ପାର୍କରେ ବଢୁଛି ଅସାମାଜିକ କାର୍ଯ୍ୟ
ରାଉରକେଲା,୨।୨(ଦିନେଶ ମିଶ୍ର): ରାଉରକେଲା ସହରର ବିଭିନ୍ନ ସ୍ଥାନରେ ଖାଲି ପଡିଥିବା ଜାଗାଗୁଡିକୁ ଆରଏମ୍ସି ପକ୍ଷରୁ ସ୍ଥାନୀୟ ଲୋକଙ୍କ ମନୋରଞ୍ଜନ ପାଇଁ ପାର୍କ ତିଆରି କରାଯାଇଛି। କିନ୍ତୁ ରାତି ପାହିଲେ ଏହି ପାର୍କ ଗୁଡିକରେ ଅସାମାଜିକ ଯୁବକ ଆଡ୍ଡା ଜମାଉଛନ୍ତି। ସେହିପରି ସେଡ୍ଗୁଡିକରେ ପ୍ରେମୀଯୁଗଳ ଅସଂଯତ ଅବସ୍ଥାରେ ରହୁଥିବାରୁ ଉକ୍ତ ପାର୍କକୁ ପରିବାର ସହ ଯିବା ସମ୍ଭବ ହେଉନାହିଁ। ସୂଚନା ଅନୁସାରେ, ଉଦିତନଗରସ୍ଥିତ ନେତାଜୀ ସୁବାଷ ବୋଷ ପାର୍କ, ଜୁବୁଲି ପାର୍କ, ସିଭିଲଟାଉନଶିପ୍ସ୍ଥିତ ସଞ୍ଜିବନୀ ପାର୍କ, ନେହୁରୀ ପାର୍କ, […] The post ପାର୍କରେ ବଢୁଛି ଅସାମାଜିକ କାର୍ଯ୍ୟ appeared first on Dharitri Odia News.
ରାଉରକେଲା,୨।୨(ଦିନେଶ ମିଶ୍ର): ରାଉରକେଲା ସହରର ବିଭିନ୍ନ ସ୍ଥାନରେ ଖାଲି ପଡିଥିବା ଜାଗାଗୁଡିକୁ ଆରଏମ୍ସି ପକ୍ଷରୁ ସ୍ଥାନୀୟ ଲୋକଙ୍କ ମନୋରଞ୍ଜନ ପାଇଁ ପାର୍କ ତିଆରି କରାଯାଇଛି। କିନ୍ତୁ ରାତି ପାହିଲେ ଏହି ପାର୍କ ଗୁଡିକରେ ଅସାମାଜିକ ଯୁବକ ଆଡ୍ଡା ଜମାଉଛନ୍ତି। ସେହିପରି ସେଡ୍ଗୁଡିକରେ ପ୍ରେମୀଯୁଗଳ ଅସଂଯତ ଅବସ୍ଥାରେ ରହୁଥିବାରୁ ଉକ୍ତ ପାର୍କକୁ ପରିବାର ସହ ଯିବା ସମ୍ଭବ ହେଉନାହିଁ।
ସୂଚନା ଅନୁସାରେ, ଉଦିତନଗରସ୍ଥିତ ନେତାଜୀ ସୁବାଷ ବୋଷ ପାର୍କ, ଜୁବୁଲି ପାର୍କ, ସିଭିଲଟାଉନଶିପ୍ସ୍ଥିତ ସଞ୍ଜିବନୀ ପାର୍କ, ନେହୁରୀ ପାର୍କ, ବିଭିନ୍ନ କଲୋନୀରେ ପାର୍କ ତିଆରି କରାଯାଇଛି। ଆରଏମ୍ସି ପକ୍ଷରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚରେ ପାର୍କରେ ଜିମ୍ ଉପକରଣ, ଫୁଲ ବଗିଚା, ଦୋଳି ସମେତ ମନୋରଞ୍ଜନ ସରାଞ୍ଜମ ଲଗାଯାଇଛି। ତେବେ ମନୋରଞ୍ଜନ ଦେଉଥିବା ସବୁବେଳେ ପ୍ରେମୀଯୁଗଳ ଅସଂଯତ ଅବସ୍ଥାରେ ବସିରହୁଛନ୍ତି। ଉଦିତନଗର ଥାନାଠାରୁ ମାତ୍ର ୫୦ ମିଟର ଦୂର ନେତାଜୀ ସୁବାଷ ଚନ୍ଦ୍ର ବୋଷ ପାର୍କରେ ପ୍ରତିଦିନ କିଛି କଲେଜ ଛାତ୍ରୀଛାତ୍ର ଏଭଳି ଆଡ୍ଡା ଜମାଉଥିବା ଦେଖିବାକୁ ମିଳିଛି। ଏହି ଛାତ୍ରୀଛାତ୍ର ଗଛ ତଳ, ସେଡ୍ ହାଉସ୍ରେ ଦୀର୍ଘ ସମୟ ଧରି ବସିରହୁଛନ୍ତି। ଏହି ପାର୍କ ଭିତରକୁ ଯିବା ଆସିବାର କୌଣସି ନିର୍ଦ୍ଦିଷ୍ଟ ସମୟ ନାହିଁ। ପାର୍କ ପଛପଟେ ପାଚେରି ଭାଙ୍ଗି ଯାଇଥିବାରୁ ଶୀତଳପଡା ବସ୍ତିର କିଛି ଅସାମାଜିକ ଯୁବକ ମଧ୍ୟ ଏଠାରେ ଆଡ୍ଡା ଜମାଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁଛନ୍ତି। ସେହିପରି ସିଭିଲଟାଉନସିପ ସ୍ଥିତ ସଞ୍ଜିବନୀ ପାର୍କକୁ ସ୍ଥାନୀୟ ଅଞ୍ଚଳବାସୀ ପ୍ରାତଃ ଓ ସାନ୍ଧ୍ୟ ଭ୍ରମଣରେ ପରିବାର ଲୋକଙ୍କ ସହ ଯାଉଥିବା ବେଳେ ସେଠାରେ ମଧ୍ୟ ଅନୁରୂପ ପରିସ୍ଥିତି ରହିଛି । ଏହି ପାର୍କରେ ଯୁବପିଢିଙ୍କ ଅପ୍ରୀତିକର କାର୍ଯ୍ୟ ଯୋଗୁ ଲୋକେ ଅତିଷ୍ଠ ହୋଇ ପଡିଲେଣି ।
ସେକ୍ଟର-୧୯ ସ୍ଥିତ ନେହେରୁ ପାର୍କର ନିଛାଟିଆ ସ୍ଥାନ, ଗଛମୂଳ, ଘାସବୁଦା ବାରିକେଟ୍ରେ ପ୍ରେମୀଯୁଗଳ ଅସଂଯତ ଅବସ୍ଥାରେ ବସୁଥିବା ବେଳେ ସନ୍ଧ୍ୟା ହେଲେ ଅନୈତିକ କାର୍ଯ୍ୟକଳାପ ଚାଲିଛି। କରୋନା ସମୟରେ ଉକ୍ତ ପାର୍କଗୁଡିକରେ ପୋଲିସ ଚଢ଼ାଉ କରାଯାଉଥିଲା। ବର୍ତ୍ତମାନ ସେଭଳି ହେଉ ନ ଥିବାରୁ ପାର୍କରେ ଅସାମାଜିକ କାର୍ଯ୍ୟକଳାପ ବଢିବାରେ ଲାଗିଛି ବୋଲି ସ୍ଥାନୀୟ ବାସିନ୍ଦା ଅନୀଲ ଅଗ୍ରୱାଲ କହିଛନ୍ତି। ଏ ନେଇ ରାଉରକେଲା ଡିଏସ୍ପି ଅନୀଲ କୁମାର ପ୍ରଧାନଙ୍କୁ ପଚାରିବାରୁ ସେ କହିଥିଲେ, ସହରର ବିଭିନ୍ନ ପାର୍କରେ ପ୍ରେମୀଯୁଗଳ ଓ ଅସାମାଜିକ ଯୁବକଙ୍କୁ କାବୁ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଆଗାମୀ ଦିନରେ ବିଭିନ୍ନ କଲୋନୀ ଭିତରେ ଥିବା ଖୋଲା ସ୍ଥାନ ଓ ପାର୍କ ଗୁଡିକୁ ପାଟ୍ରୋଲିଂ ଗାଡି ପଠାଇ ଏହାକୁ ଆୟତ୍ତ କରାଯିବ ବୋଲି ପ୍ରଧାନ କହିଥିଲେ।
The post ପାର୍କରେ ବଢୁଛି ଅସାମାଜିକ କାର୍ଯ୍ୟ appeared first on Dharitri Odia News.