ପାପାରାଜିଙ୍କ ସହ ବର୍ଥଡେ ସେଲିବ୍ରେଟ୍ କଲେ ଆଲିଆ, କେକ୍ ଦେଖି ଇମ୍ପ୍ରେସ୍ ହୋଇଗଲେ ଅଭିନେତ୍ରୀ
ମୁମ୍ଵାଇ ୧୬।୦୩: ବଲିଉଡ୍ର ନାମୀଦାମୀ ଅଭିନେତ୍ରୀ ଆଲିଆ ଭଟ୍ଟ। ଗତକାଲି ଅର୍ଥାତ୍ ଶୁକ୍ରବାର ତାଙ୍କର ୩୧ ତମ ଜନ୍ମଦିନ ପାଳନ କରିଥିଲେ। ରଣବୀର କପୁର ତାଙ୍କ ପାଇଁ ଏକ ପାର୍ଟି ପ୍ଲାନ କରିଥିଲେ। ଯେଉଁଥିରେ ଇଶା ଅମ୍ବାନୀ , କପୁର ଏବଂ ଭଟ୍ଟ ପରିବାରର ସଦସ୍ୟଙ୍କ ସହ ଅଂଶଗ୍ରହଣ କରିଥିଲେ। ଯାହାର ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।ଏହା ବ୍ୟତୀତ ସୋସିଆଲ ମିଡିଆରେ ଅଭିନେତ୍ରୀଙ୍କ ଆଉ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଆଲିଆ ପାପାରାଜି ସହିତ କେକ୍ କାଟୁଛନ୍ତି। ଏହି କେକ୍ ଉପରେ ତାଙ୍କ ପାଇଁ ଏପରି କିଛି ଲେଖାଯାଇଥିଲା । ଯାହାକୁ ଦେଖି ଅଭିନେତ୍ରୀ ଖୁବ୍ ଖୁସି ହେବା ସହ ତାଙ୍କ ଇମୋସନାଲ ହୋଇଯାଇଥିଲେ। ଆଲିଆ ଭଟ୍ଟ ତାଙ୍କ ଜନ୍ମଦିନ ପାପାରାଜି ସହିତ ବି ସେଲିବ୍ରେଟ୍ କରିଥିଲେ। ପ୍ରକୃତରେ ପାପାରାଜି ଆଲିଆ ଭଟ୍ଟଙ୍କ ଜନ୍ମଦିନ କେକ୍ରେ 'ରାହା କି ମମି' ଲେଖିଥିଲେ । କେକ୍ କାଟିବା ପୂର୍ବରୁ ଆଲିଆ ଏକ ୱିଶ୍ ବା ଇଚ୍ଛା ମାଗିଥିଲେ ଏବଂ ମହମବତୀ ଲିଭାଇବା ପରେ ସେ କେକ୍ କାଟିଥିଲେ। ନିଜେ ଖାଇବା ସହ ସମସ୍ତଙ୍କୁ ଦେଇଥିଲେ। ଏହି ସମୟରେ ଅଭିନେତ୍ରୀଙ୍କୁ କଳା ଏବଂ ଧଳା କାଜୁଆଲ୍ ଲୁକ୍ରେ ଦେଖିବାକୁ ମିଳିଥିଲା। ସେ ଏକ କେଶକୁ ଏକ ପୋନିଟେଲରେ ବାନ୍ଧି ରଖିଥିଲେ। ବିନା ମେକ୍ଅପ୍ରେ ନଜର ଆସିଥିଲେ। ତାଙ୍କ ପ୬ଶଂସକମାନେ ଏହି ଫଟୋ ଦେଖି ତାଙ୍କର ଖୁବ୍ ପ୍ରଶଂସା କରୁଛନ୍ତି ।
ମୁମ୍ଵାଇ ୧୬।୦୩: ବଲିଉଡ୍ର ନାମୀଦାମୀ ଅଭିନେତ୍ରୀ ଆଲିଆ ଭଟ୍ଟ। ଗତକାଲି ଅର୍ଥାତ୍ ଶୁକ୍ରବାର ତାଙ୍କର ୩୧ ତମ ଜନ୍ମଦିନ ପାଳନ କରିଥିଲେ। ରଣବୀର କପୁର ତାଙ୍କ ପାଇଁ ଏକ ପାର୍ଟି ପ୍ଲାନ କରିଥିଲେ। ଯେଉଁଥିରେ ଇଶା ଅମ୍ବାନୀ , କପୁର ଏବଂ ଭଟ୍ଟ ପରିବାରର ସଦସ୍ୟଙ୍କ ସହ ଅଂଶଗ୍ରହଣ କରିଥିଲେ। ଯାହାର ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।

ଏହା ବ୍ୟତୀତ ସୋସିଆଲ ମିଡିଆରେ ଅଭିନେତ୍ରୀଙ୍କ ଆଉ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଆଲିଆ ପାପାରାଜି ସହିତ କେକ୍ କାଟୁଛନ୍ତି। ଏହି କେକ୍ ଉପରେ ତାଙ୍କ ପାଇଁ ଏପରି କିଛି ଲେଖାଯାଇଥିଲା । ଯାହାକୁ ଦେଖି ଅଭିନେତ୍ରୀ ଖୁବ୍ ଖୁସି ହେବା ସହ ତାଙ୍କ ଇମୋସନାଲ ହୋଇଯାଇଥିଲେ।

ଆଲିଆ ଭଟ୍ଟ ତାଙ୍କ ଜନ୍ମଦିନ ପାପାରାଜି ସହିତ ବି ସେଲିବ୍ରେଟ୍ କରିଥିଲେ। ପ୍ରକୃତରେ ପାପାରାଜି ଆଲିଆ ଭଟ୍ଟଙ୍କ ଜନ୍ମଦିନ କେକ୍ରେ 'ରାହା କି ମମି' ଲେଖିଥିଲେ । କେକ୍ କାଟିବା ପୂର୍ବରୁ ଆଲିଆ ଏକ ୱିଶ୍ ବା ଇଚ୍ଛା ମାଗିଥିଲେ ଏବଂ ମହମବତୀ ଲିଭାଇବା ପରେ ସେ କେକ୍ କାଟିଥିଲେ। ନିଜେ ଖାଇବା ସହ ସମସ୍ତଙ୍କୁ ଦେଇଥିଲେ। ଏହି ସମୟରେ ଅଭିନେତ୍ରୀଙ୍କୁ କଳା ଏବଂ ଧଳା କାଜୁଆଲ୍ ଲୁକ୍ରେ ଦେଖିବାକୁ ମିଳିଥିଲା। ସେ ଏକ କେଶକୁ ଏକ ପୋନିଟେଲରେ ବାନ୍ଧି ରଖିଥିଲେ। ବିନା ମେକ୍ଅପ୍ରେ ନଜର ଆସିଥିଲେ। ତାଙ୍କ ପ୬ଶଂସକମାନେ ଏହି ଫଟୋ ଦେଖି ତାଙ୍କର ଖୁବ୍ ପ୍ରଶଂସା କରୁଛନ୍ତି ।