ପାରିତ ହେବା ପୂର୍ବରୁ ବିଲ୍‌କୁ ବିରୋଧ; କଂଗ୍ରେସର ହ୍ବିପ୍ ଜାରି, ସମର୍ଥନ କରିବନି ସମାଜବାଦୀ ପାର୍ଟି

ନୂଆଦିଲ୍ଲୀ: 'ଏକକ ନିର୍ବାଚନ' ବିଧେୟକ ମଙ୍ଗଳବାର ଲୋକସଭାରେ ଆଗତ ହେବ । କେନ୍ଦ୍ର ଆଇନମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ବାଲ ଏହାକୁ ପାରିତ କରିବେ । ଏହି ବିଲକୁ '୧୨୯ତମ ସମ୍ବିଧାନ ସଂଶୋଧନ ବିଧେୟକ ୨୦୨୪' ନାଁରେ ନାମିତ କରାଯାଇଛି । 'ଓ୍ବାନ ନେସନ ଓ୍ବାନ ଇଲେକ୍ସନ' ବିଲ୍‌କୁ ନେଇ ରାଜନୈତିକ ଦଳମାନେ ପ୍ରତିକ୍ରିୟା ଦେବା ଆରମ୍ଭ ହୋଇଗଲାଣି । ଏନଡିଏକୁ ସମର୍ଥନ କରୁଥିବା ନୀତୀଶ କୁମାରଙ୍କ ଜେଡିୟୁ ଏବଂ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ଏହି ବିଧେୟକଙ୍କ ସମର୍ଥନ ଜଣାଇଛି । YSR କଂଗ୍ରେସ ମଧ୍ୟ ଏକ ଦେଶ-ଏକ ନିର୍ବାଚନ ବିଲ୍ ପାରିତ ହେବା ପୂର୍ବରୁ ସମର୍ଥନ କରିଛି । ଉତ୍ତର ପ୍ରଦେଶର ବହୁଜନ ସମାଜବାଦୀ ପାର୍ଟି ସମର୍ଥନ ଦେବା ନେଇ ଚର୍ଚ୍ଚା ହେଉଛି । ମାତ୍ର କଂଗ୍ରେସ ଏବଂ ସମାଜବାଦୀ ପାର୍ଟି ବିଲ୍‌କୁ ଖୋଲାଖୋଲି ଭାବେ ବିରୋଧ କରିଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଟିଏମସି, ଲାଲୁ ଯାଜବଙ୍କ ଆରଜେଡି, ଜାମ୍ମୁ-କାଶ୍ମୀରର ପିଡିପି ସମେତ ଅନେକ ରାଜନୈତିକ ଦଳ ବିଧେୟକକୁ ଲୋକସଭାରେ ବିରୋଧ କରିବା ନେଇ ପ୍ରସ୍ତୁତ ଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି ।    କଂଗ୍ରେସ ଓ୍ବାନ ନେସନ-ଓ୍ବାନ ଇଲେକ୍ସନ ବିଲକୁ ଅସାମ୍ବିଧାନିକ କହିଛି । ଏହି ବିଲ୍ ମାଧ୍ୟମରେ ସମ୍ବିଧାନ ବଦଳାଇବା ବିଗୁଲ ବାଜିବା ଆରମ୍ଭ ହୋଇଛି କଂଗ୍ରେସ ବରିଷ୍ଠ ନେତା ଜୟରାମ ରେମଶ କହିଛି । କଂଗ୍ରେସ ସଂସଦୀୟ ଦଳ କାର୍ଯ୍ୟାଳୟରେ ଏକ ଦେଶ-ଏକ ନିର୍ବାଚନ ବି

ପାରିତ ହେବା ପୂର୍ବରୁ ବିଲ୍‌କୁ ବିରୋଧ; କଂଗ୍ରେସର ହ୍ବିପ୍ ଜାରି, ସମର୍ଥନ କରିବନି ସମାଜବାଦୀ ପାର୍ଟି

