ପାଣି ପାଇଁ ଲୁହା ରଡ୍ ଓ ବାଡିରେ ଆକ୍ରମଣ,୪ ଆହତ ମେଡିକାଲରେ ଭର୍ତ୍ତି

ବଡବିଲ ୧୬/୬: ପାଣି ପାଇଁ ଗଣ୍ଡଗୋଳ, ମାରପିଟ । କେନ୍ଦୁଝର ବଡବିଲ ପୌରାଞ୍ଚଳ ୱାର୍ଡ ନମ୍ବର ୩ ଠାକୁରାଣୀ ଅଞ୍ଚଳରେ ପାଣି ପାଇଁ ୨ ପକ୍ଷ ମଧ୍ୟରେ ଗଣ୍ଡଗୋଳ ହୋଇଛି । ସିଏସଆର ମାଧ୍ୟମରେ ଓଏମଡିସି କଂପାନୀ ପକ୍ଷରୁ ଲୋକଙ୍କୁ ପିଇବା ପାଣି ଯୋଗାଇ ଦେବାକୁ ଠାକୁରାଣୀ ସେଡିଂ ବସ୍ତି ଅଞ୍ଚଳରେ ବୋର ୱେଲ କରାଯାଇଛି । ଏଥିରୁ ପ୍ରାୟ ୨୦ ଘରକୁ ପାଇପ ଯୋଗେ ପାଣି ଯୋଗାଇ ଦିଆଯାଉଛି ।ତେବେ ଜଣେ ବ୍ୟକ୍ତି ମୁଖ୍ୟ ପାଇପରେ ଭଲ୍‌ବ ଲଗାଇବାକୁ ନେଇ ଗଣ୍ଡଗୋଳ ଓ ମାରପିଟ  ଆରମ୍ଭ ହୋଇଥିଲା । ଏଥିରେ ଗାଁର ଲଲନ ଗୁପ୍ତାଙ୍କ ପତ୍ନୀ ଲକ୍ଷ୍ମୀ ଦେବୀ ,ଯାଆ ଓ ୨ ଝିଆରୀ ଆହତ ହୋଇଛନ୍ତି । ଲୁହା ରଡ ଓ ବାଡିରେ ଆକ୍ରମଣ ଯୋଗୁ ଲକ୍ଷ୍ମୀ ଦେବୀଙ୍କ ମୁଣ୍ଡ ଫାଟିଯାଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ବଡବିଲ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଛି । 