ପାରିବାରିକ କଳହକୁ ନେଇ ସ୍ତ୍ରୀକୁ ହତ୍ୟା, ସ୍ବାମୀକୁ ଅଟକ ରଖିଲା ପୋଲିସ
ବ୍ରହ୍ମଗିରି: ପାରିବାରିକ କଳହକୁ ନେଇ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ। ପୋଖରୀରୁ ଉଦ୍ଧାର ହେଲା ମହିଳାଙ୍କ ମୃତଦେହ। ଘଟଣା ଘଟିଛି ବ୍ରହ୍ମଗିରି ବ୍ଲକ୍ ମଣପଡ଼ା ପଂଚାୟତ ମଢ଼ପଦା ଗ୍ରାମରେ।ସୂଚନା ଅନୁଯାୟୀ, ମଙ୍ଗଳବାର ଗ୍ରାମର ପରିଆ ବେହେରା ନାମକ ଜଣେ ବ୍ୟକ୍ତି ପତ୍ନୀ ପ୍ରମିଳାଙ୍କୁ ହତ୍ୟା କରି ଚିଙ୍ଗୁଡ଼ି ପୋଖରୀରେ ପକାଇ ଦେଇଥିବାନେଇ ଅଭିଯୋଗ ହୋଇଥିଲା। ଖବର ପାଇ ବ୍ରହ୍ମଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିଆ ବେହେରାକୁ ଥାନାରେ ଅଟକ ରଖିବା ସହ ଅଧିକ ତଦନ୍ତ ଆରମ୍ଭ କରିଛି। ତେବେ ବର୍ତ୍ତମାନ ସୁଦ୍ଧା ହତ୍ୟାର କାରଣ ପାରିବାରିକ କଳହ ବୋଲି କୁହାଯାଉଛି।
ବ୍ରହ୍ମଗିରି: ପାରିବାରିକ କଳହକୁ ନେଇ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ। ପୋଖରୀରୁ ଉଦ୍ଧାର ହେଲା ମହିଳାଙ୍କ ମୃତଦେହ। ଘଟଣା ଘଟିଛି ବ୍ରହ୍ମଗିରି ବ୍ଲକ୍ ମଣପଡ଼ା ପଂଚାୟତ ମଢ଼ପଦା ଗ୍ରାମରେ।
ସୂଚନା ଅନୁଯାୟୀ, ମଙ୍ଗଳବାର ଗ୍ରାମର ପରିଆ ବେହେରା ନାମକ ଜଣେ ବ୍ୟକ୍ତି ପତ୍ନୀ ପ୍ରମିଳାଙ୍କୁ ହତ୍ୟା କରି ଚିଙ୍ଗୁଡ଼ି ପୋଖରୀରେ ପକାଇ ଦେଇଥିବାନେଇ ଅଭିଯୋଗ ହୋଇଥିଲା। ଖବର ପାଇ ବ୍ରହ୍ମଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିଆ ବେହେରାକୁ ଥାନାରେ ଅଟକ ରଖିବା ସହ ଅଧିକ ତଦନ୍ତ ଆରମ୍ଭ କରିଛି। ତେବେ ବର୍ତ୍ତମାନ ସୁଦ୍ଧା ହତ୍ୟାର କାରଣ ପାରିବାରିକ କଳହ ବୋଲି କୁହାଯାଉଛି।