ପାରାଦୀପରେ ଜଳାଭାବ: ଫାଇଦା ଉଠାଉଛନ୍ତି ଚୋରା ବ୍ୟବସାୟୀ
ପାରାଦୀପ,୨୧।୪(ଶରତ ରାଉତ):ପାରାଦୀପ ବନ୍ଦର ସହରରେ ଏବେ ପାନୀୟ ଜଳ ସଙ୍କଟ ଲାଗି ରହିଛି। ତାଳଦଣ୍ଡା କେନାଲରେ ପାଣି ଯୋଗାଣ ବନ୍ଦ ଯୋଗୁ ଏପରି ହୋଇଛି। ଏହାର ଫାଇଦା ଉଠାଉଛନ୍ତି ପାଣି ବ୍ୟବସାୟୀ। ପ୍ରାୟ ୧୨ଟି ଜାଗାରେ ଭୂତଳ ଜଳକୁ ଉତ୍ତୋଳନ କରି ତାକୁ ବଟଲିଂ କରି ଖୋଲାରେ ବିକ୍ରି କରାଯାଉଛି। ଏବେ ଦିନ ତମାମ ସହରର ଯେକୌଣସି ସ୍ଥାନରେ ପାଣି ଗାଡ଼ି ବୋଝେଇ ହୋଇ ଯାତାୟାତ କରୁଥିବା ଦେଖିବାକୁ ମିଳିଛି। କିନ୍ତୁ ଉକ୍ତ ପାଣି ଉତ୍ତୋଳନଠାରୁ ଆରମ୍ଭ […] The post ପାରାଦୀପରେ ଜଳାଭାବ: ଫାଇଦା ଉଠାଉଛନ୍ତି ଚୋରା ବ୍ୟବସାୟୀ appeared first on Dharitri Odia News.
ପାରାଦୀପ,୨୧।୪(ଶରତ ରାଉତ):ପାରାଦୀପ ବନ୍ଦର ସହରରେ ଏବେ ପାନୀୟ ଜଳ ସଙ୍କଟ ଲାଗି ରହିଛି। ତାଳଦଣ୍ଡା କେନାଲରେ ପାଣି ଯୋଗାଣ ବନ୍ଦ ଯୋଗୁ ଏପରି ହୋଇଛି। ଏହାର ଫାଇଦା ଉଠାଉଛନ୍ତି ପାଣି ବ୍ୟବସାୟୀ। ପ୍ରାୟ ୧୨ଟି ଜାଗାରେ ଭୂତଳ ଜଳକୁ ଉତ୍ତୋଳନ କରି ତାକୁ ବଟଲିଂ କରି ଖୋଲାରେ ବିକ୍ରି କରାଯାଉଛି। ଏବେ ଦିନ ତମାମ ସହରର ଯେକୌଣସି ସ୍ଥାନରେ ପାଣି ଗାଡ଼ି ବୋଝେଇ ହୋଇ ଯାତାୟାତ କରୁଥିବା ଦେଖିବାକୁ ମିଳିଛି। କିନ୍ତୁ ଉକ୍ତ ପାଣି ଉତ୍ତୋଳନଠାରୁ ଆରମ୍ଭ କରି ପରୀକ୍ଷା କରିବା ପର୍ଯ୍ୟନ୍ତ କୌଣସି ଖବର ଜିଲା ପ୍ରଶାସନ ପାଖରେ ନ ଥିବା ଜଣାପଡିଛି। ପାଣିର ମାନ, ଗୁଣବତ୍ତା କିପରି ରହିଛି ତା’ମଧ୍ୟ ଯାଞ୍ଚ ହେଉନାହିଁ। ୪୦ ଲିଟର ବାଲା ବଟଲ୍ର ଏବେ ଅଧିକ ଚାହିଦା ରହିଛି। ପ୍ରାୟ ସବୁ ଘରେ ଏହି ପାଣି ପହଞ୍ଚୁଛି। ବିନା ଯାଞ୍ଚ ଓ ସ୍ବୀକୃତିରେ ବିକ୍ରି ହେଉଥିବା ଏପରି ପାନୀୟ ଜଳ ସମ୍ପର୍କରେ ପାରାଦୀପ ଖାଦ୍ୟ ସୁରକ୍ଷା ନିରୀକ୍ଷକ ପ୍ରୀତିଶ ଦାସଙ୍କୁ ପଚାରିଲେ କୁହନ୍ତି, ଆମେ ଖବରପାଇ କେତେକ ଜାଗାକୁ ଯାଞ୍ଚ ପାଇଁ ଯାଇଥିଲୁ। ସେମାନେ ଘର ବନ୍ଦ କରି ପଳାଇଥିଲେ। ଏପରିକି ଆମେ ସରକାରୀ ନୋଟିସ ଉକ୍ତ ପାଣି ବିକ୍ରି ଜାଗାରେ ଲଗାଇବା ପରେ ମଧ୍ୟ ସେମାନେ ମାନୁନାହାନ୍ତି। ଆମ ପାଖରେ ସଂଶାଧନ ନ ଥିବାରୁ ସବୁବେଳେ ଯାଇ ଯାଞ୍ଚ କରିବା ସମ୍ଭବ ହେଉନାହିଁ। ଏପରି ପାଣି ସ୍ବାସ୍ଥ୍ୟ ପାଇଁ ହାନିକାରକ ବୋଲି ସେ ସ୍ବୀକାର କରିଛନ୍ତି। ପାରାଦୀପରେ ମାତ୍ର ଗୋଟିଏ ସଂସ୍ଥା ପାଣି ବିକ୍ରି ପାଇଁ ସରକାରୀ ସ୍ବୀକୃତି ପାଇଛି। ତାହା ପାରାଦୀପଗଡ ପଞ୍ଚାୟତ ନିମିଢି ଗ୍ରାମରେ ରହିଛି। ଏହାବାଦ୍ ଷଣ୍ଢକୁଦ ବସ୍ତିରେ ପ୍ରାୟ ୪ଟି ବଟଲିଂ ସିଷ୍ଟମ ରହିଛି। ତେଲୁଗୁ ସମ୍ପ୍ରଦାୟର ଲୋକମାନେ ଏହାକୁ ପରିଚାଳନା କରୁଥିବା ଜଣାପଡ଼ିଛି। ପାଣି ବଜାରରେ ବିକୁଥିବା ଏମ୍ ଗୋପୀଙ୍କୁ ଲାଇସେନ୍ସ ସମ୍ପର୍କରେ ପଚାରିଲେ କହିଥିଲେ, ଆମେ ଭାଇଜାଗରୁ ପରମିଶନ ଆଣିଛୁ। ସେହିପରି ବିଜୟଚନ୍ଦ୍ରପୁର, ଅଠରବାଙ୍କି ଅଞ୍ଚଳରେ ମଧ୍ୟ ବହୁଳ ଭାବେ ପାଣି ବ୍ୟବସାୟ ଚାଲିଛି। ଏ ସମ୍ପର୍କରେ ଜିଲା ସ୍ବାସ୍ଥ୍ୟ ଅଧିକାରୀ କ୍ଷେତ୍ରବାସୀ ଦାସଙ୍କୁ ପଚାରିଲେ,ଆମ ପାଖରେ କୌଣସି ସୂଚନା ନାହିଁ। ଆପଣ ବିଧିବଦ୍ଧ ଭାବେ ଲିଖିତ ଅଭିଯୋଗ କରିବା ପରେ ଆମେ ପଦକ୍ଷେପ ନେବୁ। ପାନୀୟ ଜଳ ଅଭାବ ଓ କଳାବଜାର ସମ୍ପର୍କରେ ପାରାଦୀପ ବିଧାୟକ ସମ୍ବିତ ରାଉତରାୟଙ୍କୁ ପଚାରିଲେ କୁହନ୍ତି, ସରକାର କୁଜଙ୍ଗ ଚୌଧୁରୀଗଡ଼ାଠାରେ ବ୍ୟାରେଜ କରିବା ପାଇଁ ଗତବର୍ଷ ଘୋଷଣା କରିଛନ୍ତି। ନିର୍ବାଚନ ପରେ ସେହି କାମ ଆରମ୍ଭ ହେବ। ଆଉ ବର୍ଷେ ଦୁଇବର୍ଷ ମଧ୍ୟରେ ପାରାଦୀପରେ ଆଉ ଜଳାଭାବ ରହିବ ନାହିଁ।
The post ପାରାଦୀପରେ ଜଳାଭାବ: ଫାଇଦା ଉଠାଉଛନ୍ତି ଚୋରା ବ୍ୟବସାୟୀ appeared first on Dharitri Odia News.