ପାଟଣାକୁ ଉପଖଣ୍ଡ ମାନ୍ୟତା ଦାବିରେ ରାଜସ୍ବ ମନ୍ତ୍ରୀଙ୍କୁ ଭେଟିଲେ ପ୍ରତିନିଧି ଦଳ
ପାଟଣା,୯ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା-ସାହାରପଡ଼ା ବିକାଶ ମଞ୍ଚ ପକ୍ଷରୁ ସୋମବାର ଏକ ପ୍ରତିନିଧି ଦଳ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ନେତୃତ୍ୱରେ ଓଡ଼ିଶାର ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ବିଧାନସଭା ପ୍ରକୋଷ୍ଠରେ ଭେଟି ପାଟଣାକୁ ଉପଖଣ୍ଡ ମାନ୍ୟତା ଦାବି ଓ ପୂର୍ତ୍ତ ବିଭାଗର ଡାକବଙ୍ଗଳାର ପୁନଃ ଉଦ୍ଧାର ନେଇ ଦାବିପତ୍ର ପ୍ରଦାନ କରିଛନ୍ତି। ବିଧାୟକ ନାଏକଙ୍କ ସହ ପାଟଣାର ସାମାଜିକ କର୍ମୀ ଅଜୟ କୁମାର ଦାଶ, ସାହାରପଡ଼ା ବ୍ଲକ ପୂର୍ବତନ ଅଧ୍ୟକ୍ଷ ଗୌତମ ନାଏକ, […] The post ପାଟଣାକୁ ଉପଖଣ୍ଡ ମାନ୍ୟତା ଦାବିରେ ରାଜସ୍ବ ମନ୍ତ୍ରୀଙ୍କୁ ଭେଟିଲେ ପ୍ରତିନିଧି ଦଳ appeared first on Dharitri Odia News.
ପାଟଣା,୯ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା-ସାହାରପଡ଼ା ବିକାଶ ମଞ୍ଚ ପକ୍ଷରୁ ସୋମବାର ଏକ ପ୍ରତିନିଧି ଦଳ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ନେତୃତ୍ୱରେ ଓଡ଼ିଶାର ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ବିଧାନସଭା ପ୍ରକୋଷ୍ଠରେ ଭେଟି ପାଟଣାକୁ ଉପଖଣ୍ଡ ମାନ୍ୟତା ଦାବି ଓ ପୂର୍ତ୍ତ ବିଭାଗର ଡାକବଙ୍ଗଳାର ପୁନଃ ଉଦ୍ଧାର ନେଇ ଦାବିପତ୍ର ପ୍ରଦାନ କରିଛନ୍ତି। ବିଧାୟକ ନାଏକଙ୍କ ସହ ପାଟଣାର ସାମାଜିକ କର୍ମୀ ଅଜୟ କୁମାର ଦାଶ, ସାହାରପଡ଼ା ବ୍ଲକ ପୂର୍ବତନ ଅଧ୍ୟକ୍ଷ ଗୌତମ ନାଏକ, ଭାଜପା ନେତା କମଳାକାନ୍ତ ଦାଶ, ଦୁର୍ଗାଚରଣ ନାୟକ, ସାମାଜିକ କର୍ମୀ ବିଜୟ ରତ୍ନ ପତି, ଯୁଗଳଙ୍କ କିଶୋର ଦାଶ, ସରୋଜ କୁମାର ମିଶ୍ର, ଚପଳ ଚାନ୍ଦ ରଣ ସିଂ ପ୍ରମୁଖ ସାମିଲ ହୋଇଥିଲେ। ରାଜସ୍ବ ମନ୍ତ୍ରୀ ତତ୍କାଳ କେନ୍ଦୁଝର ଜିଲାପାଳ ବିଶାଲ ସିଂଙ୍କୁ ଫୋନ ଯୋଗେ ଡାକବଙ୍ଗଳା ପୁନରୁଦ୍ଧାର ପାଇଁ ଏଷ୍ଟିମେଟ୍ କରି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ପାଟଣାକୁ ଉପଖଣ୍ଡ ମାନ୍ୟତା ପ୍ରଦାନ କରିବାକୁ ବିଚାର କରିବେ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇ ଥିବା ପ୍ରତିନିଧି ମଣ୍ଡଳୀର ସଦସ୍ୟ ବିଜୟ ରତ୍ନ ପତି କହିଛନ୍ତି।
The post ପାଟଣାକୁ ଉପଖଣ୍ଡ ମାନ୍ୟତା ଦାବିରେ ରାଜସ୍ବ ମନ୍ତ୍ରୀଙ୍କୁ ଭେଟିଲେ ପ୍ରତିନିଧି ଦଳ appeared first on Dharitri Odia News.