ନୂଆଦିଲ୍ଲୀ: 'ଏକକ ନିର୍ବାଚନ' ବିଧେୟକ ମଙ୍ଗଳବାର ଲୋକସଭାରେ ଆଗତ ହେବ । କେନ୍ଦ୍ର ଆଇନମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ବାଲ ଏହାକୁ ପାରିତ କରିବେ । ଏହି ବିଲକୁ '୧୨୯ତମ ସମ୍ବିଧାନ ସଂଶୋଧନ ବିଧେୟକ ୨୦୨୪' ନାଁରେ ନାମିତ କରାଯାଇଛି । 'ଓ୍ବାନ ନେସନ ଓ୍ବାନ ଇଲେକ୍ସନ' ବିଲ୍‌କୁ ନେଇ ରାଜନୈତିକ ଦଳମାନେ ପ୍ରତିକ୍ରିୟା ଦେବା ଆରମ୍ଭ ହୋଇଗଲାଣି । 

ଏନଡିଏକୁ ସମର୍ଥନ କରୁଥିବା ନୀତୀଶ କୁମାରଙ୍କ ଜେଡିୟୁ ଏବଂ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ଏହି ବିଧେୟକଙ୍କ ସମର୍ଥନ ଜଣାଇଛି । YSR କଂଗ୍ରେସ ମଧ୍ୟ ଏକ ଦେଶ-ଏକ ନିର୍ବାଚନ ବିଲ୍ ପାରିତ ହେବା ପୂର୍ବରୁ ସମର୍ଥନ କରିଛି । ଉତ୍ତର ପ୍ରଦେଶର ବହୁଜନ ସମାଜବାଦୀ ପାର୍ଟି ସମର୍ଥନ ଦେବା ନେଇ ଚର୍ଚ୍ଚା ହେଉଛି । ମାତ୍ର କଂଗ୍ରେସ ଏବଂ ସମାଜବାଦୀ ପାର୍ଟି ବିଲ୍‌କୁ ଖୋଲାଖୋଲି ଭାବେ ବିରୋଧ କରିଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଟିଏମସି, ଲାଲୁ ଯାଜବଙ୍କ ଆରଜେଡି, ଜାମ୍ମୁ-କାଶ୍ମୀରର ପିଡିପି ସମେତ ଅନେକ ରାଜନୈତିକ ଦଳ ବିଧେୟକକୁ ଲୋକସଭାରେ ବିରୋଧ କରିବା ନେଇ ପ୍ରସ୍ତୁତ ଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି ।    

କଂଗ୍ରେସ ଓ୍ବାନ ନେସନ-ଓ୍ବାନ ଇଲେକ୍ସନ ବିଲକୁ ଅସାମ୍ବିଧାନିକ କହିଛି । ଏହି ବିଲ୍ ମାଧ୍ୟମରେ ସମ୍ବିଧାନ ବଦଳାଇବା ବିଗୁଲ ବାଜିବା ଆରମ୍ଭ ହୋଇଛି କଂଗ୍ରେସ ବରିଷ୍ଠ ନେତା ଜୟରାମ ରେମଶ କହିଛି । କଂଗ୍ରେସ ସଂସଦୀୟ ଦଳ କାର୍ଯ୍ୟାଳୟରେ ଏକ ଦେଶ-ଏକ ନିର୍ବାଚନ ବିଲ ଉପରେ ଚର୍ଚ୍ଚା ପାଇଁ ସକାଳ ସାଢେ ୧୦ଟାରେ ବୈଠକ ଡକାଯାଇଥିଲା । ଏଥିରେ ସମସ୍ତ ଲୋକସଭା ସାଂସଦଙ୍କୁ   ତ୍ରିସ୍ତରୀୟ ହ୍ବିୁପ୍ ଜାରି କରାଯାଇଛି । ସମସ୍ତ କଂଗ୍ରେସ ସାଂସଦଙ୍କୁ ଗୃହରେ ଉପସ୍ଥିତ ରହିବାକୁ କୁହାଯାଇଛି ।