ପାରିବାରିକ କଳହର କରୁଣ ପରିଣତି; ସ୍ତ୍ରୀ, ଝିଅ, ଭଣଜାକୁ ଟାଙ୍ଗିଆରେ ଆକ୍ରମଣ

ମାର୍ଶାଘାଇ: କୁଦାନଗରୀ ଥାନା ଗୌଡଗାଁରେ ଅଭାବନୀୟ ଘଟଣା। ଗାଁର ରମେଶ ମହାନ୍ତି ନାମକ ଜଣେ ବ୍ୟକ୍ତି ନିଜ ସ୍ତ୍ରୀ, ଝିଅ ଓ ଭଣଜାଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଛନ୍ତି। ଏଥିରେ ତିନି ଜଣକ ଅବସ୍ଥା ଗୁରୁତର ହୋଇପଡ଼ିଥିବାବେଳେ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ସୂଚନା ଅନୁଯାୟୀ, ରମେଶ ପତ୍ନୀ ସୁଷମା ମହାନ୍ତି ଏବଂ ଝିଅଙ୍କୁ କୌଣସି କାରଣରୁ ଟାଙ୍ଗିଆରେ ଆକ୍ରମଣ କରୁଥିଲେ। ଏହି ସମୟରେ ତାଙ୍କ ଭଣଜା ଶିଳ୍ପୀ ତାଙ୍କୁ ଅଟକାଇବାକୁ ଆସିଥିଲେ। ହେଲେ ରମେଶ ତାଙ୍କୁ ମଧ୍ୟ ସେହି ଟାଙ୍ଗିଆରେ ହାଣି ଲହୁଲୁହାଣ କରିଥିଲେ।ଏହି କାଣ୍ଡ ଭିଆଇବା ପରେ ରମେଶ କେଉଁ ଆଡ଼େ ଫେରାର ହୋଇଯାଇଥିବାବେଳେ ତିନି ଗୁରୁତରଙ୍କୁ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ପ୍ରକୃତ କାରଣ ଜଣାପଡ଼ିନଥିବାବେଳେ ପାରିବାରିକ କଳହରୁ ଏହି ଘଟଣା ଘଟିଥିବା ନେଇ ସନ୍ଦେହ କରୁଛି ପୋଲିସ

ପାରିବାରିକ କଳହର କରୁଣ ପରିଣତି; ସ୍ତ୍ରୀ, ଝିଅ, ଭଣଜାକୁ ଟାଙ୍ଗିଆରେ ଆକ୍ରମଣ

ମାର୍ଶାଘାଇ: କୁଦାନଗରୀ ଥାନା ଗୌଡଗାଁରେ ଅଭାବନୀୟ ଘଟଣା। ଗାଁର ରମେଶ ମହାନ୍ତି ନାମକ ଜଣେ ବ୍ୟକ୍ତି ନିଜ ସ୍ତ୍ରୀ, ଝିଅ ଓ ଭଣଜାଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଛନ୍ତି। ଏଥିରେ ତିନି ଜଣକ ଅବସ୍ଥା ଗୁରୁତର ହୋଇପଡ଼ିଥିବାବେଳେ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ରମେଶ ପତ୍ନୀ ସୁଷମା ମହାନ୍ତି ଏବଂ ଝିଅଙ୍କୁ କୌଣସି କାରଣରୁ ଟାଙ୍ଗିଆରେ ଆକ୍ରମଣ କରୁଥିଲେ। ଏହି ସମୟରେ ତାଙ୍କ ଭଣଜା ଶିଳ୍ପୀ ତାଙ୍କୁ ଅଟକାଇବାକୁ ଆସିଥିଲେ। ହେଲେ ରମେଶ ତାଙ୍କୁ ମଧ୍ୟ ସେହି ଟାଙ୍ଗିଆରେ ହାଣି ଲହୁଲୁହାଣ କରିଥିଲେ।

ଏହି କାଣ୍ଡ ଭିଆଇବା ପରେ ରମେଶ କେଉଁ ଆଡ଼େ ଫେରାର ହୋଇଯାଇଥିବାବେଳେ ତିନି ଗୁରୁତରଙ୍କୁ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ପ୍ରକୃତ କାରଣ ଜଣାପଡ଼ିନଥିବାବେଳେ ପାରିବାରିକ କଳହରୁ ଏହି ଘଟଣା ଘଟିଥିବା ନେଇ ସନ୍ଦେହ କରୁଛି ପୋଲିସ