ପାଟଣାଗଡ ପାର୍ସଲ ବୋମା ବିସ୍ପୋରଣ ମାମଲା: ଅଭିଯୁକ୍ତ ଦେଖାଇଲା ଡେମୋ, ଭିଡିଓ ଭାଇରାଲ

ପାଟଣାଗଡ: କେମିତି ପାର୍ସଲ ବୋମା ବନାଇଥିଲା ବହୁଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ପୋରଣର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର ? ତତ୍କାଳୀନ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରାଙ୍କ ଆଗରେ ଦେଖାଇଥିଲା ଡେମୋ । ଏହାର ଭିଡିଓ ଗଣମାଧ୍ୟମ ହାତରେ ଲାଗିଛି । ଭିଡିଓରେ ମୁଁ ଏମିତି ବନାଇଥିଲି ପାର୍ସଲ ବୋମା ବୋଲି ଅଭିଯୁକ୍ତ କହୁଛି । ଭିଡିଓରୁ ଜଣାପଡୁଛି ଯେ, ପାଟଣାଗଡ ପାର୍ସଲ ବୋମା ମାମଲାର ଅଭିଯୁକ୍ତ ପୁଞ୍ଜିଲାଲ ମେହେର ଏକ ଘରେ ବସିଛି ଏବଂ ତଦନ୍ତକାରୀ […] The post ପାଟଣାଗଡ ପାର୍ସଲ ବୋମା ବିସ୍ପୋରଣ ମାମଲା: ଅଭିଯୁକ୍ତ ଦେଖାଇଲା ଡେମୋ, ଭିଡିଓ ଭାଇରାଲ appeared first on KNews Odisha.

ପାଟଣାଗଡ ପାର୍ସଲ ବୋମା ବିସ୍ପୋରଣ ମାମଲା: ଅଭିଯୁକ୍ତ ଦେଖାଇଲା ଡେମୋ, ଭିଡିଓ ଭାଇରାଲ
parcel bomb

ପାଟଣାଗଡ: କେମିତି ପାର୍ସଲ ବୋମା ବନାଇଥିଲା ବହୁଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ପୋରଣର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର ? ତତ୍କାଳୀନ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରାଙ୍କ ଆଗରେ ଦେଖାଇଥିଲା ଡେମୋ । ଏହାର ଭିଡିଓ ଗଣମାଧ୍ୟମ ହାତରେ ଲାଗିଛି । ଭିଡିଓରେ ମୁଁ ଏମିତି ବନାଇଥିଲି ପାର୍ସଲ ବୋମା ବୋଲି ଅଭିଯୁକ୍ତ କହୁଛି । ଭିଡିଓରୁ ଜଣାପଡୁଛି ଯେ, ପାଟଣାଗଡ ପାର୍ସଲ ବୋମା ମାମଲାର ଅଭିଯୁକ୍ତ ପୁଞ୍ଜିଲାଲ ମେହେର ଏକ ଘରେ ବସିଛି ଏବଂ ତଦନ୍ତକାରୀ ଅଧିକାରୀଙ୍କ ଆଗରେ ପୂରା ଘଟଣା ସମ୍ପର୍କରେ ଗୋଟି ଗୋଟି କରି କହୁଛି ।  ତେଣୁ ଏହି ଭିଡିଓ ଏବଂ ଏଥିରେ ଥିବା ଅଡିଓକୁ ମଧ୍ୟ ଯାଞ୍ଚ କରି ଏହାର ସତ୍ୟାସତ୍ୟ ଯାଞ୍ଚ କରିବାର ଆବଶ୍ୟକତା ରହିଛି । ମାମଲାରେ କୋର୍ଟ ଆଗରେ ଏହି ଭିଡିଓ ରଖାଯାଇସାରିଛି ।  ମାମଲାର ଶୁଣାଣି ଶେଷ ହୋଇଥିବା ବେଳେ ଆସନ୍ତା ୨୮ ତାରିଖରେ ରାୟ ଆସିବ ।

ସୂଚନାଯୋଗ୍ୟ, ୨୦୧୮ ଫେବ୍ରୁଆରି ୨୩ ତାରିଖ ସନ୍ଧ୍ୟା ସମୟରେ ପାର୍ସଲ ବୋମା ବିସ୍ଫୋରଣରେ ନବ ବିବାହିତ ସୌମ୍ୟ ଶେଖର ସାହୁ ଓ ତାଙ୍କ ଜେଜେମା ଜେମାମଣିଙ୍କ ମୃତ୍ୟୁ ଘଟିଥିଲା । ନବ ବିବାହିତା ରୀମା ରାଣୀ ସାହୁ ଗୁରୁତର ହୋଇ କଟକ ବଡମେଡିକାଲରେ ଦୀର୍ଘ ଦିନ ଧରି ଚିକିତ୍ସିତ ହୋଇ ଘରକୁ ଫେରିଥିଲେ । ପୋଲିସର ତଦନ୍ତ ଓ ପରେ କ୍ରାଇମବ୍ରାଞ୍ଚ ତଦନ୍ତ କରିଥିଲା । ତଦନ୍ତ ସମୟରେ ବିଭିନ୍ନ ପାରିପାର୍ଶ୍ୱିକ ସ୍ଥିତି ଦେଖି ଟେର ପାଉ ନ ଥିଲା କ୍ରାଇମବ୍ରାଞ୍ଚ । ହେଲେ ଚିଠି ଲେଖି ଫସି ଯାଇଥିଲା ପୁଞ୍ଜିଲାଲ ମେହେର। କ୍ରାଇମବ୍ରାଞ୍ଚ ପୁଞ୍ଜିଲାଲ ମେହେରକୁ ଉଠାଇ ନେଇଥିଲା । ସେ ସମୟରେ ପାର୍ସଲ ବୋମା ତିଆରିର ଡେମୋ ପୁଞ୍ଜିଲାଲ ମେହେର ଅରୁଣବୋଥ୍ରାଙ୍କୁ ଦେଖାଇଥିଲା । ସେ ସମୟରେ ପୁଞ୍ଜିଲାଲ ମେହେର ପାର୍ସଲ ବୋମା ତିଆରିର ଡେମୋ ଦେଖାଇଥିବା ଓ ସ୍ବୀକାର କରିଥିବା ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଥିଲା ।

ଆହୁରି ପଢ଼ନ୍ତୁ : ଆଠଗଡ ପୋଲିସକୁ ବଡ ସଫଳତା, ବନ୍ଧାହେଲେ ୨ ଏଟିଏମ ଲୁଟେରା

 

 

The post ପାଟଣାଗଡ ପାର୍ସଲ ବୋମା ବିସ୍ପୋରଣ ମାମଲା: ଅଭିଯୁକ୍ତ ଦେଖାଇଲା ଡେମୋ, ଭିଡିଓ ଭାଇରାଲ appeared first on KNews Odisha.