ପାଣିଟାଙ୍କିରେ ଗାମୁଛା ଲଗାଇ ଝୁଲି ପଡ଼ିଲେ ଯୁବକ
ସନ୍ତ୍ରୀ ଛକ,୧୫ା୩(ସନ୍ତୋଷ ପରିଡ଼ା): ଅନୁଗୋଳ ଜିଲା ବଅଁରପାଳ ଥାନା ଅନ୍ତର୍ଗତ ଗୋତମରା ଗ୍ରାମରେ ବେକରେ ରଶି ଲଗାଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସୂଚନାନୁଯାୟୀ, ଗ୍ରାମବାସୀଙ୍କ କହିବା ଅନୁସାରେ ମୃତକ ଜଣଙ୍କ ହେଲେ ଢେଙ୍କାନାଳ ଜିଲା ନାଉପାଳ ଗ୍ରାମର ରବି ଝାଙ୍କରଙ୍କ ପୁଅ ସୁଦର୍ଶନ(୩୦)। ସେ ଗୋତମରା ଗ୍ରାମର ତାଙ୍କ ମଉସା କାଠି ଭୋଇଙ୍କ ଘରେ ୧ ବର୍ଷ ହେଲା ରହି ସ୍ଥାନୀୟ ଟାଟା ଷ୍ଟିଲରେ କାର୍ଯ୍ୟ କରୁଥିଲେ। ଶୁକ୍ରବାର ରାତିରେ ସେ ତାଙ୍କ ମଉସା ଘର […] The post ପାଣିଟାଙ୍କିରେ ଗାମୁଛା ଲଗାଇ ଝୁଲି ପଡ଼ିଲେ ଯୁବକ appeared first on Dharitri Odia News.
ସନ୍ତ୍ରୀ ଛକ,୧୫ା୩(ସନ୍ତୋଷ ପରିଡ଼ା): ଅନୁଗୋଳ ଜିଲା ବଅଁରପାଳ ଥାନା ଅନ୍ତର୍ଗତ ଗୋତମରା ଗ୍ରାମରେ ବେକରେ ରଶି ଲଗାଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।
ସୂଚନାନୁଯାୟୀ, ଗ୍ରାମବାସୀଙ୍କ କହିବା ଅନୁସାରେ ମୃତକ ଜଣଙ୍କ ହେଲେ ଢେଙ୍କାନାଳ ଜିଲା ନାଉପାଳ ଗ୍ରାମର ରବି ଝାଙ୍କରଙ୍କ ପୁଅ ସୁଦର୍ଶନ(୩୦)। ସେ ଗୋତମରା ଗ୍ରାମର ତାଙ୍କ ମଉସା କାଠି ଭୋଇଙ୍କ ଘରେ ୧ ବର୍ଷ ହେଲା ରହି ସ୍ଥାନୀୟ ଟାଟା ଷ୍ଟିଲରେ କାର୍ଯ୍ୟ କରୁଥିଲେ। ଶୁକ୍ରବାର ରାତିରେ ସେ ତାଙ୍କ ମଉସା ଘର ଛାତ ଉପରେ ବେକରେ ଏକ କନ୍ଥା ଓ ଗାମୁଛା ସାହାଯ୍ୟରେ ପାଣି ଟାଙ୍କିରେ ବାନ୍ଧି ଛାତ ଉପରୁ ତଳକୁ ଝୁଲି ପଡ଼ିଥିଲେ। ବଅଁରପାଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।
The post ପାଣିଟାଙ୍କିରେ ଗାମୁଛା ଲଗାଇ ଝୁଲି ପଡ଼ିଲେ ଯୁବକ appeared first on Dharitri Odia News.