ପାଖଉଛି ବାତ୍ୟା, ବଢୁଛି ଭୟ, ଆଉ କିଛି ସମୟ ମଧ୍ୟରେ ଲ୍ୟାଣ୍ଡଫଲ
ବ୍ରିସବେନ: ଭୟଙ୍କର ଗର୍ଜନ କରି ମାଡ଼ି ଆସୁଛି ବାତ୍ୟା। ସମୟ ଯେତିକି ଗଡୁଚି ଭୟ ମଧ୍ୟ ସେତିକି ବଢ଼ୁଛି। ବାତ୍ୟା ଆଲଫ୍ରେଡର ପ୍ରକୋପ କିପରି ରହିବ ତାକୁ ନେଇ ଚିନ୍ତାରେ ଲୋକେ। କାରଣ ବାତ୍ୟା ଆଲଫ୍ରେଡର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଯେପରି କୌଣସି ଲୋକଙ୍କର କିଛି କ୍ଷତି ନ ହୁଏ। ସେଥିପାଇଁ ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥନକୁ ସ୍ଥାନାନ୍ତରିତ କରାଯାଉଛି। ଅଷ୍ଟ୍ରେଲିଆରେ ବାତ୍ଯା ଆଲଫ୍ରେଡ୍ ଆସିବା ପୂର୍ବରୁ ଶନିବାର ଦିନ ଏହାର ପୂର୍ବ […]

ବ୍ରିସବେନ: ଭୟଙ୍କର ଗର୍ଜନ କରି ମାଡ଼ି ଆସୁଛି ବାତ୍ୟା। ସମୟ ଯେତିକି ଗଡୁଚି ଭୟ ମଧ୍ୟ ସେତିକି ବଢ଼ୁଛି। ବାତ୍ୟା ଆଲଫ୍ରେଡର ପ୍ରକୋପ କିପରି ରହିବ ତାକୁ ନେଇ ଚିନ୍ତାରେ ଲୋକେ। କାରଣ ବାତ୍ୟା ଆଲଫ୍ରେଡର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି।
ଯେପରି କୌଣସି ଲୋକଙ୍କର କିଛି କ୍ଷତି ନ ହୁଏ। ସେଥିପାଇଁ ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥନକୁ ସ୍ଥାନାନ୍ତରିତ କରାଯାଉଛି। ଅଷ୍ଟ୍ରେଲିଆରେ ବାତ୍ଯା ଆଲଫ୍ରେଡ୍ ଆସିବା ପୂର୍ବରୁ ଶନିବାର ଦିନ ଏହାର ପୂର୍ବ ଅଞ୍ଚଳର ହଜାର ହଜାର ଲୋକଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା, ବଡ଼ବଡ଼ ଢେଉ ଏବଂ ପବନର ବେଗ ବଢିବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ। ଯାହା ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ କରିବ। ଯେଉଁଥିପାଇଁ ବିମାନ ସେବା ମଧ୍ୟ ରଦ୍ଦ କରାଯାଉଛି।
ପାଣିପାଗ ବିଭାଗର ସୂଚନାନୁଯାୟୀ, ଉପକୂଳ ଆଡକୁ ଆଲଫ୍ରେଡର ଧୀର ଗତି ଚିନ୍ତା ସୃଷ୍ଟି କରିଛି। କାରଣ ଏହା ଦୀର୍ଘ ସମୟ ଧରି ପ୍ରବଳ ବର୍ଷା ଆଣିପାରେ। ଯାହାକି ଅନେକ କ୍ଷତି କରିବ ବୋଲି ଅନୁମାନ କରାଯାଉଛି।
ଆଉ ଯଦି ଏହି ଅନୁମାନ ସତ ହୁଏ ତାହାଲେ ସମସ୍ତଙ୍କୁ ସତର୍କ ରହିବାକୁ ପଡିବ ବୋଲି ପାଣିପାଗ ବିଭାଗ ଚେତାଇ ଦେଇଛି। ବ୍ରିସବେନ ଅଷ୍ଟ୍ରେଲିଆର ତୃତୀୟ ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ସହର ହୋଇଥିବା ବେଳେ ବ୍ରିସବେନର ଉତ୍ତରରେ ବାତ୍ୟା ସ୍ଥଳଭାଗ ଛୁଇଁବ ବୋଲି ଆଶଙ୍କା କରାଯାଉଛି।
ବିଦ୍ୟୁତ୍ କମ୍ପାନୀଗୁଡ଼ିକ କହିଛନ୍ତି ଯେ ସେମାନେ ଦୁଇଟି ରାଜ୍ୟର ୮୦,୦୦୦ରୁ ଅଧିକ ଘରର ବିଦ୍ୟୁତ୍ କାଟ କରିଛନ୍ତି। ଯାହା ମଧ୍ୟରୁ ପ୍ରାୟ ଅଧା ଗୋଲ୍ଡ କୋଷ୍ଟରେ ରହିଛି।