ପାଣି ଘେରରେ ମୋରଡା: ପୋଲ ଉପରେ ୩ ଫୁଟ ର ବନ୍ୟା ଜଳ , ଯୋଗାଯୋଗ ବିଚ୍ଛିନ୍ନ

ମୋରଡା,୨୯।୬(ସ୍ମାରକ ମାଜୀ): ଲଘୁଚାପ ଜନିତ ବର୍ଷାରେ ମୟୂରଭଞ୍ଜ ଜିଲା ମୋରଡା ଏବଂ ରାସଗୋବିନ୍ଦପୁର ବ୍ଲକର ବିଭିନ୍ନ ଅଞ୍ଚଳ ଜଳବନ୍ଦୀ ହୋଇିଛି । ଷନିବାର ରାତି ତମାମ ଅଞ୍ଚଳରେ ବର୍ଷା ହେବା ଫଳରେ ରବିବାର ବ୍ଲକର ବାରିପଦା-ଜଳେଶ୍ୱର ମୁଖ୍ୟ ରାସ୍ତାର ଚିତ୍ରଡା ଜମ୍ଭୀରା ନଦୀର ଶିଳଦା ପୋଲ ଉପରେ ବିପଦ ସଂକେତ ଉପରେ ରହିଛି। ପୋଲ ଉପରେ ତିନି ଫୁଟ ଉଚ୍ଚର ବନ୍ୟା ଜଳ ପ୍ରଭାବିତ ହେବାରୁ ଯୋଗାଯୋଗ ବିଛିନ୍ନ ହୋଇଛିl ସେହିପରି ଚିତ୍ରଡା ଅଞ୍ଚଳର ଦୀନେଶ ବେହେରାଙ୍କ […] The post ପାଣି ଘେରରେ ମୋରଡା: ପୋଲ ଉପରେ ୩ ଫୁଟ ର ବନ୍ୟା ଜଳ , ଯୋଗାଯୋଗ ବିଚ୍ଛିନ୍ନ appeared first on Dharitri Odia News.

ପାଣି ଘେରରେ ମୋରଡା: ପୋଲ ଉପରେ ୩ ଫୁଟ ର ବନ୍ୟା ଜଳ , ଯୋଗାଯୋଗ ବିଚ୍ଛିନ୍ନ

ମୋରଡା,୨୯।୬(ସ୍ମାରକ ମାଜୀ): ଲଘୁଚାପ ଜନିତ ବର୍ଷାରେ ମୟୂରଭଞ୍ଜ ଜିଲା ମୋରଡା ଏବଂ ରାସଗୋବିନ୍ଦପୁର ବ୍ଲକର ବିଭିନ୍ନ ଅଞ୍ଚଳ ଜଳବନ୍ଦୀ ହୋଇିଛି । ଷନିବାର ରାତି ତମାମ ଅଞ୍ଚଳରେ ବର୍ଷା ହେବା ଫଳରେ ରବିବାର ବ୍ଲକର ବାରିପଦା-ଜଳେଶ୍ୱର ମୁଖ୍ୟ ରାସ୍ତାର ଚିତ୍ରଡା ଜମ୍ଭୀରା ନଦୀର ଶିଳଦା ପୋଲ ଉପରେ ବିପଦ ସଂକେତ ଉପରେ ରହିଛି। ପୋଲ ଉପରେ ତିନି ଫୁଟ ଉଚ୍ଚର ବନ୍ୟା ଜଳ ପ୍ରଭାବିତ ହେବାରୁ ଯୋଗାଯୋଗ ବିଛିନ୍ନ ହୋଇଛିl ସେହିପରି ଚିତ୍ରଡା ଅଞ୍ଚଳର ଦୀନେଶ ବେହେରାଙ୍କ ଘର ଭିତରେ ୮ଫୁଟ ଉଚ୍ଚର ପାଣି ପଶି ଯାଇଥିବାରୁ ସେ କ୍ଷତିଗ୍ରସ୍ତ ହୋଇଛନ୍ତି । ମୋରଡା ବ୍ଲକ ଅଧୀନ ବରକନ୍ଦ ପଞ୍ଚାୟତର ଇଟାମୁଣ୍ଡାଇ, ତେନ୍ତୁଳିବାଟି ଗ୍ରାମ ପାଣି ଘେରରେ ଅଛ। ପ୍ରଶାସନ ତରଫରୁ ପିଇଓ, ଦମକଳ ବାହିନୀ ପହଞ୍ଚିଥିବାର ଦେଖିବାକୁ ମିଳିଛି। ସେହିପରି ଓଡ୍ରାଫ ଟିମକୁ ଖବର ଦିଆଯାଇଛି । ମୋରଡା ପଞ୍ଚାୟତ ପଟାକୁଣ୍ଡିଆ ଗ୍ରାମ ପାଣି ଘେରରେ ଥିବା ବେଳେ ପାଞ୍ଚଗୁଛିଆ ଗ୍ରାମରେ ଥିବା କିଛି ଘରକୁ ପାଣି ମାଡି ଯାଇଥିବା ଦେଖିବାକୁ ମିଳିଛି ।
ସେହିପରି ବାରିପଦା-ଚିତ୍ରଡା-ଅମର୍ଦା ରାଜ୍ୟ ରାଜପଥର ରାସଗୋବିନ୍ଦପୁର ବ୍ଲକ ଅଧୀନ ଜମ୍ଭୀରା ନଦୀର ଭଡରାନଣ୍ଡା ପୋଲ ଉପରେ ବନ୍ୟାଜଳ ପ୍ରଭାବିତ ହେଉଥିବାରୁ ଯୋଗାଯୋଗ ବିଛିନ୍ନ ହୋଇଛି l ରାସଗୋବିନ୍ଦପୁର ବ୍ଲକ ଅଧୀନ କାଟୁଣି ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିବା ବେଳେ ସାରୁମୂଳା ପଂଚାୟତର ଜୁଡ଼ପୋଡା, ବଣକାଟି, ସାନମାଣିଦା, ଏକତାଳି, ତୋଟାପୋଡା ପଞ୍ଚାୟତର ମୁରୁଡ଼ା, ପଦ୍ମତୋଳିଆ, ପିଙ୍ଗୁଡ଼ି ଗ୍ରାମ ପାଣି ଘେରରେ ଥିବାର ଦେଖିବାକୁ ମିଳିଛି।

The post ପାଣି ଘେରରେ ମୋରଡା: ପୋଲ ଉପରେ ୩ ଫୁଟ ର ବନ୍ୟା ଜଳ , ଯୋଗାଯୋଗ ବିଚ୍ଛିନ୍ନ appeared first on Dharitri Odia News.