ପାରମ୍ପରିକ ସମ୍ବଲପୁରୀ ପୋଷାକ ପିନ୍ଧି ନିଆରା ଢଙ୍ଗରେ ପାଳନ କଲେ ସମ୍ବଲପୁରୀ ଦିବସ

ବରଗଡ଼,୧ା୮(ପ୍ରେମାନନ୍ଦ ଖମାରୀ): ଗୁରୁ ସତ୍ୟ ନାରାୟଣ ବହିଦାରଙ୍କ ଜନ୍ମ ଦିବସକୁ ଶୁକ୍ରବାର ସ୍ଥାନୀୟ ରାଣା ପ୍ରତାପ ସ୍କୁଲରେ ସମ୍ବଲପୁରୀ ଦିନଭାବେ ପାଳନ କରାଯାଇଛି। ସ୍କୁଲର ଭାରତୀ ଶିଶୁ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସମ୍ପାଦିକା ଛାତ୍ରୀ ଶାଳିନୀ ସା’ଙ୍କ ସଂଯୋଜନାରେ ଓ ସଂସଦର ସଭାପତି ଛାତ୍ରୀ ଧରିତ୍ରୀ ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗୁରୁ ସତ୍ୟନାରାୟଣଙ୍କ ଜୀବନୀ ଉପରେ ଆଲୋଚନା ହୋଇଥିବା ବେଳେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ପାରମ୍ପରିକ ସମ୍ବଲପୁରୀ ବସ୍ତ୍ର ପରିଧାନର […] The post ପାରମ୍ପରିକ ସମ୍ବଲପୁରୀ ପୋଷାକ ପିନ୍ଧି ନିଆରା ଢଙ୍ଗରେ ପାଳନ କଲେ ସମ୍ବଲପୁରୀ ଦିବସ appeared first on Dharitri Odia News.

ପାରମ୍ପରିକ ସମ୍ବଲପୁରୀ ପୋଷାକ ପିନ୍ଧି ନିଆରା ଢଙ୍ଗରେ ପାଳନ କଲେ ସମ୍ବଲପୁରୀ ଦିବସ

ବରଗଡ଼,୧ା୮(ପ୍ରେମାନନ୍ଦ ଖମାରୀ): ଗୁରୁ ସତ୍ୟ ନାରାୟଣ ବହିଦାରଙ୍କ ଜନ୍ମ ଦିବସକୁ ଶୁକ୍ରବାର ସ୍ଥାନୀୟ ରାଣା ପ୍ରତାପ ସ୍କୁଲରେ ସମ୍ବଲପୁରୀ ଦିନଭାବେ ପାଳନ କରାଯାଇଛି। ସ୍କୁଲର ଭାରତୀ ଶିଶୁ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସମ୍ପାଦିକା ଛାତ୍ରୀ ଶାଳିନୀ ସା’ଙ୍କ ସଂଯୋଜନାରେ ଓ ସଂସଦର ସଭାପତି ଛାତ୍ରୀ ଧରିତ୍ରୀ ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗୁରୁ ସତ୍ୟନାରାୟଣଙ୍କ ଜୀବନୀ ଉପରେ ଆଲୋଚନା ହୋଇଥିବା ବେଳେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ପାରମ୍ପରିକ ସମ୍ବଲପୁରୀ ବସ୍ତ୍ର ପରିଧାନର ଏକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ସମେତ ସମସ୍ତ ଶିକ୍ଷୟିତ୍ରୀ, ଶିକ୍ଷକ ଓ କର୍ମଚାରୀବୃନ୍ଦ ମଧ୍ୟ ସମ୍ବଲପୁରୀ ପୋଷାକ ପରିଧାନ କରି ନିଆରା ଢଙ୍ଗରେ ସମ୍ବଲପୁରୀ ଦିନ ପାଳନରେ ସାମିଲ ହୋଇଥିଲେ।

The post ପାରମ୍ପରିକ ସମ୍ବଲପୁରୀ ପୋଷାକ ପିନ୍ଧି ନିଆରା ଢଙ୍ଗରେ ପାଳନ କଲେ ସମ୍ବଲପୁରୀ ଦିବସ appeared first on Dharitri Odia News.