ପାରାଦ୍ବୀପ କୋଷ୍ଟଗାର୍ଡର ସାହସିକତା, ୧୧ ଜଣ ନାବିକ ଉଦ୍ଧାର
ପାରାଦ୍ବୀପ: ପାରାଦ୍ବୀପ କୋଷ୍ଟଗାର୍ଡର ସାହସିକ ଓ ତତ୍କାଳ ପଦକ୍ଷେପ ଯୋଗୁ ସମୁଦ୍ର ଗର୍ଭରେ ବୁଡ଼ି ଯାଉଥିବା ଏକ ଜାହାଜର ୧୧... The post ପାରାଦ୍ବୀପ କୋଷ୍ଟଗାର୍ଡର ସାହସିକତା, ୧୧ ଜଣ ନାବିକ ଉଦ୍ଧାର appeared first on .
ପାରାଦ୍ବୀପ: ପାରାଦ୍ବୀପ କୋଷ୍ଟଗାର୍ଡର ସାହସିକ ଓ ତତ୍କାଳ ପଦକ୍ଷେପ ଯୋଗୁ ସମୁଦ୍ର ଗର୍ଭରେ ବୁଡ଼ି ଯାଉଥିବା ଏକ ଜାହାଜର ୧୧ ଜଣ ନାବିକଙ୍କୁ ଉଦ୍ଧାର କରାଯାଇଛି। ଏବେବି ଜାହାଜର ତିନିଜଣ ନାବିକ ନିଖୋଜ ରହିଛନ୍ତି । ଉଦ୍ଧାର ହୋଇଥିବା ୧୧ ଜଣଙ୍କୁ ପାରାଦୀପ ସ୍ଥିତ କୋଷ୍ଟଗାର୍ଡ ହେଡକ୍ବାର୍ଟର୍ସରେ ଛଡ଼ାଯାଇଛି। କୋଷ୍ଟଗାର୍ଡର ସ୍ବତନ୍ତ୍ର ଟିମର ରେସକ୍ୟୁ ଅପରେସନ ଜାରି ରହିଛି। କୋଲକାତାରୁ ପୋର୍ଟବ୍ଲେୟର ଅଭିମୁଖେ ଯାଉଥିବା ଏମଭି ଆଇଟିଟି ପୁମା ନାମକ ଜାହାଜ ମଝି ସମୁଦ୍ରରେ ବୁଡ଼ି ଯାଇଥିଲା। ସାଗର ଦ୍ବୀପରୁ ଦକ୍ଷିଣରେ ସମୁଦ୍ର ମଧ୍ୟରେ ୯୦ ନଟିକାଲ ମାଇଲ ଦୂରରେ ଏହି ଘଟଣା ଘଟିଥିଲା। ଭାରତୀୟ ତଟରକ୍ଷୀ ବାହିନୀର ଯବାନମାନେ ଅଶାନ୍ତ ସମୁଦ୍ର ମଧ୍ୟରେ ଅକ୍ଳାନ୍ତ ପରିଶ୍ରମ କରି ସମସ୍ତ ୧୧ଜଣ ଯାତ୍ରୀଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ। ତେବେ ଉଦ୍ଧାର ନାବିକଙ୍କ ସୂଚନା ଅନୁଯାୟୀ ଜାହାଜରେ ୧୪ ଜଣ ରହିଥିଲେ।
The post ପାରାଦ୍ବୀପ କୋଷ୍ଟଗାର୍ଡର ସାହସିକତା, ୧୧ ଜଣ ନାବିକ ଉଦ୍ଧାର appeared first on .