ପାତାଳୀ ଗରୁଡ଼ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ ଆରମ୍ଭ, ପ୍ରଭୁଙ୍କ ଠାରେ ଖଇ ଲାଗି କରି ଭକ୍ତ ନେଉଛନ୍ତି ଆର୍ଶୀବାଦ

ସାଲେପୁର: କଟକ ଜିଲ୍ଲା ସାଲେପୁର ବ୍ଲକ୍ ଓଡାସିଂହ ଗ୍ରାମର ପୁରାଣ ବର୍ଣ୍ଣିତ ପାତାଳୀ ଗରୁଡ଼ଙ୍କ ପୀଠରେ ଗରୁଡ଼ଙ୍କ ଜନ୍ମ ଦିବସ ଏବଂ ୫ଦିନ ବ୍ୟାପି ଉନ ବିଂଶତମ ଗରୁଡ଼ ବିଶ୍ୱଶାନ୍ତି ମହାଯଜ୍ଞ ଆରମ୍ଭ ହୋଇଛି।ବିଶ୍ବାସ ରହିଛି ପବିତ୍ର ଗରୁଡ଼ ଦ୍ଵାଦଶୀ ତିଥି ତଥା ଗରୁଡ଼ଙ୍କ ଜନ୍ମ ଦିବସରେ ଗରୁଡ଼ ଦେବଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କଲେ ସମସ୍ତ ଦୁଃଖ କଷ୍ଟରୁ ମୁକ୍ତି ମିଳେ । ଏମିତିରେ ଦିନ ତମାମ ଶ୍ରଦ୍ଧାଳୁମାନେ ପୀଠରେ ଗରୁଡ଼ ଦେବଙ୍କୁ ପୂଜାର୍ଚ୍ଚନା କରିବା ସହ ଗରୁଡ ଦେବଙ୍କ ପ୍ରିୟ ଖଇ ଭୋଗ ଲାଗି କରିଛନ୍ତି। ଏହି ଦିନ ଖଇ ଲାଗି କରି ସେହି ଭୋଗକୁ ସପରିବାର ସେବନ କଲେ ବର୍ଷ ତମାମ ସର୍ପ ଦଂଶନରୁ ମିକ୍ତି ମିଳେ ବୋଲି ମଧ୍ୟ ବିଶ୍ୱାସ ରହିଛି।ଏହି ବିଶ୍ୱାସ ନେଇ ବହୁ ଦୂର ଦୁରାନ୍ତରୁ ଶ୍ରଦ୍ଧାଳୁ ମାନେ ଆସି ଏହି ପୀଠରେ ଗରୁଡ ଦେବଙ୍କୁ ଦର୍ଶନ କରିଛନ୍ତି ଏବଂ ପ୍ରସାଦ ସେବନ କରି ଗରୁଡ ପ୍ରଭୁଙ୍କ ସାନିଧ୍ୟ ଲାଭ କରିଥିବା କହିଛନ୍ତି।ଗ୍ରାମବାସୀଙ୍କ ସହଯୋଗରେ କମିଟି ପକ୍ଷରୁ ଶ୍ରଦ୍ଧାଳୁମାନଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରଯାଇଛି।

ପାତାଳୀ ଗରୁଡ଼ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ ଆରମ୍ଭ, ପ୍ରଭୁଙ୍କ ଠାରେ ଖଇ ଲାଗି କରି ଭକ୍ତ ନେଉଛନ୍ତି ଆର୍ଶୀବାଦ

ସାଲେପୁର: କଟକ ଜିଲ୍ଲା ସାଲେପୁର ବ୍ଲକ୍ ଓଡାସିଂହ ଗ୍ରାମର ପୁରାଣ ବର୍ଣ୍ଣିତ ପାତାଳୀ ଗରୁଡ଼ଙ୍କ ପୀଠରେ ଗରୁଡ଼ଙ୍କ ଜନ୍ମ ଦିବସ ଏବଂ ୫ଦିନ ବ୍ୟାପି ଉନ ବିଂଶତମ ଗରୁଡ଼ ବିଶ୍ୱଶାନ୍ତି ମହାଯଜ୍ଞ ଆରମ୍ଭ ହୋଇଛି।ବିଶ୍ବାସ ରହିଛି ପବିତ୍ର ଗରୁଡ଼ ଦ୍ଵାଦଶୀ ତିଥି ତଥା ଗରୁଡ଼ଙ୍କ ଜନ୍ମ ଦିବସରେ ଗରୁଡ଼ ଦେବଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କଲେ ସମସ୍ତ ଦୁଃଖ କଷ୍ଟରୁ ମୁକ୍ତି ମିଳେ । 

ଏମିତିରେ ଦିନ ତମାମ ଶ୍ରଦ୍ଧାଳୁମାନେ ପୀଠରେ ଗରୁଡ଼ ଦେବଙ୍କୁ ପୂଜାର୍ଚ୍ଚନା କରିବା ସହ ଗରୁଡ ଦେବଙ୍କ ପ୍ରିୟ ଖଇ ଭୋଗ ଲାଗି କରିଛନ୍ତି। ଏହି ଦିନ ଖଇ ଲାଗି କରି ସେହି ଭୋଗକୁ ସପରିବାର ସେବନ କଲେ ବର୍ଷ ତମାମ ସର୍ପ ଦଂଶନରୁ ମିକ୍ତି ମିଳେ ବୋଲି ମଧ୍ୟ ବିଶ୍ୱାସ ରହିଛି।


ଏହି ବିଶ୍ୱାସ ନେଇ ବହୁ ଦୂର ଦୁରାନ୍ତରୁ ଶ୍ରଦ୍ଧାଳୁ ମାନେ ଆସି ଏହି ପୀଠରେ ଗରୁଡ ଦେବଙ୍କୁ ଦର୍ଶନ କରିଛନ୍ତି ଏବଂ ପ୍ରସାଦ ସେବନ କରି ଗରୁଡ ପ୍ରଭୁଙ୍କ ସାନିଧ୍ୟ ଲାଭ କରିଥିବା କହିଛନ୍ତି।ଗ୍ରାମବାସୀଙ୍କ ସହଯୋଗରେ କମିଟି ପକ୍ଷରୁ ଶ୍ରଦ୍ଧାଳୁମାନଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରଯାଇଛି।