୍ତୁ ଜାଣନ୍ତି କି ଅରଶଦ ନାଦିମଙ୍କୁ ଟ୍ରେନ୍ କରୁଥିବା କୋଚ୍‌ଙ୍କ ଦରମା କେତେ ? ଜାଭେଲିନ୍ ଥ୍ରୋୟର ଅରଶଦ ନାଦିମଙ୍କ କୋଚ୍‌ଙ୍କ ଦରମା ଏତେ କମ୍ ଯେ ଶୁଣିଲେ ମୁଣ୍ଡରେ ହାତ ଦେଇଦେବେ ।   ତାଙ୍କ ଦରମା ଏତେ କମ୍ ଯେ ବର୍ତ୍ତମାନ ସମୟରେ ଏହି ପରିମାଣ ଏକ ଓଟ ପାଟିରେ ଜିରା ସଦୃଶ । ଅରଶଦଙ୍କ କୋଚ୍ ହେଉଛନ୍ତି ସୟଦ ଫୟାଜ ହୁସେନ୍ ବୁଖାରୀ । ରିପୋର୍ଟ ଅନୁଯାୟୀ ପାକିସ୍ତାନ କ୍ରୀଡ଼ା ବୋର୍ଡ ତାଙ୍କୁ ଦରମା ଭାବେ ଦେଇଥାଏ ମାତ୍ର ୧୫ ହଜାର ପାକିସ୍ତାନ ଟଙ୍କା । ତେବେ ଅରଶଦଙ୍କ କୋଚ୍‌ଙ୍କୁ ମିଳୁଥିବା ଦରମାକୁ ଯଦି ଭାରତୀୟ ମୂଲ୍ୟରେ ଦେଖିବା ତେବେ ସୟଦ ଫାୟାଜଙ୍କ ଦରମା ମାତ୍ର ୪୫୨୩ ଟଙ୍କା। ଏହି କୋଚ୍‌ଙ୍କ ଅଧିନରେ ତାଲିମ ନେଇ ଟୋକିଓ ଅଲିମ୍ପିକ୍ସରେ ଚତୁର୍ଥ ସ୍ଥାନରେ ରହିଥିଲେ ଅରଶଦ । ୯୦ ମିଟର ପର୍ଯ୍ୟନ୍ତ ଜାଭେଲିନ୍ ଫିଙ୍ଗିବାରେ ସେ ପ୍ରଥମ ଏସୀୟ ହୋଇଥିଲେ । ଆଶ୍ଚର୍ଯ୍ୟଜନକ ଯେ ତାଙ୍କ ଦରମା ଏତେ କମ୍ । ଅନ୍ୟପକ୍ଷରେ ଯଦି ଆମେ ନୀରଜ ଚୋପ୍ରାଙ୍କ ବିଷୟରେ କହିବା ତେବେ ପ୍ୟାରିସ ଅଲିମ୍ପିକ୍ସ ପାଇଁ ତାଲିମ ପାଇଁ ମୋଟ ଖର୍ଚ୍ଚ ହୋଇଛି ୫.୭୨ କୋଟି ଟଙ୍କା । ନୀରଜଙ୍କ ଖର୍ଚ୍ଚରେ ତାଙ୍କ କୋଚର ଦରମା ମଧ୍ୟ ସାମିଲ୍ ରହିଛି । ଯାହା ଲକ୍ଷ ଲକ୍ଷ ଟଙ୍କା ହେବ ବୋଲି ଆଶା କରାଯାଉଛି ।

ପାକିସ୍ତାନୀ ଜାଭେଲିନ୍ ଆଥଲେଟ୍‌ ଅରଶଦଙ୍କ କୋଚ୍‌ଙ୍କ ଦରମା କେତେ ? ଜାଣିଲେ ହେବେ ଆଶ୍ଚର୍ଯ୍ୟ ?

