ପାରଳାଖେମୁଣ୍ଡି ସ୍ଥିତ କରଣ ସାହିକୁ ଚୋରି କରିବାକୁ ଆସି ବୃଦ୍ଧାଙ୍କୁ ହତ୍ୟା
ପାରଳାଖେମୁଣ୍ଡି,୨୨ା୧(ଗରୁଡ଼ ଧ୍ୱଜ ଚୌଧୁରୀ)ଗଜପତି ଜିଲାର ସଦର ମହକୁମା ପାରଳାଖେମୁଣ୍ଡି ସହର ସ୍ଥିତ କରଣ ସାହିରେ ରବିବାର ରାତିରେ ଘରେ ଏକାକୀ ଥିବା ଜଣେ ବୃଦ୍ଧାଙ୍କୁ ହତ୍ୟା କରାଯାଇଛି। ସେ ହେଲେ ସରୋଜିନୀ ପଟ୍ଟନାୟକ(୭୦)। ଶରୀରରେ କ୍ଷତ ଚିହ୍ନ ଥିବା ଓ ଘର ସାରା ଲଙ୍କାଗୁଣ୍ଡ ପଡିଥିବାରୁ କୌଣସି ଦୁର୍ବୃତ୍ତ ଚୋରି କରିବାକୁ ଆସି ସରୋଜିନୀଙ୍କୁ ହତ୍ୟା କରିଥିବା ଜଣାପଡିଛି। ପୋଲିସ ସୋମବାର ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପାରଳାଖେମୁଣ୍ଡି ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ […] The post ପାରଳାଖେମୁଣ୍ଡି ସ୍ଥିତ କରଣ ସାହିକୁ ଚୋରି କରିବାକୁ ଆସି ବୃଦ୍ଧାଙ୍କୁ ହତ୍ୟା appeared first on Odisha.News.

ପାରଳାଖେମୁଣ୍ଡି,୨୨ା୧(ଗରୁଡ଼ ଧ୍ୱଜ ଚୌଧୁରୀ)ଗଜପତି ଜିଲାର ସଦର ମହକୁମା ପାରଳାଖେମୁଣ୍ଡି ସହର ସ୍ଥିତ କରଣ ସାହିରେ ରବିବାର ରାତିରେ ଘରେ ଏକାକୀ ଥିବା ଜଣେ ବୃଦ୍ଧାଙ୍କୁ ହତ୍ୟା କରାଯାଇଛି। ସେ ହେଲେ ସରୋଜିନୀ ପଟ୍ଟନାୟକ(୭୦)। ଶରୀରରେ କ୍ଷତ ଚିହ୍ନ ଥିବା ଓ ଘର ସାରା ଲଙ୍କାଗୁଣ୍ଡ ପଡିଥିବାରୁ କୌଣସି ଦୁର୍ବୃତ୍ତ ଚୋରି କରିବାକୁ ଆସି ସରୋଜିନୀଙ୍କୁ ହତ୍ୟା କରିଥିବା ଜଣାପଡିଛି। ପୋଲିସ ସୋମବାର ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପାରଳାଖେମୁଣ୍ଡି ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ତଦନ୍ତ ଚଳାଇଛି।ଘଟଣାରୁ ପ୍ରକାଶ ଯେ, ସରୋଜିନୀଙ୍କ ୨ ପୁଅ ଓ ଦୁଇ ଝିଅ ଅଛନ୍ତି। ଦୁଇ ପୁଅଙ୍କ ମଧ୍ୟରୁ ଜଣେ ହାଇଦ୍ରାବାଦ ଏବଂ ଅନ୍ୟ ଜଣେ ଆମେରିକାରେ ରହୁଛନ୍ତି। ଦୁଇ ଝିଅ ବିବାହିତା। ସରୋଜିନୀ ଘରେ ଏକା ରହୁଥିଲେ। ସବୁଦିନ ସେ ଭୋର ୪ଟାରେ ଉଠି ପୂଜାପାଠ କରିବା ସହ ମନ୍ଦିରକୁ ଯାଇଥାନ୍ତି। ସୋମବାର ସକାଳେ ତାଙ୍କୁ ସାହିଲୋକେ ନ ଦେଖି ସନ୍ଦେହରେ ଘର କବାଟ ବାଡ଼େଇଥିଲେ। ବହୁ ସମୟ ପର୍ଯ୍ୟନ୍ତ କୌଣସି ଉତ୍ତର ନ ମିଳିବାରୁ କବାଟ ଭାଙ୍ଗି ଭିତରକୁ ଯିବାରେ ଖଟରେ ମୃତଦେହ ପଡିଥିବା ଦେଖାଯାଇଥିଲା। ସାହିଲୋକେ ଏ ନେଇ ପାରଳାଖେମୁଣ୍ଡି ପୋଲିସକୁ ଖବର ଦେଇଥିଲେ। ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ପ୍ରଶାନ୍ତ ଭୂପତି ସାଇଣ୍ଟିଫିକ ଟିମ ସହ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଘରସାରା ଲଙ୍କାଗୁଣ୍ଡ ପଡିଥିବା, ସରୋଜିନୀଙ୍କ ଶରୀରରେ କ୍ଷତ ହୋଇଥିବା ଓ ଆଲମିରା ଖୋଲା ଥିବାରୁ କେହି ଚୋରି କରିବାକୁ ଆସି ହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି। ଏ ନେଇ ୨୦/୨୪ରେ ଏକ ମାମଲା ରୁଜୁ କରାଯାଇଛି। ସରୋଜିନୀଙ୍କ ସାନ ଝିଅ ଆସି ଘରେ ପହଞ୍ଚିଥିବା ବେଳେ ବାହାରେ ରହୁଥିବା ପୁଅ ଝିଅଙ୍କୁ ପୋଲିସ ଖବର କରିଛି । ସେମାନେ ମଙ୍ଗଳବାର ସୁଦ୍ଧା ପହଞ୍ଚିବା ପରେ ଘରୁ କ’ଣ ସବୁ ଚୋରି ହୋଇଛି ତାହା ସ୍ପଷ୍ଟ ହେବ ବୋଲି ପୋଲିସ କହିଛି l
The post ପାରଳାଖେମୁଣ୍ଡି ସ୍ଥିତ କରଣ ସାହିକୁ ଚୋରି କରିବାକୁ ଆସି ବୃଦ୍ଧାଙ୍କୁ ହତ୍ୟା appeared first on Odisha.News.