ପାଠ ପଢ଼ି କଏଦୀ ପାସ୍‌; ଅପରାଧ ମାନସିକତାରୁ ଦୂରେଇ ଯିବାକୁ ସୁଯୋଗ ଦେଉଛି ଶିକ୍ଷା

କନକ ବ୍ୟୁରୋ : ଜେଲରେ ମିଳିଛି ଶିକ୍ଷା ସୁଯୋଗ । ସମ୍ୱଲପୁର ମଣ୍ଡଳ କାରାଗାରର ୨୭ ଜଣ କଏଦୀ ବିଭିନ୍ନ ପରୀକ୍ଷା ଦେଇ କୃତକାର୍ଯ୍ୟ ହୋଇଛନ୍ତି । ଅପରାଧିକ ମାନସିକତାରୁ ଦୂରେଇ ଯିବାକୁ ଶିକ୍ଷା ଦେଇଛି ସୁଯୋଗ । ଯାହା ଉଦାହରଣ ସୃଷ୍ଟି କରିଛି । ସମ୍ବଲପୁର ଜେଲରେ ସୃଷ୍ଟି ହୋଇଛି ଉତ୍ତମ ପରିବେଶ । ସମ୍ବଲପୁର ମଣ୍ଡଳ କାରାଗାରର ୨୭ ଜଣ କଏଦୀ ବିଭିନ୍ନ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ଏମାନେ ଜାତୀୟ ମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠାନରୁ ସେକେଣ୍ଡାରୀ, ସିନିୟର ସେକେଣ୍ଡାରୀ, ଡିପ୍ଲୋମା ଏବଂ ସେକ୍ଟୋରିଆଲ୍ ଡିପ୍ଲୋମା ଆଦି ପାଠ୍ୟକ୍ରମରେ ପରୀକ୍ଷା ଦେଇଥିଲେ । ସେହିଭଳି ଓଡ଼ିଶା ମୁକ୍ତ ବିଶ୍ଵବିଦ୍ୟାଳୟର ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ୧୩ ଜଣ କଏଦୀ ପଞ୍ଜିକୃତ ହୋଇଛନ୍ତି । ଫଳରେ ସମ୍ବଲପୁର ଜେଲରେ ଏକ ଉତ୍ତମ ଶିକ୍ଷାର ବାତାବରଣ ସୃଷ୍ଟି ହୋଇଛି । ଇତିହାସ ସ୍ନାତକୋତ୍ତରରେ ୬୬ ପ୍ରତିଶତ ନମ୍ବର ରଖି ଉଦାହରଣ ସୃଷ୍ଟି କରିଛନ୍ତି କଏଦୀ ଚାଷୀ ଚୌଧୁରୀ । ସେ ୫୪ ବର୍ଷ ବୟସରେ ଏହି ସଫଳତା ପାଇଛନ୍ତି । ସାଧାରଣ ଜୀବନରେ ଯାହା ଅସମ୍ଭବ ଥିଲା, ତାହା ଜେଲରେ ସମ୍ଭବ ହୋଇଛି । ସେହିପରି ୫୬ ବର୍ଷୀୟ ଭୋଗରାଜ ଇଂରାଜୀରେ ସ୍ନାତକୋତ୍ତର ପାସ୍ କରିଛନ୍ତି । ଏମାନଙ୍କଠାରୁ ଅନୁପ୍ରାଣିତ ହୋଇ ଏନ୍‌ଡିପିଏସ୍ ବା ନିଶା କାରବାର ମାମଲାରେ ସମ୍ବଲପୁର ମଣ୍ଡଳ କାରାଗାରକୁ ଆସିଥିବା ଭୋପାଳର ରାମ ମଧ୍ୟ ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତ

ପାଠ ପଢ଼ି କଏଦୀ ପାସ୍‌; ଅପରାଧ ମାନସିକତାରୁ ଦୂରେଇ ଯିବାକୁ ସୁଯୋଗ ଦେଉଛି ଶିକ୍ଷା

କନକ ବ୍ୟୁରୋ : ଜେଲରେ ମିଳିଛି ଶିକ୍ଷା ସୁଯୋଗ । ସମ୍ୱଲପୁର ମଣ୍ଡଳ କାରାଗାରର ୨୭ ଜଣ କଏଦୀ ବିଭିନ୍ନ ପରୀକ୍ଷା ଦେଇ କୃତକାର୍ଯ୍ୟ ହୋଇଛନ୍ତି । ଅପରାଧିକ ମାନସିକତାରୁ ଦୂରେଇ ଯିବାକୁ ଶିକ୍ଷା ଦେଇଛି ସୁଯୋଗ । ଯାହା ଉଦାହରଣ ସୃଷ୍ଟି କରିଛି । ସମ୍ବଲପୁର ଜେଲରେ ସୃଷ୍ଟି ହୋଇଛି ଉତ୍ତମ ପରିବେଶ ।

ସମ୍ବଲପୁର ମଣ୍ଡଳ କାରାଗାରର ୨୭ ଜଣ କଏଦୀ ବିଭିନ୍ନ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ଏମାନେ ଜାତୀୟ ମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠାନରୁ ସେକେଣ୍ଡାରୀ, ସିନିୟର ସେକେଣ୍ଡାରୀ, ଡିପ୍ଲୋମା ଏବଂ ସେକ୍ଟୋରିଆଲ୍ ଡିପ୍ଲୋମା ଆଦି ପାଠ୍ୟକ୍ରମରେ ପରୀକ୍ଷା ଦେଇଥିଲେ । ସେହିଭଳି ଓଡ଼ିଶା ମୁକ୍ତ ବିଶ୍ଵବିଦ୍ୟାଳୟର ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ୧୩ ଜଣ କଏଦୀ ପଞ୍ଜିକୃତ ହୋଇଛନ୍ତି । ଫଳରେ ସମ୍ବଲପୁର ଜେଲରେ ଏକ ଉତ୍ତମ ଶିକ୍ଷାର ବାତାବରଣ ସୃଷ୍ଟି ହୋଇଛି ।

ଇତିହାସ ସ୍ନାତକୋତ୍ତରରେ ୬୬ ପ୍ରତିଶତ ନମ୍ବର ରଖି ଉଦାହରଣ ସୃଷ୍ଟି କରିଛନ୍ତି କଏଦୀ ଚାଷୀ ଚୌଧୁରୀ । ସେ ୫୪ ବର୍ଷ ବୟସରେ ଏହି ସଫଳତା ପାଇଛନ୍ତି । ସାଧାରଣ ଜୀବନରେ ଯାହା ଅସମ୍ଭବ ଥିଲା, ତାହା ଜେଲରେ ସମ୍ଭବ ହୋଇଛି । ସେହିପରି ୫୬ ବର୍ଷୀୟ ଭୋଗରାଜ ଇଂରାଜୀରେ ସ୍ନାତକୋତ୍ତର ପାସ୍ କରିଛନ୍ତି । ଏମାନଙ୍କଠାରୁ ଅନୁପ୍ରାଣିତ ହୋଇ ଏନ୍‌ଡିପିଏସ୍ ବା ନିଶା କାରବାର ମାମଲାରେ ସମ୍ବଲପୁର ମଣ୍ଡଳ କାରାଗାରକୁ ଆସିଥିବା ଭୋପାଳର ରାମ ମଧ୍ୟ ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ଶ୍ରେଣୀରେ ନାମ ଲେଖାଇଛନ୍ତି ।