ନୂଆଦିଲ୍ଲୀ ୦୮।୦୮: ପାକିସ୍ତାନ ଆଥଲେଟ୍ ଅରଶଦ ନାଦିମ । ପ୍ୟାରିସ ଅଲିମ୍ପିକ୍ସରେ ଅରଶଦ ପଦକ ଜିତିବା ନେଇ ଆଶା ଲଗାଇ ବସିଛି ପୁରା ପାକିସ୍ତାନ ।  କିନ୍ତୁ ଜାଣନ୍ତି କି ଅରଶଦ ନାଦିମଙ୍କୁ ଟ୍ରେନ୍ କରୁଥିବା କୋଚ୍‌ଙ୍କ ଦରମା କେତେ ? 

ଜାଭେଲିନ୍ ଥ୍ରୋୟର ଅରଶଦ ନାଦିମଙ୍କ କୋଚ୍‌ଙ୍କ ଦରମା ଏତେ କମ୍ ଯେ ଶୁଣିଲେ ମୁଣ୍ଡରେ ହାତ ଦେଇଦେବେ ।   ତାଙ୍କ ଦରମା ଏତେ କମ୍ ଯେ ବର୍ତ୍ତମାନ ସମୟରେ ଏହି ପରିମାଣ ଏକ ଓଟ ପାଟିରେ ଜିରା ସଦୃଶ । ଅରଶଦଙ୍କ କୋଚ୍ ହେଉଛନ୍ତି ସୟଦ ଫୟାଜ ହୁସେନ୍ ବୁଖାରୀ । 

ରିପୋର୍ଟ ଅନୁଯାୟୀ ପାକିସ୍ତାନ କ୍ରୀଡ଼ା ବୋର୍ଡ ତାଙ୍କୁ ଦରମା ଭାବେ ଦେଇଥାଏ ମାତ୍ର ୧୫ ହଜାର ପାକିସ୍ତାନ ଟଙ୍କା । ତେବେ ଅରଶଦଙ୍କ କୋଚ୍‌ଙ୍କୁ ମିଳୁଥିବା ଦରମାକୁ ଯଦି ଭାରତୀୟ ମୂଲ୍ୟରେ ଦେଖିବା ତେବେ ସୟଦ ଫାୟାଜଙ୍କ ଦରମା ମାତ୍ର ୪୫୨୩ ଟଙ୍କା। 

ଏହି କୋଚ୍‌ଙ୍କ ଅଧିନରେ ତାଲିମ ନେଇ ଟୋକିଓ ଅଲିମ୍ପିକ୍ସରେ ଚତୁର୍ଥ ସ୍ଥାନରେ ରହିଥିଲେ ଅରଶଦ । ୯୦ ମିଟର ପର୍ଯ୍ୟନ୍ତ ଜାଭେଲିନ୍ ଫିଙ୍ଗିବାରେ ସେ ପ୍ରଥମ ଏସୀୟ ହୋଇଥିଲେ । ଆଶ୍ଚର୍ଯ୍ୟଜନକ ଯେ ତାଙ୍କ ଦରମା ଏତେ କମ୍ । 

ଅନ୍ୟପକ୍ଷରେ ଯଦି ଆମେ ନୀରଜ ଚୋପ୍ରାଙ୍କ ବିଷୟରେ କହିବା ତେବେ ପ୍ୟାରିସ ଅଲିମ୍ପିକ୍ସ ପାଇଁ ତାଲିମ ପାଇଁ ମୋଟ ଖର୍ଚ୍ଚ ହୋଇଛି ୫.୭୨ କୋଟି ଟଙ୍କା । ନୀରଜଙ୍କ ଖର୍ଚ୍ଚରେ ତାଙ୍କ କୋଚର ଦରମା ମଧ୍ୟ ସାମିଲ୍ ରହିଛି । ଯାହା ଲକ୍ଷ ଲକ୍ଷ ଟଙ୍କା ହେବ ବୋଲି ଆଶା କରାଯାଉଛି ।