ପାଖେଇ ଆସୁଛି ଗଣେଶ ପୂଜା, କେନ୍ଦ୍ରାପଡା ଏବଂ ମୁନିଗୁଡାରେ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର

ନନ୍ଦିଘୋଷ ବ୍ୟୁରୋ: ଆସୁଛନ୍ତି ଗଜାନନ। ଗଣେଶ ପୂଜା ପାଇଁ ଚଳଚଞ୍ଚଳ ଗାଁଠୁ ସହର। ମୂର୍ତ୍ତି ତିଆରି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।... The post ପାଖେଇ ଆସୁଛି ଗଣେଶ ପୂଜା, କେନ୍ଦ୍ରାପଡା ଏବଂ ମୁନିଗୁଡାରେ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର appeared first on .

ପାଖେଇ ଆସୁଛି ଗଣେଶ ପୂଜା, କେନ୍ଦ୍ରାପଡା ଏବଂ ମୁନିଗୁଡାରେ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର

ନନ୍ଦିଘୋଷ ବ୍ୟୁରୋ: ଆସୁଛନ୍ତି ଗଜାନନ। ଗଣେଶ ପୂଜା ପାଇଁ ଚଳଚଞ୍ଚଳ ଗାଁଠୁ ସହର। ମୂର୍ତ୍ତି ତିଆରି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କେନ୍ଦ୍ରାପଡା ଏବଂ ମୁନିଗୁଡାରେ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର। ସୁଉଚ୍ଚ ମୂର୍ତ୍ତି ସହ, ମିନା ବଜାର ଓ ସମ୍ବଲପୁରୀ ମେଲୋଡିର ବ୍ଯବସ୍ଥା ରହିଛି। ଗଜାନନଙ୍କୁ ସ୍ବାଗତ କରିବାକୁ ପ୍ରସ୍ତୁତ ଭକ୍ତ। ଗଣେଶ ମୂର୍ତ୍ତି କିଣିବାକୁ ବଜାରରେ ଗହଳି।

ପାଖେଇ ଆସୁଛି ଗଣେଶ ପୂଜା, ସଜେଇହେଉଛି ପୂଜା ବଜାର। କେନ୍ଦ୍ରାପଡା ମନକରପୁର୍ ଗାଁର କୁମାର ସାହିର କାରିଗର ମାନେ ଦିନ ରାତି ଏକ କରି ମୂର୍ତ୍ତି ଗଢିବାରେ ଲାଗିଛନ୍ତି। ମୂର୍ତ୍ତି ଗୁଡିକ ୮ରୁ ୧୨ ଫୁଟ ଉଚ୍ଚତା ବିଶିଷ୍ଟ। କାରିଗର କହିଛନ୍ତି ବିଶେଷ ଲାଭ ହେଉନଥିଲେ ସୁଦ୍ଧା କୌଳିକ ବୃତ୍ତିକୁ ବଞ୍ଚାଇ ରଖିବା ପାଇଁ ମୂର୍ତ୍ତି ଗଢୁଛୁ। ପ୍ରତି ସାହିରେ ଯୁବ ଗୋଷ୍ଠୀଙ୍କ ଦ୍ୱାରା ଗଣେଶଙ୍କ ମୂର୍ତ୍ତି ରଖି ବହୁ ଧୁମଧାମରେ ପୂଜାର୍ଚ୍ଚନା ହୋଇଥାଏ।

ଗଣେଶ ପୂଜା ପାଇଁ ରାୟଗଡା ମୁନିଗୁଡା ବିଜୁ ପଟ୍ଟନାୟକ ୟୁଥ କ୍ଲବ ପାଇକ ସାହି ପୂଜା କମିଟି ତରଫରୁ ଗଢା ହୋଇଛି ମୂର୍ତ୍ତି। ପ୍ରାୟ ୧୭ ଲକ୍ଷ ବ୍ୟୟରେ ଚଳିତ ବର୍ଷ ଏକ ବିରାଟ ପ୍ୟାଣ୍ଡାଲ କରି ୧୪ ଫୁଟର ମୂର୍ତ୍ତି ହୋଇଛି। ଚଳିତ ବର୍ଷ ବିଶେଷ ଆକର୍ଷଣରେ ମିନା ବଜାର,  ସମ୍ବଲପୁରୀ ମେଲୋଡି ରହିଛି। ଗତ ୧୫ ବର୍ଷ ହେବ ଏଠାରେ ଗଣେଶ ପୂଜା ଚାଲିଛି।

The post ପାଖେଇ ଆସୁଛି ଗଣେଶ ପୂଜା, କେନ୍ଦ୍ରାପଡା ଏବଂ ମୁନିଗୁଡାରେ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର appeared first on .