ପାଟ୍ରୋଲିଂ ବେଳେ ଅଘଟଣ: ଫରେଷ୍ଟରଙ୍କୁ ଶୁଣ୍ଢରେ କଚାଡ଼ି ଦେଲା ଦନ୍ତା, ଆଉ ତା’ପରେ…
ସମ୍ବଲପୁର,୬।୩(ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲା ପଡିଆବାହାଲ ବନାଞ୍ଚଳ ଅଧୀନ ଛାମୁଣ୍ଡା କୁଶାମୁରା ସଂରକ୍ଷିତ ଜଙ୍ଗଲରେ ଗୁରୁବାର ପାଟ୍ରୋଲିଂ ସମୟରେ ଏକ ଦନ୍ତାହାତୀ ଆକ୍ରମଣରେ ଫରେଷ୍ଟର ପ୍ରବୀଣ ସିଂହ ଗୁରୁତର ହୋଇଛନ୍ତି। ତାଙ୍କୁ ସାଥୀ କର୍ମଚାରୀମାନେ ଉଦ୍ଧାର କରି ସମ୍ବଲପୁର ସଦର ଡାକ୍ତରଖାନା ନେଇଥିଲେ। ପ୍ରବୀଣଙ୍କ ମୁଣ୍ଡ, ହାତ ଏବଂ ପାପୁଲିରେ ଗଭୀର ଆଘାତ ଲାଗିଛି। ଚିକିତ୍ସା ପରେ ତାଙ୍କ ଅବସ୍ଥା ସ୍ଥିର ରହିଥିବା ଡାକ୍ତର କହିଛନ୍ତି। ଖବର ପାଇ ସମ୍ବଲପୁର ବନଖଣ୍ଡ ଅଧିକାରୀ ଗୋରେଖ ୱାମେନ […] The post ପାଟ୍ରୋଲିଂ ବେଳେ ଅଘଟଣ: ଫରେଷ୍ଟରଙ୍କୁ ଶୁଣ୍ଢରେ କଚାଡ଼ି ଦେଲା ଦନ୍ତା, ଆଉ ତା’ପରେ… appeared first on Dharitri Odia News.
ସମ୍ବଲପୁର,୬।୩(ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲା ପଡିଆବାହାଲ ବନାଞ୍ଚଳ ଅଧୀନ ଛାମୁଣ୍ଡା କୁଶାମୁରା ସଂରକ୍ଷିତ ଜଙ୍ଗଲରେ ଗୁରୁବାର ପାଟ୍ରୋଲିଂ ସମୟରେ ଏକ ଦନ୍ତାହାତୀ ଆକ୍ରମଣରେ ଫରେଷ୍ଟର ପ୍ରବୀଣ ସିଂହ ଗୁରୁତର ହୋଇଛନ୍ତି। ତାଙ୍କୁ ସାଥୀ କର୍ମଚାରୀମାନେ ଉଦ୍ଧାର କରି ସମ୍ବଲପୁର ସଦର ଡାକ୍ତରଖାନା ନେଇଥିଲେ। ପ୍ରବୀଣଙ୍କ ମୁଣ୍ଡ, ହାତ ଏବଂ ପାପୁଲିରେ ଗଭୀର ଆଘାତ ଲାଗିଛି। ଚିକିତ୍ସା ପରେ ତାଙ୍କ ଅବସ୍ଥା ସ୍ଥିର ରହିଥିବା ଡାକ୍ତର କହିଛନ୍ତି।
ଖବର ପାଇ ସମ୍ବଲପୁର ବନଖଣ୍ଡ ଅଧିକାରୀ ଗୋରେଖ ୱାମେନ କାଲୁଙ୍ଗେ, ଏସିଏଫ୍ ମନୋଜ ସିକ୍କା, ପଡ଼ିଆବାହାଲ ବନାଞ୍ଚଳ ଅଧିକାରୀ ସୁନୀଲ ଖିଲାରୀ ଏବଂ ଅନ୍ୟ ଅଧିକାରୀମାନେ ଡାକ୍ତରଖାନାରେ ପହଞ୍ଚି ତାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ।
ଗୁରୁବାର ଛାମୁଣ୍ଡା ଫରେଷ୍ଟର ପ୍ରବୀଣ ସିଂହ, ୨ ସହ କର୍ମଚାରୀ ବିକ୍ରମ ଭୋଇ ଓ ପ୍ରଫୁଲ୍ଲ ଭୋଇଙ୍କ ସହ ଛାମୁଣ୍ଡା କୁଶାମୁରା ସଂରକ୍ଷିତ ଜଙ୍ଗଲରେ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ଜଙ୍ଗଲର ଏକ ବୁଦା ମଧ୍ୟରୁ ଗୋଟିଏ ଦନ୍ତା ବାହାରି ଆସି ଫରେଷ୍ଟର ସିଂହଙ୍କୁ ଆକ୍ରମଣ କରିଥିଲା। ଶୁଣ୍ଢରେ ଘୋଷାରି ନେବାବେଳେ ସାଙ୍ଗରେ ଥିବା ବିକ୍ରମ ଓ ପ୍ରଫୁଲ୍ଲ ହାତୀକୁ ଘଉଡାଇ ଫରେଷ୍ଟରଙ୍କ ଜୀବନ ବଞ୍ଚାଇବା ପାଇଁ ଚେଷ୍ଟା କରିଥିଲେ। ଦନ୍ତା ଚାଲିଯିବା ପରେ ଫରେଷ୍ଟରଙ୍କୁ ଚିକିତ୍ସା ପାଇଁ ସମ୍ବଲପୁର ସଦର ଡାକ୍ତରଖାନାକୁ ନିଆଯାଇଥିଲା।
The post ପାଟ୍ରୋଲିଂ ବେଳେ ଅଘଟଣ: ଫରେଷ୍ଟରଙ୍କୁ ଶୁଣ୍ଢରେ କଚାଡ଼ି ଦେଲା ଦନ୍ତା, ଆଉ ତା’ପରେ… appeared first on Dharitri Odia News.