ପାଣିରେ ପଡ଼ିଲା ୧୪ ଲକ୍ଷ ଟଙ୍କା: ଗ୍ରାମବାସୀଙ୍କ ଅଭିଯୋଗ ଶୁଣୁ ନାହାନ୍ତି ଠିକାଦାର

ମହାକାଳପଡ଼ା,୧୨ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ):ଅନୁସୂଚିତ ଜନଜାତି ଗାଁର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି। ହେଲେ ଦେଶ ସ୍ବାଧୀନ ହେବାର ୭୭ ବର୍ଷ ପରେ ବି ଆଦିବାସୀ ଅଧ୍ୟୁଷିତ ଜଙ୍ଗଲ ଘେରୀ ଶବରପଡ଼ା ଗାଁ ନାନା ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ରାଜ୍ୟ ସରକାରଙ୍କ ପକ୍ଷରୁ ୨ଟି ପର୍ଯ୍ୟାୟରେ ୧୦ ଲକ୍ଷ ଟଙ୍କା ବ୍ୟୟରେ ରାସ୍ତା ନିର୍ମାଣ ହୋଇଥିଲା। ହେଲେ କିଛି ମାସ ପରେ ଠିକାଦାର ଏକ ସେତୁ ନିର୍ମାଣ […] The post ପାଣିରେ ପଡ଼ିଲା ୧୪ ଲକ୍ଷ ଟଙ୍କା: ଗ୍ରାମବାସୀଙ୍କ ଅଭିଯୋଗ ଶୁଣୁ ନାହାନ୍ତି ଠିକାଦାର appeared first on Dharitri Odia News.

