ପାରାଦୀପ ସମୁଦ୍ରରେ ଅଘଟଣ : ଆଖି ସାମ୍ନାରେ ଭାସି ଯାଉଥିଲେ ସାଙ୍ଗ, କିଛି କରିପାରିଲେ ନାହିଁ
ପାରାଦୀପ ୭।୬: ଇଦ୍ ପାଳିବା ପାଇଁ ଆସିଥିଲେ ପାରାଦୀପ । ୭ ଜଣ ସାଙ୍ଗ ସମୁଦ୍ରର ଲହଡିରେ ମଜାମସ୍ତି କରୁଥିଲେ । ହଠାତ୍ ଆସିଲା ଏକ ବଡ଼ ଲହଡ଼ି ଏବଂ ଜଣେ ଛାତ୍ରକୁ ଟାଣିନେଲା । ନିଜ ଆଖି ସାମ୍ନାରେ ସାଙ୍ଗ ଭାସି ଯାଉଥିଲେ ମଧ୍ୟ କିଛି କରିପାରିଲେ ନାହିଁ । ପାରାଦୀପ ବାଲିଯାତ୍ରା ପଡ଼ିଆ ନିକଟସ୍ଥ ସମୁଦ୍ରରେ ଘଟିଛି ଏଭଳି ଅଭାବନୀୟ ଘଟଣା । ୭ ଜଣ ଛାତ୍ର ଗାଧୋଇବା ବେଳେ ଜଣେ ଭାସିଯାଇ ନିଖୋଜ ହୋଇଛନ୍ତି । ସେମାନେ କେନ୍ଦ୍ରାପଡା ସ୍ବୟଂ ଶାସିତ କଲେଜର ଛାତ୍ର ବୋଲି ସୂଚନା ମିଳିଛି । ପାରାଦୀପ ବନ୍ଦର ସିଆଇଏସଏଫ ଓ କୁଜଙ୍ଗ ଅଗ୍ନିଶମ ବିଭାଗ ପକ୍ଷରୁ ପକ୍ଷରୁ ଖୋଜାଖୋଜି ଜାରି ରହିଥିଲେ ମଧ୍ୟ ନିଖୋଜ ଯୁବକଙ୍କ କୌଣସି ସନ୍ଧାନ ମିଳିନାହିଁ । ନିଖୋଜ ଯୁବକ ଜଣଙ୍କ କେନ୍ଦ୍ରାପଡା ଜିଲ୍ଲା ଜୟପୁରା ଗ୍ରାମର ସେକ୍ ଅମନ୍ ଉଲ୍ଲା । ପରିବାରକୁ ଖବର ଦିଆଯାଇଥିବା ବେଳେ, ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ନାହାନ୍ତି । ତେବେ ପାରାଦୀପ ସମୁଦ୍ର କୂଳରେ ଗାଧୋଇବା ପାଇଁ ସବୁବେଳେ ବାରଣ କରାଯାଇଥାଏ ଏବଂ ଏଥିପାଇଁ ବିଭିନ୍ନ ସ୍ଥାନରେ ବୋର୍ଡ ମଧ୍ୟ ମରାଯାଇଛି । କାରଣ ଏଠାରେ ସମୁଦ୍ର ଅଧିକ ଗଭୀର ଥିବାବେଳେ ଅଧିକ କରେଣ୍ଟ ରହିଥାଏ । ମାତ୍ର ଏହାକୁ କେହି ମାନୁ ନଥିବାରୁ ବାରମ୍ବାର ଏହିଭଳି ଅଘଟଣ ଘଟୁଛି ।You Can Read:ବାରୁଦ ଗୋଦାମ ମାଲିକ ଶ୍ରବଣ ଅଗ୍ରଓ୍ବାଲ ଏବଂ ପତ୍ନୀଙ୍କୁ ମୁହାଁମୁହିଁ ଜେରା, ପ୍ରାୟ ୩୦ରୁ ଉର୍ଦ୍ଧ୍ବ ପ୍ରଶ୍ନ ପଚାରିଲା S
ପାରାଦୀପ ୭।୬: ଇଦ୍ ପାଳିବା ପାଇଁ ଆସିଥିଲେ ପାରାଦୀପ । ୭ ଜଣ ସାଙ୍ଗ ସମୁଦ୍ରର ଲହଡିରେ ମଜାମସ୍ତି କରୁଥିଲେ । ହଠାତ୍ ଆସିଲା ଏକ ବଡ଼ ଲହଡ଼ି ଏବଂ ଜଣେ ଛାତ୍ରକୁ ଟାଣିନେଲା । ନିଜ ଆଖି ସାମ୍ନାରେ ସାଙ୍ଗ ଭାସି ଯାଉଥିଲେ ମଧ୍ୟ କିଛି କରିପାରିଲେ ନାହିଁ ।
ପାରାଦୀପ ବାଲିଯାତ୍ରା ପଡ଼ିଆ ନିକଟସ୍ଥ ସମୁଦ୍ରରେ ଘଟିଛି ଏଭଳି ଅଭାବନୀୟ ଘଟଣା । ୭ ଜଣ ଛାତ୍ର ଗାଧୋଇବା ବେଳେ ଜଣେ ଭାସିଯାଇ ନିଖୋଜ ହୋଇଛନ୍ତି । ସେମାନେ କେନ୍ଦ୍ରାପଡା ସ୍ବୟଂ ଶାସିତ କଲେଜର ଛାତ୍ର ବୋଲି ସୂଚନା ମିଳିଛି । ପାରାଦୀପ ବନ୍ଦର ସିଆଇଏସଏଫ ଓ କୁଜଙ୍ଗ ଅଗ୍ନିଶମ ବିଭାଗ ପକ୍ଷରୁ ପକ୍ଷରୁ ଖୋଜାଖୋଜି ଜାରି ରହିଥିଲେ ମଧ୍ୟ ନିଖୋଜ ଯୁବକଙ୍କ କୌଣସି ସନ୍ଧାନ ମିଳିନାହିଁ । ନିଖୋଜ ଯୁବକ ଜଣଙ୍କ କେନ୍ଦ୍ରାପଡା ଜିଲ୍ଲା ଜୟପୁରା ଗ୍ରାମର ସେକ୍ ଅମନ୍ ଉଲ୍ଲା । ପରିବାରକୁ ଖବର ଦିଆଯାଇଥିବା ବେଳେ, ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ନାହାନ୍ତି ।
ତେବେ ପାରାଦୀପ ସମୁଦ୍ର କୂଳରେ ଗାଧୋଇବା ପାଇଁ ସବୁବେଳେ ବାରଣ କରାଯାଇଥାଏ ଏବଂ ଏଥିପାଇଁ ବିଭିନ୍ନ ସ୍ଥାନରେ ବୋର୍ଡ ମଧ୍ୟ ମରାଯାଇଛି । କାରଣ ଏଠାରେ ସମୁଦ୍ର ଅଧିକ ଗଭୀର ଥିବାବେଳେ ଅଧିକ କରେଣ୍ଟ ରହିଥାଏ । ମାତ୍ର ଏହାକୁ କେହି ମାନୁ ନଥିବାରୁ ବାରମ୍ବାର ଏହିଭଳି ଅଘଟଣ ଘଟୁଛି ।
You Can Read: