ପାଞ୍ଚଲକ୍ଷ ଚାଳିଶ ହଜାର ଟଙ୍କା ସହ ସରପଞ୍ଚଙ୍କୁ ଧରିଲା ଭିଜିଲାନ୍ସ ଟିମ, ପଚରା ଉଚୁରା ଜାରି

କଳାହାଣ୍ଡି : ପାଞ୍ଚଲକ୍ଷ ଚାଳିଶ ହଜାର ଟଙ୍କା ସହ ସରପଞ୍ଚଙ୍କୁ ଧରିଲା ଭିଜିଲାନ୍ସ ଟିମ । ଗୋଲାମୁଣ୍ଡା ବ୍ଳକ ବୃନ୍ଦାବାହାଲ ସରପଞ୍ଚ ଦିନେସ ରାଉତଙ୍କୁ ଧରିଲା ଭିଜିଲାନ୍ସ । ନିଜ କାରରେ ଟଙ୍କା ନେଇଯାଉଥିବା ବେଳେ ଗାଡିକୁ ପିଛା କରି ଧରିଲା ଭିଜିଲାନ୍ସ । ମିଳିଥିବା ସୂଚନା ଅନୁଯାୟୀ, ସରପଞ୍ଚ ଗୋଲମୁଣ୍ଡାରୁ ନିଜ ବୋଲେରୋ ଗାଡି ନଂ ଓଡି-୦୮-ସି-୫୩୩୫ ଯୋଗେ ବୁନ୍ଦାବାହଲ ଯାଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଭିଜିଲାନ୍ସ ଖଲିଆକଣି ଠାରେ ଅଟକାଇ ଥିଲା […] The post ପାଞ୍ଚଲକ୍ଷ ଚାଳିଶ ହଜାର ଟଙ୍କା ସହ ସରପଞ୍ଚଙ୍କୁ ଧରିଲା ଭିଜିଲାନ୍ସ ଟିମ, ପଚରା ଉଚୁରା ଜାରି appeared first on KNews Odisha.

ପାଞ୍ଚଲକ୍ଷ ଚାଳିଶ ହଜାର ଟଙ୍କା ସହ ସରପଞ୍ଚଙ୍କୁ ଧରିଲା ଭିଜିଲାନ୍ସ ଟିମ, ପଚରା ଉଚୁରା ଜାରି
cash

କଳାହାଣ୍ଡି : ପାଞ୍ଚଲକ୍ଷ ଚାଳିଶ ହଜାର ଟଙ୍କା ସହ ସରପଞ୍ଚଙ୍କୁ ଧରିଲା ଭିଜିଲାନ୍ସ ଟିମ । ଗୋଲାମୁଣ୍ଡା ବ୍ଳକ ବୃନ୍ଦାବାହାଲ ସରପଞ୍ଚ ଦିନେସ ରାଉତଙ୍କୁ ଧରିଲା ଭିଜିଲାନ୍ସ । ନିଜ କାରରେ ଟଙ୍କା ନେଇଯାଉଥିବା ବେଳେ ଗାଡିକୁ ପିଛା କରି ଧରିଲା ଭିଜିଲାନ୍ସ ।
ମିଳିଥିବା ସୂଚନା ଅନୁଯାୟୀ, ସରପଞ୍ଚ ଗୋଲମୁଣ୍ଡାରୁ ନିଜ ବୋଲେରୋ ଗାଡି ନଂ ଓଡି-୦୮-ସି-୫୩୩୫ ଯୋଗେ ବୁନ୍ଦାବାହଲ ଯାଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଭିଜିଲାନ୍ସ ଖଲିଆକଣି ଠାରେ ଅଟକାଇ ଥିଲା । ଯାଞ୍ଚ ବେଳେ ତାଙ୍କ ଗାଡ଼ିରୁ ୫,୪୦,୦୦୦ ଟଙ୍କା ମିଳିଥିଲା । ଯାହାର ସନ୍ତୋଷଜନକ ହିସାବ ସେ ଦେଇ ପାରିନଥିଲେ ।

ଫଳରେ ଭିଜିଲାନ୍ସ ସମସ୍ତ ଟଙ୍କାକୁ ଜବତ କରିବା ସହ ତାଙ୍କ ଗାଡିକୁ ମଧ୍ୟ ଜବତ କରିଥିଲେ ।ସରପଞ୍ଚଙ୍କ ବୃନ୍ଦାବାହାଲ ସ୍ଥିତ ଘରେ ଭିଜିଲାନ୍ସ ଟିମର ଚଢ଼ାଉ ଜାରି ରହିଛି । ସରପଞ୍ଚଙ୍କୁ ଅଟକ ରଖି ପଚରା ଉଚୁରା କରୁଛି ଭିଜିଲାନ୍ସ । ସନ୍ଦେହ କରାଯାଉଛି ସରପଞ୍ଚ ଏହି ଟଙ୍କା ବିଭିନ୍ନ କଣ୍ଟ୍ରାକ୍ଟରଙ୍କ ଠାରୁ ବଟି ଆକାରରେ ଆଦାୟ କରି ଆଣୁଥିଲେ ।

The post ପାଞ୍ଚଲକ୍ଷ ଚାଳିଶ ହଜାର ଟଙ୍କା ସହ ସରପଞ୍ଚଙ୍କୁ ଧରିଲା ଭିଜିଲାନ୍ସ ଟିମ, ପଚରା ଉଚୁରା ଜାରି appeared first on KNews Odisha.