ପାଣି ସମସ୍ୟା ଉତ୍କଟ,ତାତିଲେ ଲୋକେ

ଲାଞ୍ଜିଗଡ,୬।୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ପୋଖରୀବନ୍ଧ ପଞ୍ଚାୟତ ବକଟପୁର ଗାଁରେ ଦୁଇ ଦିନ ଧରି ପିଇବା ପାଣି ମିଳୁ ନ ଥିବାରୁ ଲୋକେ ହନ୍ତସନ୍ତ ହୋଇ ଗୁରୁବାର ପୋଖରୀବନ୍ଧରୁ ଲାଞ୍ଜିଗଡ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଅବରୋଧ କରିଥିଲେ ବକଟପୁର ଗ୍ରାମବାସୀ। ସୂଚନାନୁସାରେ ଲାଞ୍ଜିଗଡ ବ୍ଳକ ପୋଖରୀବନ୍ଧ ପଞ୍ଚାୟତ ବକଟପୁର ଗାଁରେ ଦୁଇ ଦିନ ଧରି ପିଇବା ପାଣି ସମସ୍ୟା ଦେଖା ଦେଇଛି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ମଧ୍ୟ ଦାଇତ୍ୱରେ ଥିବା କର୍ମଚାରୀ […] The post ପାଣି ସମସ୍ୟା ଉତ୍କଟ,ତାତିଲେ ଲୋକେ appeared first on Dharitri Odia News.

ପାଣି ସମସ୍ୟା ଉତ୍କଟ,ତାତିଲେ ଲୋକେ

ଲାଞ୍ଜିଗଡ,୬।୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ପୋଖରୀବନ୍ଧ ପଞ୍ଚାୟତ ବକଟପୁର ଗାଁରେ ଦୁଇ ଦିନ ଧରି ପିଇବା ପାଣି ମିଳୁ ନ ଥିବାରୁ ଲୋକେ ହନ୍ତସନ୍ତ ହୋଇ ଗୁରୁବାର ପୋଖରୀବନ୍ଧରୁ ଲାଞ୍ଜିଗଡ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଅବରୋଧ କରିଥିଲେ ବକଟପୁର ଗ୍ରାମବାସୀ।
ସୂଚନାନୁସାରେ ଲାଞ୍ଜିଗଡ ବ୍ଳକ ପୋଖରୀବନ୍ଧ ପଞ୍ଚାୟତ ବକଟପୁର ଗାଁରେ ଦୁଇ ଦିନ ଧରି ପିଇବା ପାଣି ସମସ୍ୟା ଦେଖା ଦେଇଛି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ମଧ୍ୟ ଦାଇତ୍ୱରେ ଥିବା କର୍ମଚାରୀ ନ ଶୁଣିବାରୁ ଆଜି ଅପରାହ୍ନ ୩ଟାରେ ପୋଖରୀବନ୍ଧରୁ ଲାଞ୍ଜିଗଡ ସଂଯୋଗ କରୁଥିବା ମୁଖ୍ୟରାସ୍ତା ଉପରେ ଗରା, ମାଠିଆ, ବାଲ୍ଟି ଧରି ବକଟପୁର ଗାଁର ପୁରୁଷ ଓ ମହିଳା ମାନେ ରାସ୍ତା ଅବରୋଧ କରିଥିଲେ। ଯାହା ଫଳରେ ଶହ ଶହ ଗାଡି ଅଟକ ରଖିଥିବା ବେଳେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଥିଲା। ଏହି ଖବର ପାଇ ଅପରାହ୍ନ ୪ ଟାରେ ଲାଞ୍ଜିଗଡ ବିଡିଓ ଶଶାଙ୍କ ପାତ୍ର,ପଞ୍ଚାୟତ ସମିତି ଅଧ୍ୟକ୍ଷା କମଳା ପାତ୍ର, ସହକାରୀ ଯନ୍ତ୍ରୀ ଦଶମନ୍ତ ମାଝୀ ଘଟଣା ସ୍ଥଳେ ପହଞ୍ଚି ଗ୍ରାମ ବାସୀଙ୍କ ସହିତ ଆଲୋଚନା କରି ପ୍ରତିଶ୍ରୁତି ପରେ ଲୋକେ ଧାରଣାରୁ ଓହରି ଥିଲେ। ଯାତାୟାତ ସ୍ବାଭାବିକ ହୋଇଥିଲା।

The post ପାଣି ସମସ୍ୟା ଉତ୍କଟ,ତାତିଲେ ଲୋକେ appeared first on Dharitri Odia News.