ପାରଳାଖେମୁଣ୍ଡିରେ ବିଜେଡି ପ୍ରାର୍ଥୀ ରୂପେଶ, ମୋହନାରେ ଦାସୁରଥୀ ବିଜୟୀ
ପାରଳାଖେମୁଣ୍ଡି,୪।୬ (ଗିରିଧାରୀ ପରିଛା): ଗଜପତି ଜିଲାର ପାରଳାଖେମୁଣ୍ଡି ବିଧାନସଭା ଆସନରୁ ବିଜେଡି ଦଳର ପ୍ରାର୍ଥୀ ଇଂ.ରୂପେଶ କୁମାର ପାଣିଗ୍ରାହୀ ବିଜୟଲାଭ କରିଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ଭାଜପା ଦଳ ପ୍ରାର୍ଥୀ କେ. ନାରାୟଣ ରାଓଙ୍କୁ ୪୧୧୫ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି। ଇଂ. ରୂପେଶ କୁମାର ପାଣିଗ୍ରାହୀ ମୋଟ ୫୫୧୨୫ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ କେ.ନାରାୟଣ ରାଓ ୫୧୦୧୯ ଖଣ୍ଡ ଭୋଟ ପାଇଛନ୍ତି। ୨୭୬ ବୁଥର ମୋଟ ୨୮ […] The post ପାରଳାଖେମୁଣ୍ଡିରେ ବିଜେଡି ପ୍ରାର୍ଥୀ ରୂପେଶ, ମୋହନାରେ ଦାସୁରଥୀ ବିଜୟୀ appeared first on Dharitri Odia News.
ପାରଳାଖେମୁଣ୍ଡି,୪।୬ (ଗିରିଧାରୀ ପରିଛା): ଗଜପତି ଜିଲାର ପାରଳାଖେମୁଣ୍ଡି ବିଧାନସଭା ଆସନରୁ ବିଜେଡି ଦଳର ପ୍ରାର୍ଥୀ ଇଂ.ରୂପେଶ କୁମାର ପାଣିଗ୍ରାହୀ ବିଜୟଲାଭ କରିଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ଭାଜପା ଦଳ ପ୍ରାର୍ଥୀ କେ. ନାରାୟଣ ରାଓଙ୍କୁ ୪୧୧୫ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି। ଇଂ. ରୂପେଶ କୁମାର ପାଣିଗ୍ରାହୀ ମୋଟ ୫୫୧୨୫ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ କେ.ନାରାୟଣ ରାଓ ୫୧୦୧୯ ଖଣ୍ଡ ଭୋଟ ପାଇଛନ୍ତି। ୨୭୬ ବୁଥର ମୋଟ ୨୮ ଗୋଟି ରାଉଣ୍ଡରେ ଗଣତି ହୋଇଥିଲା ।
ସେହିପରି ମୋହନା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ବିଧାୟକ ପାର୍ଥୀ ଦାସୁରଥୀ ଗମାଙ୍ଗ ୬୧,୮୧୮ ଖଣ୍ଡ ଭୋଟ ପାଇ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ପ୍ରଶାନ୍ତ କୁମାର ମଲ୍ଲିକଙ୍କଠାରୁ ୪୨୮୧ଖଣ୍ଡ ଅଧିକା ଭୋଟ ପାଇ ବିଜୟ ଲାଭ କରିଛନ୍ତି। ଭାଜପା ପାର୍ଥୀ ମଲ୍ଲିକ ୫୭୫୩୭ ଖଣ୍ଡ ଭୋଟ ପାଇଛନ୍ତି।
The post ପାରଳାଖେମୁଣ୍ଡିରେ ବିଜେଡି ପ୍ରାର୍ଥୀ ରୂପେଶ, ମୋହନାରେ ଦାସୁରଥୀ ବିଜୟୀ appeared first on Dharitri Odia News.