ପାଚେରୀ ନିର୍ମାଣକୁ ନେଇ ବିବାଦ, କଟକ ଦେୱାନ ବଜାରରେ ଦୁଇ ଗୋଷ୍ଠୀ ମୁହାଁମୁହିଁ
କଟକ ୨୪।୦୩ : ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ । କଟକ ଦେୱାନ ବଜାର ତନ୍ତିସାହିରେ ଦୁଇଗୋଷ୍ଠୀ ମଧ୍ୟରେ ଢେଲା ପଥର ମାଡ ସହ ଗଣ୍ଡଗୋଳ ଘଟିଛି। ଘଟଣାସ୍ଥଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଖବର ଅନୁଯାୟୀ, ତନ୍ତି ସାହି ଏବଂ ଓଡ଼ିଆ ବଜାର ସାହି ମଝିରେ ଚାଲିଥିବା ପାଚେରୀ ନିର୍ମାଣଙ୍କୁ କେନ୍ଦ୍ରକରି ପ୍ରଥମେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏହାପରେ ଏହି ଗଣ୍ଡଗୋଳଟି ଦୁଇ ଗୋଷ୍ଠୀର ଗଣ୍ଡଗୋଳରେ ପରିଣତ ହୋଇଥିଲା। ଏହାପରେ ଗୋଟିଏ ପାଚେରୀ ନିର୍ମାଣ କରିଥିବା ବେଳେ ଅପର ଗୋଷ୍ଠୀ ପାଚେରୀ ଭାଙ୍ଗି ଦେଇଥିଲେ । ଏହାପରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ସହ ଢେଲା ପଥର ମାଡ ହୋଇଥଲା। ଏହି ଢେଲା ମାଡରେ ଦୁଇଜଣ ଆହତ ହୋଇଥିବା ବେଳେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। କଟକ ଅତିରିକ୍ତ ଡିସିପି , ଏସିପି ଅନ୍ୟ ପୋଲିସ ଅଧିକାରୀ ଓ ଲାଲବାଗ ଥାନା ପୋଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବା କାରଣର ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି। ସେହିଭଳି ବର୍ତ୍ତମାନ ସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣାଧୀନ ଥିବା ସହ ଘଟଣାର ତଦନ୍ତ କରାଯାଉଛି ବୋଲି କହିଛନ୍ତି କଟକ ଅତିରିକ୍ତ ଡିସିପି ଅନିଲ କୁମାର ମିଶ୍ର।
କଟକ ୨୪।୦୩ : ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ । କଟକ ଦେୱାନ ବଜାର ତନ୍ତିସାହିରେ ଦୁଇଗୋଷ୍ଠୀ ମଧ୍ୟରେ ଢେଲା ପଥର ମାଡ ସହ ଗଣ୍ଡଗୋଳ ଘଟିଛି। ଘଟଣାସ୍ଥଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।
ଖବର ଅନୁଯାୟୀ, ତନ୍ତି ସାହି ଏବଂ ଓଡ଼ିଆ ବଜାର ସାହି ମଝିରେ ଚାଲିଥିବା ପାଚେରୀ ନିର୍ମାଣଙ୍କୁ କେନ୍ଦ୍ରକରି ପ୍ରଥମେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏହାପରେ ଏହି ଗଣ୍ଡଗୋଳଟି ଦୁଇ ଗୋଷ୍ଠୀର ଗଣ୍ଡଗୋଳରେ ପରିଣତ ହୋଇଥିଲା। ଏହାପରେ ଗୋଟିଏ ପାଚେରୀ ନିର୍ମାଣ କରିଥିବା ବେଳେ ଅପର ଗୋଷ୍ଠୀ ପାଚେରୀ ଭାଙ୍ଗି ଦେଇଥିଲେ । ଏହାପରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ସହ ଢେଲା ପଥର ମାଡ ହୋଇଥଲା। ଏହି ଢେଲା ମାଡରେ ଦୁଇଜଣ ଆହତ ହୋଇଥିବା ବେଳେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। କଟକ ଅତିରିକ୍ତ ଡିସିପି , ଏସିପି ଅନ୍ୟ ପୋଲିସ ଅଧିକାରୀ ଓ ଲାଲବାଗ ଥାନା ପୋଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବା କାରଣର ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି। ସେହିଭଳି ବର୍ତ୍ତମାନ ସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣାଧୀନ ଥିବା ସହ ଘଟଣାର ତଦନ୍ତ କରାଯାଉଛି ବୋଲି କହିଛନ୍ତି କଟକ ଅତିରିକ୍ତ ଡିସିପି ଅନିଲ କୁମାର ମିଶ୍ର।