ପାନୀୟ ଜଳର ବ୍ୟବସ୍ଥା ନ କରି ଅମୃତଧାରା ପ୍ରକଳ୍ପ ନିର୍ମାଣକୁ ନେଇ ଗ୍ରାମବାସୀ ଅସନ୍ତୁଷ୍ଟ

କେସିଙ୍ଗା,୧୨ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର କିକିଆ ପଞ୍ଚାୟତସ୍ଥିତ ଡଙ୍ଗରମୂର୍ଲି ଗ୍ରାମରେ ନବନିର୍ମିତ ଅମୃତ ଧାରାରେ ପାନୀୟଜଳର ବ୍ୟବସ୍ଥା ନ କରି ପ୍ରଥମେ ତିନି ଲକ୍ଷ ବ୍ୟୟ ଅଟକଳରେ ଅମୃତ ଧାରା ପ୍ରକଳ୍ପ ନିର୍ମାଣକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ପାନୀୟଜଳ ସମସ୍ୟାକୁ ନେଇ ଗତ ୮ ତାରିଖରେ କିକିଆ ପଞ୍ଚାୟତରେ ସରପଞ୍ଚ, ନିର୍ବାହୀ ଅଧିକାରିଣୀ, ନାଏବ ସରପଞ୍ଚଙ୍କ ସମେତ ଦୁଇ ଜଣ ଓ୍ବାର୍ଡ ସଭ୍ୟ୍‌ଙ୍କୁ ପଞ୍ଚାୟତ କାର୍ଯ୍ୟାଳୟରେ ଗ୍ରାମବାସୀ ତାଲା ଦେଇ […] The post ପାନୀୟ ଜଳର ବ୍ୟବସ୍ଥା ନ କରି ଅମୃତଧାରା ପ୍ରକଳ୍ପ ନିର୍ମାଣକୁ ନେଇ ଗ୍ରାମବାସୀ ଅସନ୍ତୁଷ୍ଟ appeared first on Dharitri Odia News.

ପାନୀୟ ଜଳର ବ୍ୟବସ୍ଥା ନ କରି ଅମୃତଧାରା ପ୍ରକଳ୍ପ ନିର୍ମାଣକୁ ନେଇ ଗ୍ରାମବାସୀ ଅସନ୍ତୁଷ୍ଟ

କେସିଙ୍ଗା,୧୨ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର କିକିଆ ପଞ୍ଚାୟତସ୍ଥିତ ଡଙ୍ଗରମୂର୍ଲି ଗ୍ରାମରେ ନବନିର୍ମିତ ଅମୃତ ଧାରାରେ ପାନୀୟଜଳର ବ୍ୟବସ୍ଥା ନ କରି ପ୍ରଥମେ ତିନି ଲକ୍ଷ ବ୍ୟୟ ଅଟକଳରେ ଅମୃତ ଧାରା ପ୍ରକଳ୍ପ ନିର୍ମାଣକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ପାନୀୟଜଳ ସମସ୍ୟାକୁ ନେଇ ଗତ ୮ ତାରିଖରେ କିକିଆ ପଞ୍ଚାୟତରେ ସରପଞ୍ଚ, ନିର୍ବାହୀ ଅଧିକାରିଣୀ, ନାଏବ ସରପଞ୍ଚଙ୍କ ସମେତ ଦୁଇ ଜଣ ଓ୍ବାର୍ଡ ସଭ୍ୟ୍‌ଙ୍କୁ ପଞ୍ଚାୟତ କାର୍ଯ୍ୟାଳୟରେ ଗ୍ରାମବାସୀ ତାଲା ଦେଇ ଆନ୍ଦୋଳନ କରିଥିଲେ। ଖବର ପାଇ କେସିଙ୍ଗା ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଆରଡବ୍ଲ୍ୟୁଏସ୍‌ଏସ୍‌ର ଉପଖଣ୍ଡ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ବୁଝାଶୁଝା ପରେ ଗ୍ରାମବାସୀ ଆନ୍ଦୋଳନରୁ ଓହରି ଯାଇଥିଲେ। ଗତ ୨୦୨୪-୨୫ରେ କିକିଆ ପଞ୍ଚାୟତ ଡଙ୍ଗର ମୂର୍ଲିଗ୍ରାମ ନିକଟରେ ଥିବା ଶୈବ ମନ୍ଦିରରେ ପରିସରରେ ଅମୃତ ଧାରା ପ୍ରକଳ୍ପ ପଞ୍ଚାୟତ ପାଣ୍ଠିରୁ ୩ ଲକ୍ଷ ବ୍ୟୟ ଅଟକଳରେ ଏକ ଅମୃତ ଧାରା ପ୍ରକଳ୍ପ ନିର୍ମାଣ କରାଯାଇଛି। କିନ୍ତୁ ପାନୀୟଜଳର ସୁବିଧା କରାଯାଇନାହିଁ। ଯାହା ଫଳରେ ଗ୍ରାମବାସୀ ତଥା ଶୈବ ମନ୍ଦିରଙ୍କୁ ଦର୍ଶନ ପାଇଁ ଆସୁଥିବା ଭକ୍ତମାନେ ଥଣ୍ଡା ପାନୀୟ ଜଳରୁ ବଞ୍ଚିତ ହେଉଛନ୍ତି। ଅଞ୍ଚଳବାସୀ ବାରମ୍ବାର ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରୁଥିଲେ ସୁଦ୍ଧା ସେମାନେ ପାଣିର ବ୍ୟବସ୍ଥା କରୁନଥିବାରୁ ଅସନ୍ତୋଷ ଦେଖାଦେଇଛି। ଏ ସଂକ୍ରାନ୍ତରେ କିକିଆ ସରପଞ୍ଚ କିଶୋର ପ୍ରଧାନଙ୍କୁ ପଚାରିବାରୁ କିଛି ଦିନ ପରେ ବୋରଓ୍ବେଲ୍‌ ଖୋଳାଯିବ, ବୋରଓ୍ବେଲ ଖୋଳିଲେ ପାନୀୟଜଳର ସଂଯୋଗ କରାଯିବ ବୋଲି ପ୍ରକାଶ କରିଥିଲେ। କିନ୍ତୁ ପ୍ରଥମେ ବୋରଓ୍ବେଲ ପରେ ଅମୃତ ଧାରା ପ୍ରକଳ୍ପ ନିର୍ମାଣ କରିବା କଥା ବୋଲି ଗ୍ରାମବାସୀ କହିଛନ୍ତି।

The post ପାନୀୟ ଜଳର ବ୍ୟବସ୍ଥା ନ କରି ଅମୃତଧାରା ପ୍ରକଳ୍ପ ନିର୍ମାଣକୁ ନେଇ ଗ୍ରାମବାସୀ ଅସନ୍ତୁଷ୍ଟ appeared first on Dharitri Odia News.