ପାରାଦୀପରୁ ଲଢ଼ିବେ ଗୀତାଞ୍ଜଳି ରାଉତରାୟ, ସମ୍ବିତଙ୍କୁ ମିଳିଲାନି ଟିକେଟ୍
ଭୁବନେଶ୍ୱର,୧୧।୪: ଗୁରୁବାର ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏଥିରେ ପାରାଦୀପ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି ଦଳ। ବର୍ତମାନର ବିଧାୟକ ସମ୍ବିତ ରାଉତରାୟଙ୍କ ସ୍ତ୍ରୀ ଗୀତାଞ୍ଜଳି ରାଉତରାୟଙ୍କୁ ପ୍ରାର୍ଥୀ କରିଛି। ଅର୍ଥାତ ସମ୍ବିତଙ୍କ ଉପରେ ପାର୍ଟି ଭରସା ନ କରି ତାଙ୍କ ସ୍ତ୍ରୀଙ୍କୁ ଟିକେଟ ଦେଇଛି। ଗୀତାଞ୍ଜଳି ଭେଟେରାନ ନେତା ସ୍ୱର୍ଗତ ଦାମୋଦର ରାଉତଙ୍କ ବୋହୂ। ଗଲା କିଛି ଦିନ ହେବ ସେ ବିଧାନସଭା ମଣ୍ଡଳୀର ବିଭିନ୍ନ […] The post ପାରାଦୀପରୁ ଲଢ଼ିବେ ଗୀତାଞ୍ଜଳି ରାଉତରାୟ, ସମ୍ବିତଙ୍କୁ ମିଳିଲାନି ଟିକେଟ୍ appeared first on Dharitri Odia News.
ଭୁବନେଶ୍ୱର,୧୧।୪: ଗୁରୁବାର ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏଥିରେ ପାରାଦୀପ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି ଦଳ। ବର୍ତମାନର ବିଧାୟକ ସମ୍ବିତ ରାଉତରାୟଙ୍କ ସ୍ତ୍ରୀ ଗୀତାଞ୍ଜଳି ରାଉତରାୟଙ୍କୁ ପ୍ରାର୍ଥୀ କରିଛି। ଅର୍ଥାତ ସମ୍ବିତଙ୍କ ଉପରେ ପାର୍ଟି ଭରସା ନ କରି ତାଙ୍କ ସ୍ତ୍ରୀଙ୍କୁ ଟିକେଟ ଦେଇଛି।
ଗୀତାଞ୍ଜଳି ଭେଟେରାନ ନେତା ସ୍ୱର୍ଗତ ଦାମୋଦର ରାଉତଙ୍କ ବୋହୂ। ଗଲା କିଛି ଦିନ ହେବ ସେ ବିଧାନସଭା ମଣ୍ଡଳୀର ବିଭିନ୍ନ ସ୍ଥାନ ବୁଲି ନିଜ ପାଇଁ ସମର୍ଥନ ଯୋଗାଡ କରୁଥିଲେ। ନିକଟ ଅତୀତରେ ସମ୍ବିତ ଭିନ୍ନ ଭିନ୍ନ ଗୋଷ୍ଠୀର କଡ଼ା ପ୍ରତିରୋଧର ସମ୍ମୁଖୀନ ହୋଇଥିଲେ ଏବଂ ପରିସ୍ଥିତିକୁ ଦୂର କରିବା ପାଇଁ ଦଳ ଏବେ ତାଙ୍କ ସ୍ତ୍ରୀଙ୍କୁ ଟିକେଟ ଦେଇଛି।
କିଛିଦିନ ତଳେ କୁଜାଙ୍ଗରେ ଡ଼କାଯାଇଥିବା ବୈଠକରେ ସମ୍ବିତଙ୍କ ସମର୍ଥନରେ ଅନେକ ସ୍ଥାନୀୟ ନେତା ଏକଜୁଟ ହୋଇଥିଲେ। ଏଠାରେ ପାର୍ଟି କର୍ମୀଙ୍କୁ ସମ୍ବୋଧିତ କରି ଗୀତାଞ୍ଜଳି କହିଥିଲେ ଯେ ମୁଁ ଦାମୋଦର ରାଉତଙ୍କ ବୋହୂ ଏବଂ ମୋର ଶ୍ୱଶୁରଙ୍କ ସ୍ୱପ୍ନକୁ ସାକାର କରିବାକୁ ପ୍ରତିଶ୍ରୁତିବଦ୍ଧ, ଯିଏ ପାରାଦୀପ, କୁଜଙ୍ଗ ଏବଂ ଏରସାମା ବିକାଶ ପାଇଁ ସାରା ଜୀବନ କାମ କରିଥିଲେ।
ତେବେ ୨୦୧୯ ନିର୍ବାଚନରେ ପାରାଦୀପ ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ବାପି ସର୍ଖେଲ ଏବେ ବିଜେଡିରେ ଯୋଗ ଦେଇଛନ୍ତି । ତେବେ ସେ ଗୀତନୁଜାଲିଙ୍କୁ ତାଙ୍କର ସମର୍ଥନ ଦେବେ ନା ନାହିଁ ତାହା ଦେଖିବା ବାକି ରହିଲା।
The post ପାରାଦୀପରୁ ଲଢ଼ିବେ ଗୀତାଞ୍ଜଳି ରାଉତରାୟ, ସମ୍ବିତଙ୍କୁ ମିଳିଲାନି ଟିକେଟ୍ appeared first on Dharitri Odia News.