ପାଣି ପାଇଁ ପାକିସ୍ତାନର ଭାରତ ନିକଟରେ ଗୁହାରି

ନନ୍ଦିଘୋଷ ବ୍ୟୁରୋ : ଅପରେସନ ସିନ୍ଦୂରରେ ଭାରତର ଦମ୍ ଦେଖି ମୁଣ୍ଡ ନୁଆଁଇଥିଲା ପାକିସ୍ତାନ। ଏବେ ପାଣି ଲାଗି ହେଲାଣି... The post ପାଣି ପାଇଁ ପାକିସ୍ତାନର ଭାରତ ନିକଟରେ ଗୁହାରି appeared first on .

ପାଣି ପାଇଁ  ପାକିସ୍ତାନର ଭାରତ ନିକଟରେ ଗୁହାରି

ନନ୍ଦିଘୋଷ ବ୍ୟୁରୋ : ଅପରେସନ ସିନ୍ଦୂରରେ ଭାରତର ଦମ୍ ଦେଖି ମୁଣ୍ଡ ନୁଆଁଇଥିଲା ପାକିସ୍ତାନ। ଏବେ ପାଣି ଲାଗି ହେଲାଣି ଡହଳ ବିକଳ। ସିନ୍ଧୁ ଜଳ ଚୁକ୍ତି ପ୍ରସଙ୍ଗରେ ପୁନର୍ବିଚାର ଲାଗି ଭାରତ ନିକଟରେ ଅନୁରୋଧ କରିଛି ପାକିସ୍ତାନ। ଏନେଇ ଜଳଶକ୍ତି ମନ୍ତ୍ରାଳୟ ନିକଟକୁ ପତ୍ର ଲେଖିଛନ୍ତି ପାକିସ୍ତାନ ଜଳ ସମ୍ପଦ ସଚିବ ସୟଦ ଅଲି ମୁର୍ତାଜା। ଏପ୍ରିଲ ୨୨ ପହଲଗାଓଁ ହମଲା ପରେ ଉତ୍ତ୍ୟକ୍ତ ହୋଇ ସିନ୍ଧୁ ଜଳ ଚୁକ୍ତି ରଦ୍ଦ କରିଥିଲା ଭାରତ। ୧୯୬୦ ସିନ୍ଧୁ ଜଳ ଚୁକ୍ତି ଅନୁସାରେ ସିନ୍ଧୁ ନଦୀରୁ ଭାରତ ୩୦ ପ୍ରତିଶତ ଓ ପାକିସ୍ତାନ ୭୦ ପ୍ରତିଶତ ଜଳ ପାଇଥାଏ। ଜଳ ଚୁକ୍ତି ରଦ୍ଦ ହେବା ପରେ ପାକିସ୍ତାନ ଜଳାଭାବରେ ଛଟପଟ ହେବା ପରିଲକ୍ଷିତ ହୋଇଛି। ଏପରିକି ପାକିସ୍ତାନକୁ ବିନା ସୂଚନାରେ ନଦୀ ବନ୍ଧର ଗେଟ ଖୋଲିଦେଉଛି ଭାରତ।

The post ପାଣି ପାଇଁ ପାକିସ୍ତାନର ଭାରତ ନିକଟରେ ଗୁହାରି appeared first on .