ପାଣ୍ଡିଆନଙ୍କୁ ଟାର୍ଗେଟ୍ କରି ପ୍ରଦୀପଙ୍କ ବିସ୍ଫୋରକ ବୟାନ: ସନ୍ନ୍ୟାସ ନୁହେଁ, ଗୋଟିଗୋଟି କରି ହିସାବ ଦେବ, ନଚେତ୍…
ବରଗଡ଼,୧୫ା୬(ପ୍ରେମାନନ୍ଦ ଖମାରୀ): ସନ୍ନ୍ୟାସ ନୁହେଁ, ଯେଉଁମାନେ ବିଜେଡି ସରକାରଙ୍କ ୫-ଟି ଯୋଜନା ଜରିଆରେ ରାଜ୍ୟର ଖଣି, ଖାଦାନର ଶହଶହ କୋଟି ସମ୍ପତ୍ତି ହରିଲୁଟ୍ କରିଛନ୍ତି, ରାଜକୋଷରେ ରହିଥିବା ପଇସା ଲୁଟିଛନ୍ତି, ଭାଜପା ସରକାର ସେସବୁର ଗୋଟିଗୋଟି କରି ହିସାବ କରିବ ଏବଂ ଏଥିରେ ଯିଏ ବି ସମ୍ପୃକ୍ତ ଥାଆନ୍ତୁ ନା କାହିଁକି, ସେମାନେ ଜେଲ୍ରେ ଚକି ପେଷିବେ ବୋଲି ଶନିବାର ବରଗଡ଼ ଜିଲା ଅତାବିରାରେ ଅନୁଷ୍ଠିତ ଏକ ସମ୍ବର୍ଦ୍ଧନା ସମାରୋହରେ ଯୋଗଦେଇ ନବନିର୍ବାଚିତ ଲୋକ ସଭା ଏମ୍ପି […] The post ପାଣ୍ଡିଆନଙ୍କୁ ଟାର୍ଗେଟ୍ କରି ପ୍ରଦୀପଙ୍କ ବିସ୍ଫୋରକ ବୟାନ: ସନ୍ନ୍ୟାସ ନୁହେଁ, ଗୋଟିଗୋଟି କରି ହିସାବ ଦେବ, ନଚେତ୍… appeared first on Dharitri Odia News.
ବରଗଡ଼,୧୫ା୬(ପ୍ରେମାନନ୍ଦ ଖମାରୀ): ସନ୍ନ୍ୟାସ ନୁହେଁ, ଯେଉଁମାନେ ବିଜେଡି ସରକାରଙ୍କ ୫-ଟି ଯୋଜନା ଜରିଆରେ ରାଜ୍ୟର ଖଣି, ଖାଦାନର ଶହଶହ କୋଟି ସମ୍ପତ୍ତି ହରିଲୁଟ୍ କରିଛନ୍ତି, ରାଜକୋଷରେ ରହିଥିବା ପଇସା ଲୁଟିଛନ୍ତି, ଭାଜପା ସରକାର ସେସବୁର ଗୋଟିଗୋଟି କରି ହିସାବ କରିବ ଏବଂ ଏଥିରେ ଯିଏ ବି ସମ୍ପୃକ୍ତ ଥାଆନ୍ତୁ ନା କାହିଁକି, ସେମାନେ ଜେଲ୍ରେ ଚକି ପେଷିବେ ବୋଲି ଶନିବାର ବରଗଡ଼ ଜିଲା ଅତାବିରାରେ ଅନୁଷ୍ଠିତ ଏକ ସମ୍ବର୍ଦ୍ଧନା ସମାରୋହରେ ଯୋଗଦେଇ ନବନିର୍ବାଚିତ ଲୋକ ସଭା ଏମ୍ପି ପ୍ରଦୀପ ପୁରୋହିତ କହିଛନ୍ତି।
ପୂର୍ବତନ ୫-ଟି ଅଧ୍ୟକ୍ଷ ତଥା ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କୁ ସିଧାସଳଖ ଏଭଳି ଇଙ୍ଗିତ କରି ସେ ଆହୁରି କହିଥିଲେ, ଦୀର୍ଘ ୨୪ବର୍ଷ ଏକ ଲମ୍ବା ସମୟ ଧରି ବିଜେଡି ସରକାର ଚାଲିଥିଲା। ପରବର୍ତ୍ତନର ନିଶାନା ଦିଶୁ ନ ଥିଲା। ଏଥର ମଧ୍ୟ ପରିବର୍ତ୍ତନ ହେବ ନାହିଁ ବୋଲି ବହୁତ ଲୋକ କହୁଥିଲେ। ପୁଣିଥରେ ରାଜ୍ୟରେ ସରକାର ଗଠନ କରିବୁ ବୋଲି ବିଜେଡି ନେତା/କର୍ମୀମାନେ କହୁଥିଲେ। ଏହି କ୍ରମରେ ସେତେବେଳେ ରାଜ୍ୟ ସରକାରକୁ ଚଳାଉଥିବା ଭି.