ପାଣ୍ଡିଆନ, ବବି ଦାସଙ୍କ ପାଇଁ ବିଜେଡି ହାରିଲା ପ୍ରଶ୍ନରେ ପ୍ରସନ୍ନ ଆଚାର୍ଯ୍ୟ ଦେଲେ ବଡ଼ ବୟାନ
ଭୁବନେଶ୍ୱର,୧୮।୬: ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ପାଇଁ ଦଳର ତୃଣମୂଳଠୁ ଆରମ୍ଭ କରି ଶୀର୍ଷସ୍ତରର ନେତା ପର୍ଯ୍ୟନ୍ତ ସମସ୍ତେ ଭିକେ ପାଣ୍ଡିଆନ, ଡିଏସ କୁଟ୍ଟେ, ପ୍ରଣବପ୍ରକାଶ ଦାସ(ବବି) ଓ ମାନସ ମଙ୍ଗରାଜଙ୍କୁ ଦାୟୀ କରିବା ସହ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି । ଏହି ସମୟରେ ପ୍ରସନ୍ନ ଆଚାର୍ଯ୍ୟ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଦଳର ଆନୁଷ୍ଠାନିକ ବୈଠକରେ ପରାଜୟର ତର୍ଜମା ହେବ। ସଭାପତି ନବୀନ ପଟ୍ଟନାୟକ ସମସ୍ତଙ୍କ ସହ ଅଣଆନୁଷ୍ଠାନିକ ବୈଠକ କରୁଛନ୍ତି। […] The post ପାଣ୍ଡିଆନ, ବବି ଦାସଙ୍କ ପାଇଁ ବିଜେଡି ହାରିଲା ପ୍ରଶ୍ନରେ ପ୍ରସନ୍ନ ଆଚାର୍ଯ୍ୟ ଦେଲେ ବଡ଼ ବୟାନ appeared first on Dharitri Odia News.
ଭୁବନେଶ୍ୱର,୧୮।୬: ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ପାଇଁ ଦଳର ତୃଣମୂଳଠୁ ଆରମ୍ଭ କରି ଶୀର୍ଷସ୍ତରର ନେତା ପର୍ଯ୍ୟନ୍ତ ସମସ୍ତେ ଭିକେ ପାଣ୍ଡିଆନ, ଡିଏସ କୁଟ୍ଟେ, ପ୍ରଣବପ୍ରକାଶ ଦାସ(ବବି) ଓ ମାନସ ମଙ୍ଗରାଜଙ୍କୁ ଦାୟୀ କରିବା ସହ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି । ଏହି ସମୟରେ ପ୍ରସନ୍ନ ଆଚାର୍ଯ୍ୟ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଦଳର ଆନୁଷ୍ଠାନିକ ବୈଠକରେ ପରାଜୟର ତର୍ଜମା ହେବ। ସଭାପତି ନବୀନ ପଟ୍ଟନାୟକ ସମସ୍ତଙ୍କ ସହ ଅଣଆନୁଷ୍ଠାନିକ ବୈଠକ କରୁଛନ୍ତି। ଆନୁଷ୍ଠାନିକ ଭାବେ ବୈଠକ ହେଲା ବେଳେ ସବୁ କଥା ଜଣାପଡ଼ିଯିବ।
ଅନ୍ୟପଟେ, ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିଷ୍କ୍ରିୟତା ଓ ସଂଗଠନକୁ କ୍ରିୟାଶୀଳ ପାଇଁ ଉଦ୍ୟମ ହେଉନଥିବାରୁ ଦଳୀୟ ନେତା, କର୍ମୀ ଓ ବିଧାୟକମାନଙ୍କ ମଧ୍ୟରେ ଅସନ୍ତୋଷ ବିବାରେ ଲାଗିଛି । ଏପଟେ ନିର୍ବାଚନରେ ପରାଜୟର କାରଣର ସମୀକ୍ଷା କରିବାକୁ ଏପର୍ଯ୍ୟନ୍ତ ଆଗ୍ରହ ଦେଖାଉନଥିବା ନବୀନ ପଟ୍ଟନାୟକଙ୍କୁ ଭରସା କରି ଆଉ ଦଳରେ ରହିବାକୁ ବିଜେଡିର ଏକ ବୃହତ୍ ଗୋଷ୍ଠୀ ଚାହୁଁନଥିବା ଜଣାପଡିଛି।
The post ପାଣ୍ଡିଆନ, ବବି ଦାସଙ୍କ ପାଇଁ ବିଜେଡି ହାରିଲା ପ୍ରଶ୍ନରେ ପ୍ରସନ୍ନ ଆଚାର୍ଯ୍ୟ ଦେଲେ ବଡ଼ ବୟାନ appeared first on Dharitri Odia News.