‘ପାଣ୍ଡିଆନ୍ ନୁହଁନ୍ତି ମୋ ଉତ୍ତରାଧିକାରୀ’...
ଅନ୍ତିମ ପର୍ଯ୍ୟାୟ ନିର୍ବାଚନର ଠିକ୍ ପୂର୍ବରୁ ANIକୁ ସାକ୍ଷାତକାର ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏ ମନ୍ତବ୍ୟକୁ ନେଇ ସରଗରମ୍ ରାଜ୍ୟ ରାଜନୀତି।
ମଂଚରେ... ରାଲିରେ...ସରକାରୀ କାର୍ଯ୍ୟକ୍ରମରେ...ସବୁଠି ନବୀନଙ୍କ ସହ କେବଳ ପାଣ୍ଡିଆନ୍ଙ୍କ ଉପସ୍ଥିତି... ଦାନା ବାନ୍ଧୁଥିବା ସନ୍ଦେହ ଏବଂ ନିର୍ବାଚନ ସମୟରେ ବିଜେଡିରେ ବଳଶାଳୀ ହେଇଚାଲିଥିବା 'ତାମିଲବାବୁ' ପ୍ରସଙ୍ଗକୁ ନେଇ ତମାମ୍ ବିରୋଧୀ, ଏପରିକି ଖୋଦ୍ ପ୍ରଧାନମନ୍ତ୍ରୀଙ୍କ ଜୋରଦାର ହମଲା ପରେ ଶେଷରେ ମୁହଁ ଖୋଲିଲେ, ଖୋଲିବାକୁ ଏକ ପ୍ରକାର ବାଧ୍ୟ ହେଲେ ମୁଖ୍ୟମନ୍ତ୍ରୀ ନବୀନ। ANIକୁ ଆଜି ଦେଇଥିବା ସାକ୍ଷାତକାରରେ ପାଣ୍ଡିଆନ୍ ଆପଣଙ୍କ ଉତ୍ତରାଧିକାରୀ କି ବୋଲି ପଚରାଯାଇଥିବା ପ୍ରଶ୍ନରେ ନବୀନ କହିଛନ୍ତି, ପାଣ୍ଡିଆନ ମୋ ଉତ୍ତରାଧିକାରୀ ନୁହଁନ୍ତି। ମୋ ଉତ୍ତରାଧିକାରୀ ଲୋକ ସ୍ଥିର କରିବେ।