ପାଟଣା ମୁଖ୍ୟାଳୟକୁ ବିଜ୍ଞାପିତ ଅଞ୍ଚଳ ଘୋଷଣା ଦାବିରେ ଦାବିପତ୍ର

ପାଟଣା,୧ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀ ମୁଖ୍ୟାଳୟକୁ ବିଜ୍ଞାପିତ ପରିଷଦ ଘୋଷଣା ଦାବିରେ ଶୁକ୍ରବାର ପାଟଣା ଅଞ୍ଚଳବାସୀଙ୍କ ତରଫରୁ ଏକ ବୁଦ୍ଧିଜୀବୀ ମଣ୍ଡଳୀ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପାଟଣା ତହସିଲଦାର ଲୀଳାବତି ନାୟକଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଅନ୍ୟାନ୍ୟ ଦାବିଗୁଡ଼ିକ ମଧ୍ୟରେ ପାଟଣା ମୁଖ୍ୟାଳୟରେ ସବ୍‌ଟ୍ରେଜେରି, ସବ ରେଜିଷ୍ଟ୍ରାର ଓ ବିଚାରବିଭାଗୀୟ କୋର୍ଟ ଆଦି ପ୍ରତିଷ୍ଠା ଅନ୍ତର୍ଭୁକ୍ତ। ଦାବିପତ୍ର ପ୍ରଦାନ ବେଳେ ତହସିଲଦାରଙ୍କ ସହ ଅତିରିକ୍ତ ତହସିଲଦାର ଶରଣ କୁମାର ଜେନା ଉପସ୍ଥିତି ଥିଲେ। ପ୍ରତିନିଧି […] The post ପାଟଣା ମୁଖ୍ୟାଳୟକୁ ବିଜ୍ଞାପିତ ଅଞ୍ଚଳ ଘୋଷଣା ଦାବିରେ ଦାବିପତ୍ର appeared first on Dharitri Odia News.

ପାଟଣା ମୁଖ୍ୟାଳୟକୁ ବିଜ୍ଞାପିତ ଅଞ୍ଚଳ ଘୋଷଣା ଦାବିରେ ଦାବିପତ୍ର

ପାଟଣା,୧ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀ ମୁଖ୍ୟାଳୟକୁ ବିଜ୍ଞାପିତ ପରିଷଦ ଘୋଷଣା ଦାବିରେ ଶୁକ୍ରବାର ପାଟଣା ଅଞ୍ଚଳବାସୀଙ୍କ ତରଫରୁ ଏକ ବୁଦ୍ଧିଜୀବୀ ମଣ୍ଡଳୀ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପାଟଣା ତହସିଲଦାର ଲୀଳାବତି ନାୟକଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଅନ୍ୟାନ୍ୟ ଦାବିଗୁଡ଼ିକ ମଧ୍ୟରେ ପାଟଣା ମୁଖ୍ୟାଳୟରେ ସବ୍‌ଟ୍ରେଜେରି, ସବ ରେଜିଷ୍ଟ୍ରାର ଓ ବିଚାରବିଭାଗୀୟ କୋର୍ଟ ଆଦି ପ୍ରତିଷ୍ଠା ଅନ୍ତର୍ଭୁକ୍ତ। ଦାବିପତ୍ର ପ୍ରଦାନ ବେଳେ ତହସିଲଦାରଙ୍କ ସହ ଅତିରିକ୍ତ ତହସିଲଦାର ଶରଣ କୁମାର ଜେନା ଉପସ୍ଥିତି ଥିଲେ। ପ୍ରତିନିଧି ମଣ୍ଡଳୀରେ ପାଟଣା ବ୍ଲକ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଇ.ବିଦ୍ୟାଧର ଦାଶ, ସାମାଜିକ କର୍ମୀ ଅଜୟ କୁମାର ଦାଶ, କଂଗ୍ରେସ ଦଳର ପୂର୍ବତନ ବିଧାୟକ ପ୍ରାର୍ଥୀ ଇ.ବିନୋଦ ବିହାରୀ ନାୟକ, କଂଗ୍ରେସ ନେତା କୈଳାଶ ଚନ୍ଦ୍ର ବାରିକ, ଲକ୍ଷ୍ମଣ କୁମାର ଦାଶ, ସାମାଜିକ କର୍ମୀ ବାଇଧର ସାହୁ, ପ୍ରକାଶ କୁମାର ସେଠୀ, ସହଦେବ ବେହେରା, ନେପାଳ ଚନ୍ଦ୍ର ପୃଷ୍ଟି, ଅଜୟ କୁମାର ବେହେରା, ବିଜେଡି ନେତା ପ୍ରମୋଦ କୁମାର ଭଞ୍ଜ, ଭାଜପା ନେତା ଦୁର୍ଗାଚରଣ ନାଏକ, ମଙ୍ଗଳୁ ବାଇକ ପ୍ରମୁଖ ସାମିଲ ହୋଇଥିଲେ।

The post ପାଟଣା ମୁଖ୍ୟାଳୟକୁ ବିଜ୍ଞାପିତ ଅଞ୍ଚଳ ଘୋଷଣା ଦାବିରେ ଦାବିପତ୍ର appeared first on Dharitri Odia News.