ପାଣ୍ଡିଆନଙ୍କ ହେଲିକପ୍ଟର ବୁଲାର ତଦନ୍ତକୁ ନେଇ ବଡ଼ ବୟାନ ଦେଲେ ପରିବହନ ମନ୍ତ୍ରୀ, କହିଲେ ମୁଁ କହିଛି ମାନେ…
ଭୁବନେଶ୍ୱର,୧୮ା୮: ବିଜେଡି ନେତା ତଥା ପୂର୍ବତନ ୫-ଟି ସଚିବ କାର୍ତ୍ତିକ ପାଣ୍ଡିଆନଙ୍କ ହେଲିକପ୍ଟର ଗସ୍ତର ତୁରନ୍ତ ରିପୋର୍ଟ ଆସିବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା। ପାଣ୍ଡିଆନ ତାଙ୍କ ବ୍ୟକ୍ତିଗତ କାର୍ଯ୍ୟରେ ହେଲିକପ୍ଟରରେ ବୁଲିବା ଅଭିଯୋଗ ହୋଇଥିଲା। ଏନେଇ ତଦନ୍ତ ଚାଲିଛି, ଖୁବ୍ଶୀଘ୍ର ନିର୍ଯାସ ଆସିବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ। ସେ କହିଛନ୍ତି, ଯାହା ଲୋକଙ୍କ ମନରେ ସନ୍ଦେହ ଅଛି, ତାହା ସତ ହୋଇପାରେ। ଅପେକ୍ଷା କରନ୍ତୁ, ସରକାର ଏନେଇ ଖୁବ୍ଶୀଘ୍ର ଦୃଢ଼ […] The post ପାଣ୍ଡିଆନଙ୍କ ହେଲିକପ୍ଟର ବୁଲାର ତଦନ୍ତକୁ ନେଇ ବଡ଼ ବୟାନ ଦେଲେ ପରିବହନ ମନ୍ତ୍ରୀ, କହିଲେ ମୁଁ କହିଛି ମାନେ… appeared first on Dharitri Odia News.
ଭୁବନେଶ୍ୱର,୧୮ା୮: ବିଜେଡି ନେତା ତଥା ପୂର୍ବତନ ୫-ଟି ସଚିବ କାର୍ତ୍ତିକ ପାଣ୍ଡିଆନଙ୍କ ହେଲିକପ୍ଟର ଗସ୍ତର ତୁରନ୍ତ ରିପୋର୍ଟ ଆସିବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା। ପାଣ୍ଡିଆନ ତାଙ୍କ ବ୍ୟକ୍ତିଗତ କାର୍ଯ୍ୟରେ ହେଲିକପ୍ଟରରେ ବୁଲିବା ଅଭିଯୋଗ ହୋଇଥିଲା। ଏନେଇ ତଦନ୍ତ ଚାଲିଛି, ଖୁବ୍ଶୀଘ୍ର ନିର୍ଯାସ ଆସିବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ।
ସେ କହିଛନ୍ତି, ଯାହା ଲୋକଙ୍କ ମନରେ ସନ୍ଦେହ ଅଛି, ତାହା ସତ ହୋଇପାରେ। ଅପେକ୍ଷା କରନ୍ତୁ, ସରକାର ଏନେଇ ଖୁବ୍ଶୀଘ୍ର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛନ୍ତି। ଦୁର୍ନୀତି ବିରୋଧରେ ଆମ ସରକାର ଶୂନ୍ୟ ସହନଶୀଳ ନୀତି ଆପଣାଇଛି। ତେଣୁ ହେଲିକପ୍ଟର ବୁଲାର ରିପୋର୍ଟ ଅଳ୍ପ ଦିନ ମଧ୍ୟରେ ବାହାରିବ। ମୁଁ କହିଛି ମାନେ ସରକାର କହିଛି, ଆପଣମାନେ ଅପେକ୍ଷା କରନ୍ତୁ ବୋଲି ରବିବାର ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି।
The post ପାଣ୍ଡିଆନଙ୍କ ହେଲିକପ୍ଟର ବୁଲାର ତଦନ୍ତକୁ ନେଇ ବଡ଼ ବୟାନ ଦେଲେ ପରିବହନ ମନ୍ତ୍ରୀ, କହିଲେ ମୁଁ କହିଛି ମାନେ… appeared first on Dharitri Odia News.