ପାଟଣା ରେଞ୍ଜରେ ମାତିଛି ଗୋଠଛଡ଼ା ଦନ୍ତା, ଅଳ୍ପକେ ବର୍ତ୍ତିଗଲେ ପରିବାର
ପାଟଣା ୦୩/୦୪: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ ମାତିଛି ଗୋଠଛଡ଼ା ଦନ୍ତା । ବିଳମ୍ବିତ ରାତିରେ ଏହି ଦନ୍ତା କରଞ୍ଜିଆ ରେଞ୍ଜରୁ ଆସି ସାହାରପଡା ସେକ୍ସନ ମାଛଗଡ଼ ବିଟ୍ ଅଞ୍ଚଳକୁ ଧସେଇ ପଶି ୨ ଘର ଭାଙ୍ଗି ଦେଇଛି । ଘର ଭିତରୁ ଧାନ ଚାଉଳ ଖାଇ ନଷ୍ଟ କରିଦେଇଛି ।ହରିଡାଗୋଠର ହେମଲତା ମୁଣ୍ଡା ଏବଂ ଖଡିକାପଦା ଗ୍ରାମର ଭଜ ମୁଣ୍ଡାଙ୍କ ଘର ଭାଙ୍ଗି ଦେଇଛି ହାତୀ । ପରିବାର ଲୋକେ ଘରେ ଶୋଇଥିବା ବେଳେ ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଘଟଣା ସ୍ଥଳରେ ବନ ବିଭାଗ ପହଁଚି କ୍ଷୟକ୍ଷତି ଆକଳନ କରିବା ସହ ହାତୀର ଗତିବିଧି ଉପରେ ନଜର ରଖିଛି।
ପାଟଣା ୦୩/୦୪: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ ମାତିଛି ଗୋଠଛଡ଼ା ଦନ୍ତା । ବିଳମ୍ବିତ ରାତିରେ ଏହି ଦନ୍ତା କରଞ୍ଜିଆ ରେଞ୍ଜରୁ ଆସି ସାହାରପଡା ସେକ୍ସନ ମାଛଗଡ଼ ବିଟ୍ ଅଞ୍ଚଳକୁ ଧସେଇ ପଶି ୨ ଘର ଭାଙ୍ଗି ଦେଇଛି । ଘର ଭିତରୁ ଧାନ ଚାଉଳ ଖାଇ ନଷ୍ଟ କରିଦେଇଛି ।
ହରିଡାଗୋଠର ହେମଲତା ମୁଣ୍ଡା ଏବଂ ଖଡିକାପଦା ଗ୍ରାମର ଭଜ ମୁଣ୍ଡାଙ୍କ ଘର ଭାଙ୍ଗି ଦେଇଛି ହାତୀ । ପରିବାର ଲୋକେ ଘରେ ଶୋଇଥିବା ବେଳେ ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଘଟଣା ସ୍ଥଳରେ ବନ ବିଭାଗ ପହଁଚି କ୍ଷୟକ୍ଷତି ଆକଳନ କରିବା ସହ ହାତୀର ଗତିବିଧି ଉପରେ ନଜର ରଖିଛି।