ପାରାଦୀପରେ ୨ ଦିନିଆ ସମରଭ୍ୟାସ ସାଗର କବଚ, ଆତଙ୍କବାଦୀ ଆକ୍ରମଣ ଓ ଅନୁପ୍ରବେଶ ନେଇ କଳାକୌଶଳ ପ୍ରଦର୍ଶନ
ପାରାଦୀପ ୨୦।୦୩: ପାରାଦୀପରେ ଦୁଇ ଦିନିଆ ମିଳିତ ସମରାଭ୍ଯାସ ସାଗର କବଚ-୧ ଆରମ୍ଭ ହୋଇଛି ।୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ଉପକୂଳର ସୁରକ୍ଷା ପାଇଁ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ତରଫରୁ ପ୍ରତି ବର୍ଷ ଦୁଇଥର ଆୟୋଜିତ ହେଉଛି ଏହି ମିଳିତ ସମରାଭ୍ୟାସ ସାଗର କବଚ।ତେବେ ଏହି ମିଳିତ ସମରାଭ୍ୟାସରେ ଜଳପଥରେ ହେଉଥିବା ଆତଙ୍କବାଦୀ ଆକ୍ରମଣ ଓ ଅନୁପ୍ରବେଶକାରୀଙ୍କୁ କିପରି ପ୍ରତିରୋଧ କରାଯାଇପାରିବ ଏହାର ସମସ୍ତ କଳାକୌଳ ପ୍ରଦର୍ଶନ କରିବେ ୧୮ ରୁ ଅଧିକ ବିଭାଗ। ଗଭୀର ସମୁଦ୍ରରେ ଇଣ୍ଡିଆନ ନ୍ୟାଭି, କୂଳରେ କୋଷ୍ଟଗାର୍ଡ , ମେରାଇନ ପୋଲିସ ଓ ମତ୍ସ୍ୟ ବିଭାଗ ପଇଁତରା ମାରିବା ସହିତ ଅନ୍ୟ ବିଭାଗ ଗୁଡିକ ସ୍ଥଳଭାଗରେ ଉପକୂଳକୁ ସୁରକ୍ଷା ଯୋଗାଉଛନ୍ତି। ୧୮ରୁ ଅଧିକ ବିଭାଗକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଗୋଟିଏ ବିଭାଗ ରେଡ୍ ଟିମ ଆତଙ୍କବାଦୀ ରୂପରେ ଜଳପଥରୁ ଆସି ସ୍ଥଳପଥରେ ଆକ୍ରମଣ କରିବାକୁ ଯୋଜନା କରିବେ ଏବଂ ଏହାକୁ ଆଉ ଗୋଟିଏ ବ୍ଲୁ ଟିମ ସ୍ଥଳଭାଗରେ ପ୍ରତିରୋଧ କରିବା ସହ ଆକ୍ରମଣ ଉଦ୍ୟମକୁ ପଣ୍ଡ କରିବେ । ଚଳିତବର୍ଷ କମ୍ପାଇଣ୍ଡ କୋଷ୍ଟାଲ ଏକ୍ସରସାଇଜ ସାଗର କବଚ -୧ କାଯ୍ୟକ୍ରମରେ ଭାଗ ନେଉଛନ୍ତି ଇଣ୍ଡିଆନ ନ୍ୟାଭି, କୋଷ୍ଟଗାର୍ଡ, CISF, ମତ୍ସ୍ୟବିଭାଗ, ମେରାଇନ ପୋଲିସ, କଷ୍ଟମ ବିଭାଗ, ଅଗ୍ନିଶମ ବିଭାଗ ଓ ଓଡିଶା ପୋଲିସ , ବନ ବିଭାଗ, ପାରାଦୀପ ବନ୍ଦର ଭଳି ୧୮ରୁ ଅଧିକ ବିଭାଗ ।
ପାରାଦୀପ ୨୦।୦୩: ପାରାଦୀପରେ ଦୁଇ ଦିନିଆ ମିଳିତ ସମରାଭ୍ଯାସ ସାଗର କବଚ-୧ ଆରମ୍ଭ ହୋଇଛି ।୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ଉପକୂଳର ସୁରକ୍ଷା ପାଇଁ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ତରଫରୁ ପ୍ରତି ବର୍ଷ ଦୁଇଥର ଆୟୋଜିତ ହେଉଛି ଏହି ମିଳିତ ସମରାଭ୍ୟାସ ସାଗର କବଚ।
ତେବେ ଏହି ମିଳିତ ସମରାଭ୍ୟାସରେ ଜଳପଥରେ ହେଉଥିବା ଆତଙ୍କବାଦୀ ଆକ୍ରମଣ ଓ ଅନୁପ୍ରବେଶକାରୀଙ୍କୁ କିପରି ପ୍ରତିରୋଧ କରାଯାଇପାରିବ ଏହାର ସମସ୍ତ କଳାକୌଳ ପ୍ରଦର୍ଶନ କରିବେ ୧୮ ରୁ ଅଧିକ ବିଭାଗ। ଗଭୀର ସମୁଦ୍ରରେ ଇଣ୍ଡିଆନ ନ୍ୟାଭି, କୂଳରେ କୋଷ୍ଟଗାର୍ଡ , ମେରାଇନ ପୋଲିସ ଓ ମତ୍ସ୍ୟ ବିଭାଗ ପଇଁତରା ମାରିବା ସହିତ ଅନ୍ୟ ବିଭାଗ ଗୁଡିକ ସ୍ଥଳଭାଗରେ ଉପକୂଳକୁ ସୁରକ୍ଷା ଯୋଗାଉଛନ୍ତି। ୧୮ରୁ ଅଧିକ ବିଭାଗକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଗୋଟିଏ ବିଭାଗ ରେଡ୍ ଟିମ ଆତଙ୍କବାଦୀ ରୂପରେ ଜଳପଥରୁ ଆସି ସ୍ଥଳପଥରେ ଆକ୍ରମଣ କରିବାକୁ ଯୋଜନା କରିବେ ଏବଂ ଏହାକୁ ଆଉ ଗୋଟିଏ ବ୍ଲୁ ଟିମ ସ୍ଥଳଭାଗରେ ପ୍ରତିରୋଧ କରିବା ସହ ଆକ୍ରମଣ ଉଦ୍ୟମକୁ ପଣ୍ଡ କରିବେ ।
ଚଳିତବର୍ଷ କମ୍ପାଇଣ୍ଡ କୋଷ୍ଟାଲ ଏକ୍ସରସାଇଜ ସାଗର କବଚ -୧ କାଯ୍ୟକ୍ରମରେ ଭାଗ ନେଉଛନ୍ତି ଇଣ୍ଡିଆନ ନ୍ୟାଭି, କୋଷ୍ଟଗାର୍ଡ, CISF, ମତ୍ସ୍ୟବିଭାଗ, ମେରାଇନ ପୋଲିସ, କଷ୍ଟମ ବିଭାଗ, ଅଗ୍ନିଶମ ବିଭାଗ ଓ ଓଡିଶା ପୋଲିସ , ବନ ବିଭାଗ, ପାରାଦୀପ ବନ୍ଦର ଭଳି ୧୮ରୁ ଅଧିକ ବିଭାଗ ।