କେ ପାଣ୍ଡିଆନ ମାଇକ୍ ଧରି ବିଜେଡି ପୁଣି ସରକାରକୁ ନ ଫେରିଲେ ଏବଂ ନବୀନ ପଟ୍ଟନାୟକ ଷଷ୍ଠଥର ମୁଖ୍ୟମନ୍ତ୍ରୀ ନହେଲେ ରାଜନୀତିରୁ ସନ୍ନ୍ୟାସ ନେବି ବୋଲି ପୂରାଦମ୍ରେ କହୁଥିଲେ। ଅନ୍ୟପଟେ ପାଣ୍ଡିଆନଙ୍କ ସେଭଳି ବୟାନଙ୍କୁ ନେଇ ଭେଡେନ ବ୍ଲକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ବାଚନୀ ସଭାରେ ପାଣ୍ଡିଆନ କେବେ ମଧ୍ୟ ସନ୍ନ୍ୟାସ ନେଇ ପାରିବେ ନାହିଁ। ଭାଜପା ରାଜ୍ୟର ସରକାର ଗଠନ କରିବ ଏବଂ ଭାଜପା ରାଜ୍ୟରେ ଶାସନଭାର ନେଲେ ୫-ଟି ନାଁରେ ହୋଇଥିବା କୋଟିକୋଟି ଟଙ୍କା ଲୁଟ୍ର ହିସାବ ମାଗିବ ବୋଲି ସେ(ପ୍ରଦୀପ) କହିଥିଲେ।
ଆଜି ଲୋକଙ୍କ ଆଶୀର୍ବାଦରେ ଭାଜପା ରାଜ୍ୟରେ ସରକାର ଗଠନ କରିଛି ଏବଂ ଏଣିକି ଭି.କେ ପାଣ୍ଡିଆନଙ୍କ ମାଲିକାନାରେ ଯେଉଁ ୫-ଟି ଚାଲୁ୍ଥିଲା ଏବଂ ଯେଉଁ ଯୋଜନାରେ ରାଜ୍ୟର ଗରିବ ଲୋକଙ୍କ ଟଙ୍କା ଥିବା ରାଜକୋଷରୁ କୋଟିକୋଟି ଟଙ୍କା ଲୁଟ୍ ହୋଇଛି। ସମୟ ଆସିଛି, ତା’ର ହିସାବ ନିକାଶ କରାଯିବ ଏବଂ ସେଥିରେ ପାଣ୍ଡିଆନ ହୁଅନ୍ତୁ ଅବା ଅନ୍ୟ କୌଣସି ଆଇଏଏସ୍ ଅଧିକାରୀ, ମନ୍ତ୍ରୀଙ୍କ ସମ୍ପୃକ୍ତି ଜଣାପଡ଼ିବ। ସେମାନଙ୍କୁ ଜେଲ୍ରେ ଚକି ପେଷିବାକୁ ପଡ଼ିବ ବୋଲି ପ୍ରଦୀପ କହିଛନ୍ତି। ପ୍ରଦୀପଙ୍କ ଏଭଳି ବିସ୍ଫୋରକ ବୟାନ ଏବେ ରାଜ୍ୟବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଛି।
The post ପାଣ୍ଡିଆନଙ୍କୁ ଟାର୍ଗେଟ୍ କରି ପ୍ରଦୀପଙ୍କ ବିସ୍ଫୋରକ ବୟାନ: ସନ୍ନ୍ୟାସ ନୁହେଁ, ଗୋଟିଗୋଟି କରି ହିସାବ ଦେବ, ନଚେତ୍… appeared first on Dharitri Odia News.