ପାଣ୍ଡିଆନଙ୍କୁ ନବୀନଙ୍କ କ୍ଲିନ୍ଚିଟ୍ ବାଧ୍ୟବାଧକତା ନୁହେଁ ତ?
ନବୀନ କହିଛନ୍ତି ଯେ, ପାଣ୍ଡିଆନଙ୍କୁ ସମାଲୋଚନା କରାଯାଉଥିବା ମୋ’ ନଜରକୁ ଆସିଛି । ପାଣ୍ଡିଆନଙ୍କୁ ସମାଲେଚାନା କରିବା ଦୁର୍ଭାଗ୍ୟଜନକ । ପାଣ୍ଡିଆନଙ୍କୁ ତାଙ୍କର ସତ୍ୟନିଷ୍ଠା ଓ ସାଧୁତା ପାଇଁ ସର୍ବଦା ମନେ ରଖାଯିବ ।
ଭିକେ ପାଣ୍ଡିଆନଙ୍କ କ୍ଷମତା ଲୋଭ ଦଳକୁ ବୁଡ଼େଇ ଦେଇଥିବା ଚର୍ଚ୍ଚା ହେଉଥିବାବେଳେ ପଦାକୁ ଆସିଲେ ନବୀନ ପଟ୍ଟନାୟକ। ଦଳ ଭିତରେ ଏବଂ ବାହାରେ ଲୋକ ପାଣ୍ଡିଆନଙ୍କୁ ଦାୟୀ କରୁଥିବାବେଳେ ତାକୁ ଭୁଲ ପ୍ରମାଣିତ କରିବାକୁ ନବୀନ କରିଛନ୍ତି ଉଦ୍ୟମ।