ପାକ୍ ଅଭିନେତ୍ରୀ ହାନିଆଙ୍କ ପାଇଁ ଫସିଲେ ଦିଲ୍ଜିତ, ଭାରତରେ ରିଲିଜ୍ ହେବନି ଫିଲ୍ମ 'ସର୍ଦ୍ଦାର ଜୀ ୩'
ମୁମ୍ଵାଇ ୨୪।୦୬; ବିବାଦରେ ଦିଲଜିତ ଦୋସାଞ୍ଜ । ବଲିଉଡ ସହ ପଞ୍ଜାବୀ ଫିଲ୍ମ ଇଣ୍ଡଷ୍ଟ୍ରିର ସେ ଲୋକପ୍ରିୟ ନାୟକ ଓ ଗାୟକ । ଏବେ ପାକିସ୍ତାନ ଅଭିନେତ୍ରୀଙ୍କ ସହ ଅଭିନୟ ତାଙ୍କୁ ମହଙ୍ଗା ପଡିଛି । ଫିଲ୍ମକୁ ଭାରତରେ ରିଲିଜ ପାଇଁ ରେଡ୍ ସିଗନାଲ ମିଳିଛି । ଆକ୍ଟର ଓ ସିଙ୍ଗର ଦିଲଜିତଙ୍କ ଫିଲ୍ମ ସର୍ଦ୍ଦାର ଜି ଥ୍ରୀର ଟ୍ରେଲର ରବିବାର ରାତିରେ ରିଲିଜ ହୋଇଛି । ଫିଲ୍ମର ଟ୍ରେଲରରେ ପାକିସ୍ତାନୀ ଅଭିନେତ୍ରୀ ହାନିଆ ଆମିର ନଜର ଆସିଛନ୍ତି । ଯାହା ପରଠୁ ବିବାଦ ଆରମ୍ଭ ହୋଇଛି । ଭାରତରେ ପାକିସ୍ତାନ ଅଭିନତା ଓ ଅଭିନେତ୍ରୀଙ୍କ ଅଭିନୟ ଉପରେ ବ୍ୟାନ ଲାଗିଛି । ଏହା ସତ୍ତ୍ବେ ହାନିଆ ଆମିରଙ୍କୁ ପଞ୍ଜାବୀ ଫିଲ୍ମରେ ଦେଖି ଲୋକମାନେ ସୋସିଆଲ ମିଡିଆରେ ପ୍ରତିକ୍ରିୟା ଦେଉଛନ୍ତି ।ରବିବାର ରାତିରେ ଦିଲଜିତ ଫିଲ୍ମର ଟ୍ରେଲରକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଥିଲେ । ଟ୍ରେଲରରେ ହାନିଆ ଆମିରଙ୍କ ସହ ଦିଲଜିତ ରୋମାନ୍ସ କରୁଥିବାର ନଜର ଆସିଛନ୍ତି । ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେଟ୍-CBFC ପକ୍ଷରୁ ସିନେମାକୁ ବ୍ୟାନ୍ କରାଯାଇଛି। ଭାରତରେ ଦିଲଜିତ୍ ଓ ହାନିଆଙ୍କ ସର୍ଦ୍ଦାର ଜି-୩ ଫିଲ୍ମ ରିଲିଜ୍ କରାଯିବନି। ଏଭଳି କ୍ଷେତ୍ରରେ ଦିଲଜିତଙ୍କ ଏହି ଫିଲ୍ମ ଓ ତାସହ ସେ ସେୟାର କରିଥିବା ସୋସିଆଲ୍ ମିଡିଆ ପୋଷ୍ଟକୁ ବି ସମାଲୋଚନା କରିଛନ୍ତି ଲୋକେ। ୨୨ ଏପ୍ରିଲରେ ପହଲଗାମ ଆଟାକ ପରେ ପାକ୍ କଳାକାରଙ୍କ ଅଭିନୟ ଉପରେ ବ୍ୟାନ ଲାଗିଛ
