ପାଟଣା ଅବକାରୀ ବିଭାଗ ଅଧିକାରୀଙ୍କ ମର୍ଜିରେ ଚାଲିଛି ଅବକାରୀ ଥାନା
ପାଟଣା : ସରକାର ଚୋରା ମଦ କାରବାର ବନ୍ଦ କରିବା ଦିଗରେ ଦୃଢ଼ ପଦକ୍ଷେପ ନେବାକୁ ଯାଉଥିବାବେଳେ ପାଟଣା ଅବକାରୀ ଥାନା ଅଞ୍ଚଳରେ ମାଳ ମାଳ ଚୋରା ମଦଭାଟି ସାଙ୍ଗକୁ ଗାଁରେ ଗାଁରେ ଚୋରା ମଦ କାରବାର ଚାଲିଛି। ଏପରିକି ଛୋଟ ମୋଟ ବଜାର ଇଲାକାରେ ବିଦେଶୀ ମଦ ମିଳି ଯାଉଥିବାରୁ ଏହା ଅସଲି କି ନକଲି ନବୁଝି ଗ୍ରାହକ ତାକୁ କିଣି ପିଇବାରେ ହେଳା କରୁନାହାନ୍ତି। ପାଟଣା ମୁଖ୍ୟାଳୟରୁ ଅତୀତରେ ଚୋରା ବିଦେଶୀ ମଦ କାରଖାନା […]

ପାଟଣା : ସରକାର ଚୋରା ମଦ କାରବାର ବନ୍ଦ କରିବା ଦିଗରେ ଦୃଢ଼ ପଦକ୍ଷେପ ନେବାକୁ ଯାଉଥିବାବେଳେ ପାଟଣା ଅବକାରୀ ଥାନା ଅଞ୍ଚଳରେ ମାଳ ମାଳ ଚୋରା ମଦଭାଟି ସାଙ୍ଗକୁ ଗାଁରେ ଗାଁରେ ଚୋରା ମଦ କାରବାର ଚାଲିଛି। ଏପରିକି ଛୋଟ ମୋଟ ବଜାର ଇଲାକାରେ ବିଦେଶୀ ମଦ ମିଳି ଯାଉଥିବାରୁ ଏହା ଅସଲି କି ନକଲି ନବୁଝି ଗ୍ରାହକ ତାକୁ କିଣି ପିଇବାରେ ହେଳା କରୁନାହାନ୍ତି। ପାଟଣା ମୁଖ୍ୟାଳୟରୁ ଅତୀତରେ ଚୋରା ବିଦେଶୀ ମଦ କାରଖାନା ତୁରୁମୁଙ୍ଗାରୁ ଚୋରା ବିଦେଶୀ ମଦ କାରଖାନାକୁ ବହୁ ବିଳମ୍ବରେ ଜିଲ୍ଲା ଅବକାରୀ ବିଭାଗ ଠାବ କରିବାରେ ସକ୍ଷମ ହୋଇଥିବାବେଳେ ପାଟଣାରେ ଅବକାରୀ ଥାନା ସ୍ଥାପନର ଲକ୍ଷ୍ୟ ଉଦ୍ଦେଶ୍ୟ କେତେ ସାଧିତ ହୋଇଛି ବୋଲି ସଚେତନ ନାଗରିକ ମାନେ ପ୍ରଶ୍ନ ଉଠାଇଛନ୍ତି। କେବଳ ମଝିରେ ମଝିରେ ଛୋଟ ମୋଟ ମଦ ବିକ୍ରେତା ମାନଙ୍କୁ ଧରି ବିଭାଗ ତୁଚ୍ଛା ବାହାବାହା ନେଉଥିବାବେଳେ ଏବେ ତାହା ମଧ୍ୟ ବନ୍ଦ ହୋଇଗଲା ଭଳି ଅନୁଭବ ହୋଇଛି। ପାଟଣାରେ ଜଣେ ମହିଳା ଅବକାରୀ ଥାନାଧିକାରୀ ରହିବା ଦିନଠାରୁ ବିଭାଗ ସ୍ଥାଣୁ ପାଲଟି ଯାଇଥିବା ଅଭିଯୋଗ ହେଉଛି। ଅବକାରୀ ଥାନାରେ ଅଧିକାଂଶ ଦିନ ତାଲା ଝୁଲୁଥିବାବେଳେ ଏହି ଅଧିକାରୀଣୀଙ୍କର କୁଆଡେ ଉପର ମହଲରେ ହାତ ଥିବାରୁ ସେ ମନ ଇଚ୍ଛା ବିଭାଗକୁ ଚଳାଉଛନ୍ତି। ଯାହା ଫଳରେ ସାହାରପଡା, ପାଟଣା, ତୁରୁମୁଙ୍ଗା ଇଲାକାରେ ଚୋରା ମଦ ବିକ୍ରେତାଙ୍କ ପ୍ରାଦୁର୍ଭାବ ଏବେ ଢେର ବଢିଥିବା ଦେଖା ଯାଉଛି।