ପାଣି ସମସ୍ୟା ସମାଧାନ ନ କଲେ ଭୋଟ ବର୍ଜନ ଚେତାବନୀ
ଚିତ୍ରକୋଣ୍ଡା,୬।୫(କ୍ଷିରୋଦ ବେହେରା):ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ହେଡ୍କ୍ୱାର୍ଟର୍ ତଥା କଲୋନୀ ପାଖରେ ପାଣି ସମସ୍ୟାକୁ ନେଇ ଲୋକଙ୍କ ବିରୋଧ ପ୍ରଦର୍ଶନ ଚାଲିଛି। ଚିତ୍ରକୋଣ୍ଡାରେ ଥିବା ବାଲିମେଳା ଡ୍ୟାମ ସହ ସିଲେରୁ ନଦୀ ବହି ଯାଇଥିଲେ ସୁଦ୍ଧା ଦୀପ ତଳ ଅନ୍ଧାର ଭଳି ଦୀର୍ଘ ବର୍ଷ ହେଲା ପାଣି ସମସ୍ୟା ଲାଗି ରହିଛି। ଚଳିତବର୍ଷ ପ୍ରଚଣ୍ଡ ଖରାରେ ଲୋକେ ପାଣି ପାଇଁ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ସୋମବାର ଚିତ୍ରକୋଣ୍ଡାର ସ୍ଥାନୀୟ ମହିଳାମାନେ ଉତକ୍ଷିପ୍ତ ହୋଇ […] The post ପାଣି ସମସ୍ୟା ସମାଧାନ ନ କଲେ ଭୋଟ ବର୍ଜନ ଚେତାବନୀ appeared first on Dharitri Odia News.
ଚିତ୍ରକୋଣ୍ଡା,୬।୫(କ୍ଷିରୋଦ ବେହେରା):ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ହେଡ୍କ୍ୱାର୍ଟର୍ ତଥା କଲୋନୀ ପାଖରେ ପାଣି ସମସ୍ୟାକୁ ନେଇ ଲୋକଙ୍କ ବିରୋଧ ପ୍ରଦର୍ଶନ ଚାଲିଛି। ଚିତ୍ରକୋଣ୍ଡାରେ ଥିବା ବାଲିମେଳା ଡ୍ୟାମ ସହ ସିଲେରୁ ନଦୀ ବହି ଯାଇଥିଲେ ସୁଦ୍ଧା ଦୀପ ତଳ ଅନ୍ଧାର ଭଳି ଦୀର୍ଘ ବର୍ଷ ହେଲା ପାଣି ସମସ୍ୟା ଲାଗି ରହିଛି। ଚଳିତବର୍ଷ ପ୍ରଚଣ୍ଡ ଖରାରେ ଲୋକେ ପାଣି ପାଇଁ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି।
ସୋମବାର ଚିତ୍ରକୋଣ୍ଡାର ସ୍ଥାନୀୟ ମହିଳାମାନେ ଉତକ୍ଷିପ୍ତ ହୋଇ ସକାଳେ ପ୍ରଥମେ ମୁଖ୍ୟ ରାସ୍ତା ବିଜେଡି ଅସ୍ଥାୟୀ କାର୍ଯ୍ୟାଳୟ ଆଗରେ ରାସ୍ତା ଅବରୋଧ କରିଥିଲେ। ପୋଲିସ ପ୍ରଶାସନ ତଥା ବିଜେଡି ବ୍ଲକ ସଭାପତି ରଘୁ ଖରା ଓ ଅମିତ ଅଗ୍ରୱାଲ ବୁଝାସୁଝା କରି ଆଜି ପାଇଁ ପାଣି ଟ୍ୟାଙ୍କର ପହଞ୍ଚାଇଥିଲେ। ମାତ୍ର ମହିଳାମାନେ ପାଣି ନେଇ ନ ଥିଲେ ଆଜି ଗୋଟିଏ ଦିନ ପାଇଁ ପାଣିଟାଙ୍କି ଦେଇଦେଲେ କ’ଣ ଆମ ପାଣି ସମସ୍ୟା ସମାଧାନ ହୋଇଯିବ ବୋଲି ସେମାନେ ପ୍ରଶ୍ନ କରିଥିଲେ। ଅଧିକ ସଂଖ୍ୟାରେ ମହିଳାମାନେ ହାଣ୍ଡି ମାଠିଆ ଧରି ଚିତ୍ରକୋଣ୍ଡା ବ୍ଲକ କାର୍ଯ୍ୟାଳୟ ଆଗ ଗେଟରେ ତାଲା ପକାଇଥିଲେ। ଗେଟ ଆଗରେ ହାଣ୍ଡି ମାଠିଆ ରଖି ଘେରାଉ କରି ବସି ରହିଥିଲେ। ପାଣି ସମସ୍ୟା ସମାଧାନ କରିବାକୁ ଅଡ଼ିବସି ଚଳିତ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଥିଲେ l
ପ୍ରକାଶ ଥାଉକି ଚିତ୍ରକୋଣ୍ଡା ଜନସାଧାରଣଙ୍କ ମୁଖ୍ୟ ପାଣି ସମସ୍ୟା ବାରମ୍ବାର ମାଲକାନଗିରି ପ୍ରଶାସନ ତଥା ନେତା ମନ୍ତ୍ରୀଙ୍କୁ ଜଣାଇ ଆସୁଥିଲେ ମଧ୍ୟ ଆଜି ସୁଦ୍ଧା ସମାଧାନ ହୋଇ ପାରିନି। ମାଲକାନଗିରି ଆରଡବ୍ଲୁଏସଏସ ସଂସ୍ଥା ଚିତ୍ରକୋଣ୍ଡା ପାଣି ସମସ୍ୟା ସମାଧାନ ପାଇଁ କୋଟି କୋଟି ଟଙ୍କା ଦେଇ ଚିତ୍ରକୋଣ୍ଡା ରାସ୍ତାଘାଟ ଖୋଳି ନଷ୍ଟ କରି ଠିକାଦାରଙ୍କୁ ପୋଷିବାରେ ଲାଗିଛି। ତେବେ ଚିତ୍ରକୋଣ୍ଡା ପାଣି ସମସ୍ୟା ନ ସୁଧୁରିଲେ ମହିଳାମାନେ ହଟିବେନି ବୋଲି ଜିଦ୍ ଧରି ବସିଛନ୍ତି l ତେବେ କେବେ ସମାଧାନ ହେବ ତାହା ଦେଖିବାକୁ ବାକି ରହିଲା l
The post ପାଣି ସମସ୍ୟା ସମାଧାନ ନ କଲେ ଭୋଟ ବର୍ଜନ ଚେତାବନୀ appeared first on Dharitri Odia News.