ମୁମ୍ଵାଇ ୨୪।୦୬; ବିବାଦରେ ଦିଲଜିତ ଦୋସାଞ୍ଜ । ବଲିଉଡ ସହ ପଞ୍ଜାବୀ ଫିଲ୍ମ ଇଣ୍ଡଷ୍ଟ୍ରିର ସେ ଲୋକପ୍ରିୟ ନାୟକ ଓ ଗାୟକ । ଏବେ ପାକିସ୍ତାନ ଅଭିନେତ୍ରୀଙ୍କ ସହ ଅଭିନୟ ତାଙ୍କୁ ମହଙ୍ଗା ପଡିଛି । ଫିଲ୍ମକୁ ଭାରତରେ ରିଲିଜ ପାଇଁ ରେଡ୍ ସିଗନାଲ ମିଳିଛି । ଆକ୍ଟର ଓ ସିଙ୍ଗର ଦିଲଜିତଙ୍କ ଫିଲ୍ମ ସର୍ଦ୍ଦାର ଜି ଥ୍ରୀର ଟ୍ରେଲର ରବିବାର ରାତିରେ ରିଲିଜ ହୋଇଛି । ଫିଲ୍ମର ଟ୍ରେଲରରେ ପାକିସ୍ତାନୀ ଅଭିନେତ୍ରୀ ହାନିଆ ଆମିର ନଜର ଆସିଛନ୍ତି । ଯାହା ପରଠୁ ବିବାଦ ଆରମ୍ଭ ହୋଇଛି । ଭାରତରେ ପାକିସ୍ତାନ ଅଭିନତା ଓ ଅଭିନେତ୍ରୀଙ୍କ ଅଭିନୟ ଉପରେ ବ୍ୟାନ ଲାଗିଛି । ଏହା ସତ୍ତ୍ବେ ହାନିଆ ଆମିରଙ୍କୁ ପଞ୍ଜାବୀ ଫିଲ୍ମରେ ଦେଖି ଲୋକମାନେ ସୋସିଆଲ ମିଡିଆରେ ପ୍ରତିକ୍ରିୟା ଦେଉଛନ୍ତି ।

ରବିବାର ରାତିରେ ଦିଲଜିତ ଫିଲ୍ମର ଟ୍ରେଲରକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଥିଲେ । ଟ୍ରେଲରରେ ହାନିଆ ଆମିରଙ୍କ ସହ ଦିଲଜିତ ରୋମାନ୍ସ କରୁଥିବାର ନଜର ଆସିଛନ୍ତି । ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେଟ୍-CBFC ପକ୍ଷରୁ ସିନେମାକୁ ବ୍ୟାନ୍ କରାଯାଇଛି। ଭାରତରେ ଦିଲଜିତ୍ ଓ ହାନିଆଙ୍କ ସର୍ଦ୍ଦାର ଜି-୩ ଫିଲ୍ମ ରିଲିଜ୍ କରାଯିବନି। ଏଭଳି କ୍ଷେତ୍ରରେ ଦିଲଜିତଙ୍କ ଏହି ଫିଲ୍ମ ଓ ତାସହ ସେ ସେୟାର କରିଥିବା ସୋସିଆଲ୍ ମିଡିଆ ପୋଷ୍ଟକୁ ବି ସମାଲୋଚନା କରିଛନ୍ତି ଲୋକେ। ୨୨ ଏପ୍ରିଲରେ ପହଲଗାମ ଆଟାକ ପରେ ପାକ୍ କଳାକାରଙ୍କ ଅଭିନୟ ଉପରେ ବ୍ୟାନ ଲାଗିଛି । କିନ୍ତୁ ବିବାଦ ଅଧିକ ବଢିବା ପୂର୍ବ ଫିଲ୍ମର ମେକର୍ସ ସ୍ପଷ୍ଟୀକରଣ ରଖିଛନ୍ତି କି ଫିଲ୍ମକୁ ଭାରତରେ ରିଲିଜ କରାଯିବନି।
ମେକର୍ସ କହିଛନ୍ତି ଭାରତ-ପାକିସ୍ତାନ ଭିତରେ ଉତ୍ତେଜନା ପୂର୍ବରୁ ଫିଲ୍ମର ସୁଟିଂ କରାଯାଇଛି । କିନ୍ତୁ ବର୍ତ୍ତମାନର ସ୍ଥିତି ଓ ଲୋକଙ୍କ ଭାବନାକୁ ସମ୍ମାନ ଜଣାଇ ଫିଲ୍ମକୁ ଭାରତରେ ରିଲିଜ କରାଯିବନି । ସର୍ଦ୍ଦାର ଜି ଥ୍ରୀ ୨୭ ଜୁନରେ ଭାରତ ବ୍ୟତୀତ ଅନ୍ୟ ଦେଶରେ ରିଲିଜ ହେବ । ଫିଲ୍ମରେ ଦିଲଜିତଙ୍କ ଅପୋଜିଟରେ ନିରୁ ବାଜୱା ବି ଅଭିନୟ କରିଛନ୍ତି ।