ପାଟ୍ରୋଲିଂ ବେଳେ ୧୪୩ କେଜି ଗଞ୍ଜେଇ ଜବତ, ସର୍ଚ୍ଚ ଅପରେଶନ ଜାରି
ଦାରିଙ୍ଗବାଡ଼ି,୧।୭ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ପୋଲିସକୁ ପୁଣି ଏକ ବଡ଼ ସଫକତା ମିଳିଛି। ଜଙ୍ଗଲରେ ପାଟ୍ରୋଲିଂ ବେଳେ ୧୪୩ କେଜି ଗଞ୍ଜେଇ ଜବତ ହୋଇଥିବା ଥାନା ଅଧିକାରୀ ଚିରଞ୍ଜୀବି ବେହେରା କହିଛନ୍ତି। ହେଲେ ପୋଲିସ ଘଟଣାରେ ସମ୍ପୃକ୍ତ କାହାରିକୁ ଗିରଫ କରିପାରି ନାହିଁ। ଅନ୍ୟପକ୍ଷେ ଜଙ୍ଗଲରେ ସର୍ଚ୍ଚ ଅପରେଶନକୁ ଜୋରଦାର କରିବା ସହ ତଦନ୍ତ କରୁଥିବା ପୋଲିସ ପକ୍ଷରୁ କୁହାଯାଇଛି। ମିଳିଥିବା ସୂଚନା ମୁତାବକ, ତାଜୁଙ୍ଗିଆ ପଞ୍ଚାୟତର ବାହମାହା ଜଙ୍ଗଲରେ […] The post ପାଟ୍ରୋଲିଂ ବେଳେ ୧୪୩ କେଜି ଗଞ୍ଜେଇ ଜବତ, ସର୍ଚ୍ଚ ଅପରେଶନ ଜାରି appeared first on Dharitri Odia News.
ଦାରିଙ୍ଗବାଡ଼ି,୧।୭ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ପୋଲିସକୁ ପୁଣି ଏକ ବଡ଼ ସଫକତା ମିଳିଛି। ଜଙ୍ଗଲରେ ପାଟ୍ରୋଲିଂ ବେଳେ ୧୪୩ କେଜି ଗଞ୍ଜେଇ ଜବତ ହୋଇଥିବା ଥାନା ଅଧିକାରୀ ଚିରଞ୍ଜୀବି ବେହେରା କହିଛନ୍ତି। ହେଲେ ପୋଲିସ ଘଟଣାରେ ସମ୍ପୃକ୍ତ କାହାରିକୁ ଗିରଫ କରିପାରି ନାହିଁ। ଅନ୍ୟପକ୍ଷେ ଜଙ୍ଗଲରେ ସର୍ଚ୍ଚ ଅପରେଶନକୁ ଜୋରଦାର କରିବା ସହ ତଦନ୍ତ କରୁଥିବା ପୋଲିସ ପକ୍ଷରୁ କୁହାଯାଇଛି।
ମିଳିଥିବା ସୂଚନା ମୁତାବକ, ତାଜୁଙ୍ଗିଆ ପଞ୍ଚାୟତର ବାହମାହା ଜଙ୍ଗଲରେ ପାଟ୍ରୋଲିଂ ଚାଲିଥିବା ବେଳେ ପୋଲିସ ଗଞ୍ଜେଇ ଭର୍ତ୍ତି ବସ୍ତାଗୁଡିକ ଲୁଚାଇ ରଖିଥିବା ଦେଖିବାକୁ ପାଇଥିଲା। କେହି ଦୁର୍ବୃତ୍ତ ଗଞ୍ଜେଇ ଅମଳ କରିବା ପରେ ବିକ୍ରି ପାଇଁ ଲୁଚାଇ ରଖାଯାଇଥିବା ପୋଲିସ ସନ୍ଦେହ କରୁଛି। ଏନେଇ ପୋଲିସ ଏକ ମାମଲା (ନଂ.୮୧/୨୪ )ରୁଜୁ କରି ତଦନ୍ତ କରାଯାଉଥିବା ଥାନା ଅଧିକାରୀ କହିଛନ୍ତି।
The post ପାଟ୍ରୋଲିଂ ବେଳେ ୧୪୩ କେଜି ଗଞ୍ଜେଇ ଜବତ, ସର୍ଚ୍ଚ ଅପରେଶନ ଜାରି appeared first on Dharitri Odia News.