ପାରିବାରିକ ବିବାଦ ସମାଧାନ କରିବାକୁ ଯାଇ ୨ କନେଷ୍ଟବଳ ହସ୍ପିଟାଲରେ ଭର୍ତି

କୋଇଡା : ବିବାଦର ସମାଧାନ କରିବାକୁ ଯାଇ ଛେଚା ଖାଇଲେ ୨ ପୋଲିସ କନେଷ୍ଟବଳ । ୨ ପରିବାର ମଧ୍ୟରେ ଉପୁଜିଥିବା ବିବାଦ ସମାଧାନ ପାଇଁ ଯାଇଥିବାବେଳେ ଛୁରାମାଡ଼ର ଶିକାର ହୋଇଛନ୍ତି । ଘଟଣା ଘଟିଛି ସୁନ୍ଦରଗଡ଼ ଟେନସା ଫାଣ୍ଡି ଅନ୍ତର୍ଗତ ଟେନସା ସି’ବ୍ଲକ ରେ । ଆହତ କନଷ୍ଟେବଳ ହେଲେ ପୃଥ୍ୱୀରାଜ ପରିଡା ଏବଂ ଶ୍ରୀ ରାଉତରାୟ, ସେମାନେ ଟେନସା ପୋଲିସ ଆଉଟପୋଷ୍ଟରେ କାର୍ଯ୍ୟରତ ଥିଲେ। ଉଭୟ କନଷ୍ଟେବଳଙ୍କୁ ଉଦ୍ଧାର ପରେ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା […]

ପାରିବାରିକ ବିବାଦ ସମାଧାନ କରିବାକୁ ଯାଇ ୨ କନେଷ୍ଟବଳ ହସ୍ପିଟାଲରେ ଭର୍ତି
ପାରିବାରିକ ବିବାଦ ସମାଧାନ କରିବାକୁ ଯାଇ ୨ କନେଷ୍ଟବଳ ହସ୍ପିଟାଲରେ ଭର୍ତି

କୋଇଡା : ବିବାଦର ସମାଧାନ କରିବାକୁ ଯାଇ ଛେଚା ଖାଇଲେ ୨ ପୋଲିସ କନେଷ୍ଟବଳ । ୨ ପରିବାର ମଧ୍ୟରେ ଉପୁଜିଥିବା ବିବାଦ ସମାଧାନ ପାଇଁ ଯାଇଥିବାବେଳେ ଛୁରାମାଡ଼ର ଶିକାର ହୋଇଛନ୍ତି । ଘଟଣା ଘଟିଛି ସୁନ୍ଦରଗଡ଼ ଟେନସା ଫାଣ୍ଡି ଅନ୍ତର୍ଗତ ଟେନସା ସି’ବ୍ଲକ ରେ । ଆହତ କନଷ୍ଟେବଳ ହେଲେ ପୃଥ୍ୱୀରାଜ ପରିଡା ଏବଂ ଶ୍ରୀ ରାଉତରାୟ, ସେମାନେ ଟେନସା ପୋଲିସ ଆଉଟପୋଷ୍ଟରେ କାର୍ଯ୍ୟରତ ଥିଲେ। ଉଭୟ କନଷ୍ଟେବଳଙ୍କୁ ଉଦ୍ଧାର ପରେ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ଜଣଙ୍କ ଅବସ୍ଥା ଅତି ଗୁରୁତର ହେବାକୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ରାଉରକେଲା ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

ଘଟନାନୁସାରେ,ଟେନସା ଫାଣ୍ଡି ଅଞ୍ଚଳରେ ଦୁଇ ପରିବାର ମଧ୍ୟରେ ହାତ ହତିଆର ସହ ଭୀଷଣ ଝଗଡା ହେଉଥିବା ଖବର ଟେନସା ଫାଣ୍ଡିରେ ପହଞ୍ଚିଥିଲା । ମାତ୍ର ଘଟଣା ସ୍ଥଳରେ ପୋଲିସଙ୍କୁ ଦେଖି ବିବାଦ ଅଧିକ ଉଗ୍ର ହୋଇଥିଲା । ଦୁଇ ପରିବାର ସଦସ୍ୟ ମାରଣାସ୍ତ୍ର ଧରି ପରସ୍ପରକୁ ଆକ୍ରମଣ କରିବାକୁ ଉଦ୍ୟମ କରୁଥିବା ବେଳେ,ଏହାକୁ ସମାଧାନ କରିବାକୁ ୨ କନେଷ୍ଟବଳ ଚେଷ୍ଟା କରିଥିଲେ । ଏହି ସମୟରେ ୨ କନେଷ୍ଟବଳଙ୍କୁ ଉଭୟ ପରିବାର ସଦସ୍ୟ ଛୁରାମାଡ଼ କରିବାରୁ ସେମାନେ ଗୁରୁତର ହୋଇ ତଳେ ପଡିଯାଇଥିଲେ । ଟେନସା ଫାଣ୍ଡି ଅଧିକାରୀ ଘଟଣାର ଖବର ପାଇଁ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିବା ସହ ୨ ପରିବାର ସଦସ୍ୟଙ୍କୁ ଥାନାରେ ଅଟକ ରଖିଛି ।