ପାଣିରେ ପଡ଼ିଲା ୧୪ ଲକ୍ଷ ଟଙ୍କା: ଗ୍ରାମବାସୀଙ୍କ ଅଭିଯୋଗ ଶୁଣୁ ନାହାନ୍ତି ଠିକାଦାର

ମହାକାଳପଡ଼ା,୧୨ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ):ଅନୁସୂଚିତ ଜନଜାତି ଗାଁର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି। ହେଲେ ଦେଶ ସ୍ବାଧୀନ ହେବାର ୭୭ ବର୍ଷ ପରେ ବି ଆଦିବାସୀ ଅଧ୍ୟୁଷିତ ଜଙ୍ଗଲ ଘେରୀ ଶବରପଡ଼ା ଗାଁ ନାନା ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ରାଜ୍ୟ ସରକାରଙ୍କ ପକ୍ଷରୁ ୨ଟି ପର୍ଯ୍ୟାୟରେ ୧୦ ଲକ୍ଷ ଟଙ୍କା ବ୍ୟୟରେ ରାସ୍ତା ନିର୍ମାଣ ହୋଇଥିଲା। ହେଲେ କିଛି ମାସ ପରେ ଠିକାଦାର ଏକ ସେତୁ ନିର୍ମାଣ କାମ ପାଇଁ ଏକଧିକ ବଡ଼ ଟ୍ରକରେ ମାଲ ପରିବହନ କରିଥିଲେ। ଫଳରେ ନବର୍ନିମିତ ରାସ୍ତା ଫାଟି ଆଁ କଲାଣି। ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।
ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ପେଟଛେଲା ପଞ୍ଚାୟତ ଜଙ୍ଗଲଘେରୀ ଗାଁ। ଏହି ଗାଁରେ ୩୦ ପରିବାର ଶବର ଲୋକେ ବସବାସ କରୁଥିବା ବେଳେ କାଦୁଅ ରାସ୍ତା ଯୋଗୁ ରୋଗୀଙ୍କୁ ବର୍ଷା ଋତୁରେ ବାଉଁଶ ଭାରାରେ ମେଡ଼ିକାଲ ନେବାକୁ ପଡୁଛି ବୋଲି କହିଛନ୍ତି ଗ୍ରାମବାସୀ। ଆଜିକୁ ୪ବର୍ଷ ତଳେ ପ୍ରଥମ ପର୍ଯ୍ୟାୟରେ ୫ ଲକ୍ଷ ଟଙ୍କା ବ୍ୟୟରେ ଫେବର ବ୍ଲକ୍‌ ଓ ୫ ଲକ୍ଷ ଟଙ୍କା ବ୍ୟୟରେ ମୋରମ ବିଛା ଯାଇ ରାସ୍ତା ସମତୁଲ କରାଯାଇଥିଲା। ଗତବର୍ଷ ବି ୪ ଲକ୍ଷ ଟଙ୍କା ବ୍ୟୟରେ ମୋରମ ବିଛା ଯାଇଥିଲା। ତେବେ ଏହି ଗ୍ରାମ ସଂଲଗ୍ନ ପେଟ ଛେଲା-ରାମଚଣ୍ଡି ଗଳିଆ ନଦୀରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୩ କୋଟି ଟଙ୍କାରେ ବିଜୁ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଉଛି। ସେଥିପାଇଁ ସେହି ରାସ୍ତାରେ ଭାରିଯାନ ଚଳାଚଳ କରୁଥିବାରୁ ସେହି ରାସ୍ତାରେ ଗାତ ସୃଷ୍ଟି ହୋଇଛି। ବର୍ଷା ଋତୁ ପୂର୍ବରୁ ରାସ୍ତା ନିର୍ମାଣ କାର୍ଯ୍ୟ ନ ହେଲେ ପୂର୍ବ ପରି ଏହି ଗ୍ରାମର ଗର୍ଭବତୀ ମହିଳା ଓ ଗୁରୁତର ରୋଗୀମାନେ ବାଉଁଶ ଭାରାରେ ମେଡ଼ିକାଲକୁ ଯିବେ ବୋଲି କହିଛନ୍ତି ଭରତ ଭକ୍ତା, ସୁଦନ ଭାକ୍ତା, ସପନ ଭକ୍ତା, ସୁଦର୍ଶନ ଭକ୍ତା, ଶଙ୍କର ଭକ୍ତା, ଲକ୍ଷ୍ମୀଧର ଭକ୍ତା ଓ ପଇଡ଼ ଭକ୍ତା ସମେତ ଗ୍ରାମବାସୀ। ବଡ଼ ଟ୍ରକ ଓ ହାଇୱା ଚଳାଚଳ ଯୋଗୁ ସେହି ରାସ୍ତା ଭାଙ୍ଗିରୁଜି ଯାଇଛି ବୋଲି ଗ୍ରାମବାସୀ କହିଛନ୍ତି। ଗ୍ରାମବାସୀ ଏ ସଂକ୍ରାନ୍ତରେ ସେହି ଠିକାସଂସ୍ଥାକୁ ଜଣାଇଥିଲେ। ହେଲେ ଠିକାଦାର ସେହି ରାସ୍ତା ନିର୍ମାଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସେହି କାମ ହୋଇନାହିଁ ବୋଲି ଗ୍ରାମବାସୀ କହିଛନ୍ତି। ଏଥିରେ ବିଳମ୍ବ ହେଲେ ଆମେ ଆନ୍ଦୋଳନକୁ ଓହ୍ଳାଇବୁ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଏ ସଂକ୍ରାନ୍ତରେ ସେତୁ ନିର୍ମାଣ ଦାୟିତ୍ୱରେ ଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀ ଜ୍ଞାନେନ୍ଦୁ ଦାସଙ୍କୁ ଯୋଗଯୋଗ କରାଯାଇଥିଲା। ହେଲେ ତାହା ସମ୍ଭବ ହୋଇପାରିନାହିଁ।

The post ପାଣିରେ ପଡ଼ିଲା ୧୪ ଲକ୍ଷ ଟଙ୍କା: ଗ୍ରାମବାସୀଙ୍କ ଅଭିଯୋଗ ଶୁଣୁ ନାହାନ୍ତି ଠିକାଦାର appeared first on Dharitri Odia News.